Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କୁଆଡେ ଗଲେ IIC ? ଭିଜିଲାନ୍ସ ପଞ୍ଝାରେ ପଡିବା ପୂର୍ବରୁ ଗାଏବ…

7/07/2020 at 12:00 PM

ବାଲେଶ୍ୱର ୦୭।୦୭: କୁଆଡ଼େ ଗଲେ ବାଲେଶ୍ବର ଟାଉନ ଥାନା ଅଧିକାରୀ ?  ଟାଉନ ଥାନା ସବ୍ଇନ୍ସପେକ୍ଟର ବିମଳ କୁମାର କର ୨୫ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଘଟଣାରେ  ଆଇଆଇସି ସରୋଜିନୀ ନାୟକଙ୍କ ସଂପୃକ୍ତି ପଦାକୁ ଆସିଛି । ୨୫ହଜାର ଟଙ୍କାରୁ ଆଇଆଇସି ମାଡାମ ଙ୍କ ପାଖକୁ ୧୫ହଜାର ଟଙ୍କା ଯାଇଥାନ୍ତା ବୋଲି ଜଣେ ଦଲାଲ ର ଅଡ଼ିଓ ଟେପ୍  ରୁ ଜଣାପଡ଼ିବା ପରେ  ଇନ୍ସପେକ୍ଟର ସରୋଜିନୀ ନାୟକଙ୍କୁ ଖୋଜୁଛି ଭିଜିଲାନ୍ସ ।

କିନ୍ତୁ ଜୁଲାଇ ୧ ତାରିଖ ସଂଧ୍ୟାରୁ ଗାଏବ୍ ହୋଇଯାଇଛନ୍ତି ଆଇଆଇସି ମାଡାମ୍ । ଥାନାରେ ଅନ୍ୟ କର୍ମଚାରୀଙ୍କୁ ପଚାରିଲେ ଉତ୍ତର ମିଳୁଛି ମାଡାମ୍ କୁଆଡ଼େ ଛୁଟିରେ ଅଛନ୍ତି । ସେପଟେ ଆଇଆଇସି ମାଡାମଙ୍କ ଫୋନ୍ ସୁଇଚ୍ ଅଫ୍ ଯାଇଛି । ଭିଜିଲାନ୍ସ୍ ପଞ୍ଝାରେ ପଡ଼ିବା ପୂର୍ବରୁ ମାଡାମ୍ କୁଆଡ଼େ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ସାରା ସହରରେ ଚର୍ଚ୍ଚା ଜୋର୍ ଧରିଛି ।

   Related Posts