କଟକ ଲୁଟ୍ ଘଟଣା: IIFL ବ୍ୟାଙ୍କର ୪ କର୍ମଚାରୀ ଅଟକ, ଛାନଭିନ୍ ଆରମ୍ଭ କଲା ପୋଲିସ୍

Published By : Prameya-News7 Bureau | November 19, 2020 IST

କଟକ୧୯/୧୧: କଟକ ଲୁଟ୍ ଘଟଣାରେ IIFL ବ୍ୟାଙ୍କର ୪ କର୍ମଚାରୀ ଅଟକ ରହିଛନ୍ତି। କିଛି ଦିନ ମାସ ମଧ୍ୟରେ ଏହା ସବୁଠୁ ବଡ ଲୁଟ୍‌ ଘଟଣା। ୪ ଜଣଙ୍କୁ ପୋଲିସ୍ ଅଟକ ରଖି ପୋଲିସ୍ ପଚରାଉଚାର କରୁଛି।

ସୂଚନାଥାଉକି କଟକର ନୟାସଡ଼କ ସ୍ଥିତ IIFL ବ୍ୟାଙ୍କରୁ ବଡ ଧରଣର ଲୁଟ୍ ହୋଇଛି । ବ୍ୟାଙ୍କ୍ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୧୨ କୋଟି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏହାସହ ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଏହି ଲୁଟ୍‌ ଘଟଣାରେ ୪ ଜଣ ଲୁଟେରା ସାମିଲ ଥିବା ସୂଚନା ମିଳିଛି । ତେବେ ଲୁଟ୍‌ ଖବର ପାଇ ସ୍ଥାନୀୟ ପୋଲିସ ଓ କଟକ ଡିସିପି ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.