୨୦୧୩ ବ୍ୟାଚ୍‌ର ଚୁକ୍ତି ଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା

Published By : Prameya-News7 Bureau | May 06, 2020 IST

ଭୁବନେଶ୍ବର୬/୫: ୨୦୧୩ ବ୍ୟାଚ୍‌ର ଚୁକ୍ତି ଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ଆଜିକୁ ଦୀର୍ଘ ୧୬ ମାସ ହେବ ନିଜର ଚୁକ୍ତି ଭିତ୍ତିକ ସମୟସୀମାକୁ ପୂରଣ କରିସାରିଲା ପରେ ମଧ୍ୟ ୨୦୧୩ ବ୍ୟାଚ୍ ମସିହାରେ ନିଯୁକ୍ତି ପାଇଥିବା ୫୦୦୦ ରୁ ଉର୍ଦ୍ଧ୍ବ  ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ସାବତ ପୁଅ/ଝିଅ ପରି ବ୍ୟବହାର  କରୁଛି।

{"id":265787,"sizeSlug":"large"}

ଚିଠି.ନଂ-୪୮୮୧୭/ ତାରିଖ-୧୭-୧୨-୨୦୧୯ ଏବଂ ପୁନର୍ବାର ଚିଠି.ନଂ.-୯୫୦୬/ତାରିଖ:-୧୭-୦୩-୨୦୨୦ ଦ୍ବାରା ୨୦୧୩ ନିୟମିତ ପ୍ରସ୍ତାବ ଲାଗି ସବୁ ଜିଲ୍ଲା  ଶିକ୍ଷା ଅଧିକାରୀ ମାଗିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଖୋର୍ଦ୍ଧା,ଭଦ୍ରକ,ନବରଙ୍ଗପୁର,ଯାଜପୁର ଏପର୍ଯ୍ୟନ୍ତ ନିଜର ନିୟମିତ ପ୍ରସ୍ତାବ ଦେଇ ନାହାନ୍ତି। ଚିଠି ନଂ ୨୫୭୧୪/ତା:-୨୯-୦୭-୨୦୧୬ ଅନୁସାରେ ଫେବ୍ରୁଆରି ୧୫ ସୁଧା ସବୁ ଜିଲ୍ଲାରୁ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ପ୍ରସ୍ତାବ ଆସିବା କଥା ଏବଂ ମାର୍ଚ୍ଚ ୧୫ ସୁଧା ଏହା ସରକାରଙ୍କର ଅନୁମୋଦନ ପାଇଁ ସଚିବାଳୟକୁ ଯିବା କଥା।

କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ,ପ୍ରିୟାପ୍ରୀତି ପାଇଁ ଫାଇଲ୍‌ଟି ଏପର୍ଯ୍ୟନ୍ତ ପୁଟ୍ ଅଫ୍ ହୋଇ ପାରିନାହିଁ। ଯଦି ଆଗାମୀ ୧୫ ଦିନ ମଧ୍ୟରେ ଏହାର  ସମାଧାନ ନ କରାଯାଏ, ତେବେଏହି ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ରାଜ୍ୟ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରଭାତ ମହାନ୍ତି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.