ମୃତ୍ୟୁର କିଛି ସମୟ ପୂର୍ବରୁ ଭିଡିଓ କଲରେ ଝିଅ ଓ ପତ୍ନୀ ସହ କଥା ହେଇଥିଲେ କରୋନା ପୀଡିତ ଥାନା ଅଧିକାରୀ

Published By : Prameya-News7 Bureau | April 22, 2020 IST

ଉଜ୍ୱେନ ୨୨/୦୪ : ନାଲଗଙ୍ଗା ଥାନା ଅଧିକାରୀ ଯଶବନ୍ତ ପାଲ କରୋନା ସହ ସଂଗ୍ରାମ କରି କରି ଶେଷରେ ହରି ଯାଇଥିଲେ | ମଙ୍ଗଳବାର ଦିନ ସକାଳେ ସେ ପ୍ରାଣ ହରାଇଥିଲେ | ଇନ୍ଦୋରର ରାମବାଗ ମୁକ୍ତିଧାମରେ ଗତକାଲି ଅପରାହ୍ନରେ ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି | ତାଙ୍କ ପତ୍ନୀ ଓ ଦୁଇ ଝିଅ ସେଠାରେ ଉପସ୍ଥିତ ଥିଲେ | ଝିଅ ବାପାଙ୍କ ଫଟୋକୁ ଧରି ବହୁତ ନେହୁରା ହୋଇ କାନ୍ଦିଥିଲେ | ସୋମବାର ରାତିରେ ଯଶବନ୍ତ ପାଲଙ୍କ ଡାକ୍ତରଙ୍କ ଭିଡିଓ କଲ ଜରାରେ ତାଙ୍କ ପରିବାର ସହ ତାଙ୍କର କଥା କରାଇ ଦେଇଥିଲେ | 

ଯଶବନ୍ତ ପାଲଙ୍କ ପତ୍ନୀ ଡାକ୍ତରଙ୍କୁ ମେସେଜ କରିଥିଲେ | ସ୍ୱାମୀଙ୍କ ସହ କଥା କରାଇ ଦେଇଥିବାରୁ ସେ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଥିଲେ | ସ୍ୱାମୀଙ୍କ ଯତ୍ନ ନେବା ପାଇଁ ସେ ଡାକ୍ତରଙ୍କୁ ଅନୁରୋଧ କରିଥିଲେ | ଯଶବନ୍ତଙ୍କ ଝିଅ ମଧ୍ୟ ଭିଡିଓ କଲରେ ବାପାଙ୍କ ସହ କଥା ହୋଇଥିଲେ | ଝିଅ ପଚାରିଥିଲେ ସେ କେମିତି ଅଛନ୍ତି | ଜବାବରେ ଯଶବନ୍ତ ହାତ ହଲାଇ ଝିଅକୁ କହିଥିଲେ ସେ ଭଲ ଅଛନ୍ତି |

ପତ୍ନୀ ଓ ଝିଅ ସହ ଥାନା ଅଧିକାରୀ ଯଶବନ୍ତ ପାଲଙ୍କ ଶେଷ କଥାବାର୍ତାର କିଛି ଅଂଶ...

ଝିଅ - ବାପା ଆପଣ କେମିତି ଅଛନ୍ତି ?

ଯଶବନ୍ତ ପାଲ - ଇସାରାରେ, ଭଲ ଅଛି

ଝିଅ - ବାପା ଆପଣ ବହୁତ ସାହସୀ, ଆପଣ ଆମର ସାହସ ବଢ଼ାଇଛନ୍ତି...ଆପଣ ନିଶ୍ଚୟ କରୋନାକୁ ହରାଇ ଦେବେ |

ବାପା - ଇସାରାରେ କହିଥିଲେ ସାହସ ରଖ

ଝିଅ - ବାପା ଆପଣ ଶୀଘ୍ର ଘରକୁ ଆସିବେ ନା ?

ପତ୍ନୀ - ଦେଖା ଆମେ ସମସ୍ତେ ତୁମକୁ ଅପେକ୍ଷା କରିଛୁ...ଶୀଘ୍ର ଭଲ ହୋଇ ଘରକୁ ଫେରି ଆସ

ଯଶବନ୍ତ ପାଲ - ଇସାରା କରି ପତ୍ନୀ ଓ ଝିଅକୁ ନିଜ ପାଖକୁ ଆସିବାକୁ କହିଥିଲେ

{"id":258174,"sizeSlug":"large"}

ଇନ୍ଦୋରରେ ଶନିବାର ଦିନ ୪୫ ବର୍ଷ ବୟସ୍କ ଥାନା ଅଧିକାରୀ ଦେବେନ୍ଦ୍ର ଚନ୍ଦ୍ରବଂଶୀ ମଧ୍ୟ କରୋନା ସହ ସଂଗ୍ରାମ କରି କରି ଶେଷରେ ସହିଦ ହୋଇଥିଲେ | ରବିବାର ଦିନ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା | କରୋନାରେ ତାଙ୍କର ମୃତ୍ୟୁ ହୋଇଥିବା ଯୋଗୁଁ ତାଙ୍କ ପରିବାର ମଧ୍ୟ ତାଙ୍କର ଶେଷ ଦର୍ଶନ କରି ପାରିନଥିଲେ | ଚନ୍ଦ୍ରବଂଶୀ ଇନ୍ଦୋର ଅନ୍ତର୍ଗତ ଜୁନି ଥାନା ଅଧିକାରୀ ଥିଲେ | ଲକଡାଉନ ଡ୍ୟୁଟି ସମୟରେ ସେ ସଂକ୍ରମିତ ହୋଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.