Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଜାପାନୀ ଫିଲ୍ମ ‘ରିଂଗ ୱାଣ୍ଡରିଂ’ ଜିତିଲା ସମ୍ମାନଜନକ IFFI ଗୋଲ୍ଡେନ ପିକକ୍ ପୁରସ୍କାର

28/11/2021 at 9:53 PM

ପଣାଜୀ ୨୮।୧୧: ଜାପାନୀ ଚଳଚିତ୍ର ନିର୍ମାତା ମାସାକାଜୁ କନେକୋଙ୍କ ଫିଲ୍ମ ‘ରିଂଗ ୱାଣ୍ଡରିଂ’କୁ ଭାରତୀୟ ଅନ୍ତର୍ଜାତୀୟ ଚଳଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ସମ୍ମାନଜନକ ଗୋଲ୍ଡେନ ପିକକ୍ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ଫିଲ୍ମଟି ଜଣେ ଆଶାୟୀ ‘ମଙ୍ଗା କଳାକାର’ଙ୍କ ଉପରେ ଆଧାରିତ। ଆଇଏଫଏଫଆଇ ୫୨ତମ ଉଦଯାପନୀ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି।

ସେହିପରି ଉତ୍ସବରେ ‘ସେଭିଂ ୱାନ ହୁ ୱାଜ୍‌ ଡେଡେ’ ଲାଗି ଭାକ୍ଲାଭ କାଡ୍ରାଙ୍କା ଶ୍ରେଷ୍ଠ ନିର୍ଦ୍ଦେଶକ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ନିଖିଲ ମହାଜନଙ୍କ ମରାଠୀ ଫିଲ୍ମ ‘ଗୋଦାବରୀ’ ଲାଗି ଜିତେନ୍ଦ୍ର ଯୋଶୀ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି। ଉତ୍ସବରେ ନିଖିଲ ମହାଜନ ସ୍ୱତନ୍ତ୍ର ଜୁରୀ ଆୱାର୍ଡରେ ମଧ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି। ସେହିପରି ଏଞ୍ଜେଲା ମୋଲିନା ଫିଲ୍ମ ‘ଚାର୍ଲୋଟ’ ଲାଗି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି।

ନିଖିଲ ମହାଜନ ଓ ବ୍ରାଜିଲିୟ ଅଭିନେତ୍ରୀ ରେନେଟା ଯୌଥ ଜୁରୀ ପୁରସ୍କାର ପାଇଛନ୍ତି। ଆଇଏଫଏଫଆଇ ଗୋଲ୍ଟେନ ପିକକ ପୁରସ୍କାର ଆକାରରେ ଶ୍ରେଷ୍ଠ ଫିଲ୍ମକୁ ନଗଦ ୪୦ ଲକ୍ଷ ଟଙ୍କା ଓ ଗୋଲ୍ଡେନ ପୁରସ୍କାର ଟ୍ରଫି ପ୍ରଦାନ କରାଯାଇଥାଏ। ଚଳିତବର୍ଷ ଜାପାନୀ ଫିଲ୍ମ ନିର୍ମାତା ମାସାକଜୁ କୋନେକୋ ଏହି ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି।

   Related Posts