Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଦମଦାର୍ ଷ୍ଟାଇଲରେ ବାଣ ଫୁଟା, ସିଗାରେଟ ନିଆଁରେ ବୃଦ୍ଧ ଉଡାଇଲେ ରକେଟ୍, ଦେଖୁ ଦେଖୁ ଭାଇରାଲ୍ ହେଲା ଭିଡିଓ

5/11/2021 at 1:15 PM

ନୂଆଦିଲ୍ଲୀ ୦୫/୧୧: ଚଳିତ ବର୍ଷ ଦୀପାବଳି ପର୍ବ ଖୁବ୍ ଧୁମ୍ ଧାମର ସହିତ ପାଳନ କରାଯାଇଛି। ଗତ ବର୍ଷ କରୋନା ହେତୁ ଏହାର ଚମକ ଟିକେ କମି ଯାଇଥିଲା। ଅବଶ୍ୟ, ପରିବେଶକୁ ଦୃଷ୍ଟିରେ ରଖି ଏଥର ଅନେକ ନିୟମ ଲାଗୁ କରାଯାଇଥିଲା। ଏହି ସମୟରେ ଆଇଏଫଏସ ଅଧିକାରୀ ସୁସାନ୍ତ ନନ୍ଦ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଭାଇରାଲ୍ ହେବାରେ ଲାଗିଛି।

ସୁସାନ୍ତ ନନ୍ଦ ଟ୍ୱିଟରରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପାଟିରେ ସିଗାରେଟ୍ ସହିତ ରକେଟ୍ ବାଣ ଫୁଟାଉଥିବାର ଦେଖାଇଛନ୍ତି। ଭାଇରାଲ ହୋଇଥିବା ଭିଡିଓରେ ବ୍ୟକ୍ତି ଜଣଙ୍କ ପାଟିରେ ସିଗାରେଟ୍ ପୁରାଇଛନ୍ତି। ସେ ମାତ୍ର ୧୮ ସେକେଣ୍ଡରେ ଏହି ସିଗାରେଟ୍ ସହିତ ୧୧ ଟି ରକେଟ୍ ବାଣ ଫୁଟାଇଛନ୍ତି। ବ୍ୟକ୍ତି ଜଣଙ୍କ ତାଙ୍କ ହାତରେ ରକେଟ୍ ବାଣ ଧରିଛନ୍ତି ଏବଂ ପାଟିରେ ଚାପି ଧରିଥିବା ସିଗାରେଟରେ ସେଗୁଡିକୁ ଫୁଟାଉଛନ୍ତି। ଏହା ପରେ ସେ ଏହାକୁ ହାତରେ ଉପରକୁ ଛାଡୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଭିଡିଓର କ୍ୟାପସନରେ ଅଧିକାରୀ ଲେଖିଛନ୍ତି, କ’ଣ ଏହାକୁ ଗ୍ରୀନ୍ କ୍ରାକର କୁହାଯାଇପାରିବ?

ଅଧିକାରୀ ଏହାକୁ ଟ୍ୱିଟରରେ ସେୟାର କରିବା ପରଠାରୁ ଏହାକୁ ୨୪ ହଜାରରୁ ଅଧିକ ଥର ଦେଖାଯାଇଛି। ଲୋକମାନେ ଏହି ମଜାଳିଆ ଭିଡିଓ ଉପରେ ଅନେକ ପ୍ରକାରର କମେଣ୍ଟ ଦେଇଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି, ସେ ରଜନୀକାନ୍ତଙ୍କ ଶୈଳୀରେ ଦୀପାବଳି ପାଳନ କରୁଛନ୍ତି। ସେହିପରି ଅନ୍ୟଜଣେ ତାଙ୍କୁ ମେଣ୍ଟୋସ ଜୀବନର ପ୍ରକୃଷ୍ଟ ଉଦାହରଣ କହିଛନ୍ତି।

   Related Posts