Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ଅପରାଧୀ ସହ ସେଲ୍‌ଫି ଉଠାଇବା ପଡିଲା ମହଙ୍ଗା : ବଦଳିଲେ ଥାନା ଅଧିକାରୀ

15/10/2019 at 8:50 AM

କୋଣାର୍କ ୧୫।୧୦: ଆଇଆଇସିଙ୍କୁ ମହଙ୍ଗା ପଡିଲା ସେଲଫି । ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ସହ ସେଲଫି ନେଇ ଚର୍ଚ୍ଚାରେ ଥିବା ରାମଚଣ୍ଡୀ ଥାନା ଅଧିକାରୀଙ୍କୁ ବଦଳି କରାଯାଇଛି । ଆଇଆଇସି ବୁଲୁ ମୁଣ୍ଡା ଚନ୍ଦ୍ରଭାଗା ମେରାଇନ ଥାନା ଦାୟିତ୍ବରେ ମଧ୍ୟ ଥିଲେ । ପୁରୀ ଏସପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ବୁଲୁ ମୁଣ୍ଡାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତକାଲି ଅସ୍ତରଙ୍ଗ ଦିଲ୍ଲୀପ ହତ୍ୟାକାଣ୍ଡର ଅଭିଯୁକ୍ତ ରାଧାମୋହନ ବିଶ୍ବାଳ ଓରଫ ମୁନା ଚନ୍ଦ୍ରଭାଗା ମେରାଇନ ଥାନାରେ ଆତ୍ମସମର୍ପଣ କରିଥିଲା । ଅଭିଯୁକ୍ତକୁ ହତ୍ୟାକାଣ୍ଡ ମାମଲାରେ ପଚରାଉଚରା ପାଇଁ ପୋଲିସ ଭ୍ୟାନରେ ବସାଇ ନିମାପଡା ଥାନାକୁ ନେବାବେଳେ ଗାଡି ଭିତରେ ସେଲଫି ନେଇଥିଲେ ବୁଲୁ ମୁଣ୍ଡା । ଥାନା ଅଧିକାରୀ ଓ ଅଭିଯୁକ୍ତର ଏହି ସେଲଫି ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଗତ ୫ ତାରିଖରେ ଅସ୍ତରଙ୍ଗ ଆଳସାହିର ଦିଲ୍ଲୀପ ସ୍ବାଇଁ ଏବଂ ତାଙ୍କ ବାପା ସାଧୁ ସ୍ବାଇଁ ସହ ଗଣ୍ଡଗୋଳ କାରଣରୁ ଅଧ ରାତିରେ ମୁନା ଓ ତାର ସହଯୋଗୀ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଦିଲ୍ଲୀପଙ୍କ ଘଟଣାସ୍ଥଳରେ ମୁତ୍ୟୁ ହୋଇଥିବାବେଳେ ବାପା ସାଧୁ ଗୁରୁତର ହୋଇଥିଲେ । ଅଭିଯୁକ୍ତ ମୁନା ଫେରାର ଥିବାରୁ ପୁରୀ ଏସପି ଦୁଇଟି ଟିମ୍ ଗଠନ କରିଥିଲେ । ଅଭିଯୁକ୍ତକୁ ଧରିବା ପାଇଁ ଅସ୍ତରଙ୍ଗ, କୋଣାର୍କ, ଗୋପ, ନିମାପଡା, ରାମଚଣ୍ଡୀ ଥାନା ଆଇଆଇସି ଟିମ୍ ରେ ସାମିଲ ହୋଇଥିଲେ ।

ତେବେ ରାମଚଣ୍ଡୀ ଥାନା ଆଇଆଇସି ବୁଲୁ ମୁଣ୍ଡା ମୁନାକୁ ଧରି ସେଲଫି ଉଠାଇଥିଲେ । ଖାଲି  ଏତିକି ନୁହେଁ ମୁନାକୁ ଜଣେ ଅଭିଯୁକ୍ତ ଭାବେ ନୁହେଁ ତାକୁ ଜଣେ ଭିଆଇପି ଭଳି ଥାନାକୁ ଆଣିଥିଲେ ଆଇଆଇସି ମହାଶୟ । ପୂର୍ବରୁ ଏହି ଆଇଆଇସିଙ୍କ ସହ ମୁନାର ସଂପର୍କ ଥିବାରୁ କୁଆଡେ ତାକୁ ଧରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିଲା ବୋଲି ଅଭିଯୋଗ ହୋଇଥିଲା ।

ଏପରିକି ଘଟଣା ୫ ତାରିଖରୁ ଘଟିଥିଲେ ବି ମୁନାକୁ ନଧରିବାରୁ ଲୋକେ ପୋଡାଜଳ ସହ ରାସ୍ତାରୋକ କରିଥିଲେ । ଅଭିଯୁକ୍ତକୁ ଥାନାକୁ ଆଣିବା ବେଳେ ଆଇଆଇସି ବୁଲୁ ମୁଣ୍ଡା ମୁନା ସହ ଫଟୋ ନେବା ଘଟଣା ଅଭିଯୁକ୍ତ ଓ ପୋଲିସ ମଧ୍ୟରେ ଥିବା ସଂପର୍କକୁ ପଦାରେ ପକାଇଛି । ମୁନାକୁ ଜାଣିଶୁଣି ଗିରଫ କରାଯାଉନଥିଲା କି ? ମୁନାକୁ ନଧରିବା ପଛରେ କିଛି ଅଦୃଶ୍ୟ ଶକ୍ତି କାମ କରୁଥିଲା କି ?  ଏହି ବୁଲୁ  ମୁଣ୍ଡା ଅସ୍ତରଙ୍ଗ ଆଇଆଇସି ଥିବା ବେଳେ ମୁନା ସହ କୁଆଡେ ଭାରି ଅନ୍ତରଙ୍ଗ ସଂପର୍କ ଥିଲା ବୋଲି କୁହାଯାଉଛି ।

   Related Posts