Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ହାଇକୋର୍ଟଙ୍କ ନିର୍ଦ୍ଦେଶ: କହିଲେ- ‘ତହସିଲ୍‌ଦାର ଭୂମିର ପ୍ରକୃତ ସ୍ଥିତି ବଦଳାଇ ପାରିବେନାହିଁ’

14/11/2020 at 4:03 PM

ପ୍ରୟାଗରାଜ ୧୪/୧୧: ତହସିଲ୍‌ଦାର ଭୂମିକାଙ୍କୁ ନେଇ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜମିର ପ୍ରକୃତ ସ୍ଥିତିକୁ ବଦଳାଇପାରିବେ ନାହିଁ ତହସିଲ୍‌ଦାର। ଜୈନପୁର ମଛିଲିଶହରରେ ତହସିଲ୍‌ଦାର ଯାଚିକା ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଜମିର ପ୍ରକୃତି ବଦଳାଇବାର ଅଧିକାର ତହସିଲ୍‌ଦାରଙ୍କର ନାହିଁ। ଏହା ସହ ପଡ଼ିଆ ପଡ଼ିଥିବା ଜମିକୁ ରାସ୍ତା କରିବାକୁ ଅନୁମତିକୁ ଅବୈଧ ବୋଲି ଘୋଷଣା କରିଛନ୍ତି। କୌଣସି ଭୂମି ଉପରେ ରାଜ୍ୟ ସରକାର କବ୍‌ଜା କରିବାର ଅଧିକାର ନାହିଁ ବୋଲି କୋର୍ଟ କହିଛନ୍ତି।

ପଡ଼ିଆ ଜମି ଗାଁ ସଭାର ହୋଇଥିବା ବେଳେ ସଡ଼କ ନିର୍ମାଣ କରିବାକୁ ହେଲେ ସରକାର ଜମି କଣିପାରିବେ। ଜବରଦସ୍ତି ତା ଉପରେ ସଡ଼କ ନିର୍ମାଣ କରିପାରିବେ ନାହିଁ। ବିଶ୍ବନାଥ ବାବୁଲ ସିଂହ ନାମକ ଏକ ବ୍ୟକ୍ତି ହାଇକୋର୍ଟରେ ଯାଚିକା ଦାଏର କରିଥିଲେ। ଏଥିରେ ମଛିଲିଶହରରେ ପ୍ଲଟ ନମ୍ବର ୪୭୩ ଓ ୪୭୪କୁ ତହସିଲ୍‌ଦାର ପଡ଼ିଆ ଜମି ଦର୍ଶାଇ ରାସ୍ତା ନିର୍ମାଣ ପାଇଁ ନିର୍ଦେଶ ଦେଇଥିବା ଦର୍ଶାଯାଇଥିଲା। ତେବେ ଏହା ଉପରେ ଜଷ୍ଟିସ୍‌ ଅଞ୍ଜନୀ କୁମାର ମିଶ୍ରଙ୍କ ଏକକ ଖଣ୍ଡପୀଠ ଏନେଇ ଶୁଣାଣି କରି ରାୟ ଶୁଣାଇଛନ୍ତି।

ସେପଟେ ନାବାଳକ ପିଲାଙ୍କୁ କଷ୍ଟଡିରେ ନେବାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅପରାଧିକ ମାମଲା ହେବା ପରେ ଜଣେ ନାବାଳକଙ୍କ ପିତା କଷ୍ଟଡି ଦାବି କରିପାରିବେ ନାହିଁ। ମାମଲା​‌ରେ ଜାମିନ ମିଳିବା ପରେ ନାବାଳକ ପିତା କଷ୍ଟଡି ପାଇଁ ଦାବି କରିପାରିବେ।

   Related Posts