ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ଝାରପୋଖରିଆ ଆଇ.ଆଇ.ସି ନିଲମ୍ବିତ

Published By : Prameya-News7 Bureau | December 02, 2019 IST

ବାରିପଦା ୦୧।୧୨ -  ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରେ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣାରେ ଝାରପୋଖରିଆ ଆଇ.ଆଇ.ସି ଶରତ ଚନ୍ଦ୍ର ମହାଳିକଙ୍କୁ ନିଲମ୍ବନ କରାଯାଇଛି । ଆଇ.ପି.ସି ଧାରା ୫୦୬ ଏବଂ ୫୦୭ ରେ ମାମଲା ରୁଜୁ ହୋଇଥିବା ବେଳେ, ଏଥିରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା । କାଲି ଥାନାର ଏସ୍.ଆଇ.ଙ୍କୁ ନିଲମ୍ବନ କରାଯାଇଥିଲା । ରାଜ୍ୟରେ ଏଭଳି ଘଟଣା ସାମ୍ନାକୁ ଆସିଲେ ୭ ଦିନ ମଧ୍ୟରେ ତଦନ୍ତ କରି ଥାନା ଅଧିକାରୀ ରିପୋର୍ଟ ପ୍ରଦାନ ପାଇଁ ପରାମର୍ଶ ଦେଇଛନ୍ତି ଅନ୍ତରୀଣ ଡିଜିପି ।

ସେପଟେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ଳାସ୍ ବର୍ଜନ କରି ବିକ୍ଷୋଭ କରିଥିଲେ I ଦୋଷୀଙ୍କ ବିରୁଦ୍ଧରେ କଡ଼ା କର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବା ସହ ଛାତ୍ରୀ ନିବାସରେ ସିକ୍ୟୁରିଟି ଗାର୍ଡ ଦେବା ନେଇ ଏସ୍.ପି.ଙ୍କୁ ଦାବିପତ୍ର ଦେଇଥିଲେ I

ସେପଟେ ମୟୂରଭଞ୍ଜ ଏସ୍.ପି ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀନିବାସକୁ ଆସି କଲେଜ୍ କର୍ମଚାରୀ ଓ ଅନ୍ତେବାସୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ I ଏବେ ସୁଦ୍ଧା ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ୍ ଖୁବଶୀଘ୍ର ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।...   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.