Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

କୋଚିଳା ନଦୀପଠାରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ଯୁବତୀ ମୃତ୍ୟୁ ଘଟଣା, ଟ୍ୱିଟ ପରେ ଏସ୍‌ପିଙ୍କୁ ତଦନ୍ତ ନିର୍ଦେଶ ଦେଲେ ଆଇଜି

3/11/2019 at 9:20 PM

ଭଦ୍ରକ – କୋଚିଳା ନଦୀ ପଠାରୁ ଉଦ୍ଧାର ଯୁବତୀ ମୃତ ଘଟଣା । ଭଦ୍ରକ ଏସପି ଙ୍କୁ ଘଟଣାର ତଦନ୍ତ କରିବା ପାଇଁ ଆଇଜି ନିର୍ଦେଶ ଦେଇଛନ୍ତି । ଜନୈକ ବ୍ୟକ୍ତିଙ୍କ ଟୁଇଟ୍‌ ପରେ ତଦନ୍ତ ନିର୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ଗତକାଲି ନଦୀପଠାରୁ ଉଦ୍ଧାର ହୋଇଥିବା ଯୁବତୀ ଙ୍କ କଟକ ଏସିବି ରେ ମୃତ୍ୟୁ ହୋଇଥିଲା ।

ସୂଚନା ଯୋଗ୍ୟ ନଦୀ ପଠା ରୁ ମୁର୍ମୁଷ ଅବସ୍ଥା ରେ ଉଦ୍ଧାର ଯୁବତୀ କଟକ ବଡ ମେଡିକାଲ ରେ ମୃତ୍ୟୁ ହୋଇଛି । ଉଦ୍ଧାର ଯୁବତୀ ଙ୍କୁ ନଦୀ ପଠା ରୁ ଆଣି ମେଡିକାଲ ରେ ଭର୍ତ୍ତି କରିଥିବା ଦୁଇ ଯୁବକ ଫେରାର ହୋଇଯିବା ପରେ ଘଟଣା ନୂଆମୋଡ ନେଇଛି । ମୃତକ ଙ୍କ ଗାଁ ଓ ପରିବାର ଲୋକ ଙ୍କ ଅଭିଯୋଗ ରେ ଯୁବତୀ ଙ୍କୁ ଅପହରଣ କରି ନେଇ ଗଛ ରେ ଗାଡି ଧକ୍କା ଦେଇ ହତ୍ୟା କରି ଥିବା ଅଭିଯୋଗ ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ରେ ଏହି ଘଟଣା ଘଟିଛି । ଏହି ଘଟଣାକୁ ଭଦ୍ରକ ଏସ୍‌ପି ତଦନ୍ତ କରିବେ ବୋଲି ଆଇଜି ନିର୍ଦେଶ ଦେଇଛନ୍ତି ।

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅର୍ଜୁନପୁର ନିକଟ କୋଚିଳା ନଦୀ ପଠାରୁ ମୁର୍ମୁଷ ଅବସ୍ଥା ରେ ଯୁବତୀ ଙ୍କୁ ଉଦ୍ଧାର କରି ଦୁଇଜଣ ଯୁବକ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଯୁବତୀ ଜଣକ ଯାଜପୁର ଜିଲ୍ଲା ଅହିୟାସ ଅଞ୍ଚଲ ର । ସେଠାରେ ଯୁବତୀଙ୍କୁ ଆଣିଥିବା ଦୁଇଜଣ ଯୁବକ ଯୁବତୀ ଙ୍କ ଦୁର୍ଘଟଣା ହୋଇଥିବା ଯୋଗୁଁ ନଇ ପଠା ରେ ପଡିଥିବା କହିଥିଲେ । ପରେ ଯୁବକ ଦୁଇ ଜଣ ମେଡିକାଲରୁ ଫେରାର ହୋଇଯାଇଥିଲେ । ଗୁରୁତର ଯୁବତୀଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ଯୁବତୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଯୁବତୀଙ୍କ ଘର ଲୋକେ ଖବର ପାଇ ଗୁରୁତର ଯୁବତୀଙ୍କୁ ଭଦ୍ରକ ରୁ କଟକ ସ୍ଥାନାନ୍ତର କରିଥିଲେ । ସେଠାରେ ଯୁବତୀ ଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ୍ୟୁ ପରେ ଘର ଲୋକେ ଯୁବତୀ ଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ କରିଛନ୍ତି ।

ଯୁବତୀଙ୍କ ଗାଁ ଲୋକ ଙ୍କ କହିବା କଥା ଯେ ଯୁବକ ଜଣକ ନିଜ ସମ୍ପର୍କୀୟଙ୍କ ଘର କୁ ଆସୁଥିଲେ । ଗତକାଲି ଯୁବକ ଜଣଙ୍କ ଯୁବତୀ ଙ୍କୁ ତାଙ୍କ ଭିଣୋଇଙ୍କ ପାଖକୁ ନେବାକୁ କହି ବାଇକରେ ବସାଇ ନେଇଯାଇଥିଲେ ଦ୍ରୁତଗତି ରେ ଗାଡିରେ ବସାଇ ନେଇଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟ ପଟେ ଦୁଇଯୁବକ ଫେରାର ହୋଇଯାଇଛନ୍ତି । ତେବେ ଯୁବତୀ ଙ୍କୁ ଗାଡିରେ ନେଉଥିବା ବେଳେ ଗାଡି କୁ ଗଛ ରେ ଧକ୍କା କରି ଯୁବତୀଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା । ପୋଲିସରେ ଦୁଇ ଯୁବକଙ୍କ ବିରୋଧ ରେ ଅଭିଯୋଗ କରିବେ ବୋଲି ସୂଚନା ଦେଇଛନ୍ତି ।

ପ୍ରଥମେ ଅପହରଣ ଓ ପରେ ଗାଡି ଧକ୍କା ପୁଣି ଯୁବତୀ ଙ୍କୁ ମେଡିକାଲ ରେ ଗୁରୁତର ଅବସ୍ଥାରେ ଛାଡି ପଳାଇଯିବାକୁ ନେଇ ସନ୍ଦେହ ଘନୀଭୂତ ହେବା ରେ ଲାଗିଛି । ପୋଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ ।

   Related Posts