Thursday, December 12, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

SDJM କୋର୍ଟରେ ଆତ୍ମସମର୍ପଣ କଲେ ଥାନା ଅଧିକାରୀ

କେନ୍ଦ୍ରାପଡ଼ା୩/୧୨: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନାର ପୂର୍ବତନ ଥାନା ଅଧିକାରୀ ଶ୍ୟାମଘନ ବେହେରା ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା SDJM କୋର୍ଟ ରେ ଆତ୍ମସମର୍ପଣ କରିଛନ୍ତି। ୨୦୧୮ ମସିହା ଅଗଷ୍ଟ ମାସରେ ମହାକାଳପଡ଼ା ଥାନା ହାଜତରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଥିଲା।

ମୃତ ଅଭିଯୁକ୍ତ ଅବିନାଶ ପାଇଟାଲକୁ ଥାନା ଅଧିକାରୀ ମାରି ଦେଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ତତ୍କାଳୀନ IIC ଶ୍ୟାମଘନ ବେହେରା ଫେରାର୍ ହୋଇଯାଇଥିଲେ। ଆଜି ଆତ୍ମସମର୍ପଣ ପରେ SDJM କୋର୍ଟରେ ଶ୍ୟାମଘନ ବେହେରାଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି। ଏହା ଉପର କୋର୍ଟରେ ପୁନର୍ବାର ଜାମିନ ଆବେଦନ କରିଛନ୍ତି।

254 Views

   ସମ୍ବନ୍ଧିତ ଖବର