ଏସ୍‌ପିଙ୍କ ଜବରଦସ୍ତ ଆକ୍ସନ:୨ ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ଥାନା ଅଧିକାରୀ ସସ୍‌ପେଣ୍ଡ, ୩ କର୍ମଚାରୀଙ୍କ ନାଁରେ ମାମଲା ରୁଜୁ

Published By : Prameya-News7 Bureau | August 31, 2020 IST

ମାଲକାନଗିରି୩୧/୮: ମହଙ୍ଗା ପଡିଲା ଗଞ୍ଜେଇ ମାଫିଆଙ୍କ ଠାରୁ ଲାଞ୍ଚ ମାଗିବା। ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନାର ଏ.ଏସ.ଆଇ ନାରାୟଣ ମାଝିଙ୍କ ସହ ହୋମ ଗାର୍ଡ ଶିତାକାନ୍ତ ପଟ୍ଟନାୟକ ଓ ସୁଶାନ୍ତ ବେହାରା ଏକ ଗଞ୍ଜେଇ ଗାଡିକୁ ଅଟକାଇ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଲାଞ୍ଚ ନେବା ପରେ ଗାଡିଟିକୁ ଛାଡି ଦେଇଥିଲେ ହେଲେ ଦିନକ ପରେ ରାୟଗଡା ପୋଲିସ ହାତରେ ପୁଣି ଥରେ ସେହି ଗାଡିଟି ଧରା ପଡିବା ପରେ ଏସବୁର ଖୁଲାସା ହୋଇଛି।

ମାଲକାନଗିରି ଏସ.ପି. ରିଶିକେସ ଖିଲାରିଙ୍କ ପାଖରେ ଏହି ଖବର ପହଞ୍ଚିବା ମାତ୍ରେ ମୁଦୁଲିପଡା ଥାନା ଅଧିକାରୀ ହରିଶଚନ୍ଦ୍ର ଗୋଲରିଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ଏସ.ପି. । ଏହା ସହ ଲାଞ୍ଚ ନେଇଥିବା ତିନି ଜଣ ପୋଲିସ କର୍ମଚାରୀଙ୍କ ରିରୁଦ୍ଧରେ ଏତଲା ମଧ୍ୟ ରୁଜୁ କରାଯାଇଛି। ଘଟଣାରେ ସଂପୃକ୍ତ ଏ.ଏସ.ଆଇ ନାରାୟଣ ମାଝି ଏବେ ଫେରାର ରହିଥିବା ବେଳେ ଦୁଇ ହୋମ୍‌ ଗାର୍ଡ ଶିତାକାନ୍ତ ପଟ୍ଟନାୟକ ଓ ସୁଶାନ୍ତ ବେହାରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.