ଚାଷୀଙ୍କ ଉପରେ ଚଡ଼କ ! DAP ସାର ଦରରେ ଥରକେ ୫୮% ବୃଦ୍ଧି କଲେ IFFCO

Published By : Prameya-News7 Bureau | April 08, 2021 IST

ନୂଆଦିଲ୍ଲୀ ୮।୪: ଚାଷୀଙ୍କ ଉପରେ ଚଡ଼କ ପକାଇଛି ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋ-ଅପରେଟିଭ (ଇଫକୋ) । ଚାଷ ଲାଗି ଜରୁରି ରସାୟନିକ ସାର ଡାଇ ଆମୋନିୟମ ଫସଫେଟ୍ (ଡିଏପି) ସାର ମୂଲ୍ୟ ବଢାଇ ଦେଇଛନ୍ତି। ଇଫକୋ  ୫୦ କିଲୋଗ୍ରାମ ଡିଏପି ସାର ପ୍ୟାକେଟ୍ ପିଛାର ଦରରେ ଥରେ ୫୮.୩୩ ପ୍ରତିଶତ ବୃଦ୍ଧି କରିଛନ୍ତି। ସାରର ନୂଆ ବର୍ଦ୍ଧିତ ଦର ଦେଶରେ ୧ ଏପ୍ରିଲରୁ ଲାଗୁ ହୋଇଛି।

ଗତମାସରେ ୫୦ କେଜି ଡିଏପି ସାର ପ୍ୟାକେଟ୍‌ ପିଛା ୧୨ଶହ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଏହାର ବଜାର ଦର ପ୍ରତି ପ୍ୟାକେଟ୍ ୧ହଜାର ୯୦୦ ଟଙ୍କାରେ ପହଞ୍ଚିଯାଇଛି। ତେବେ ଡିଏପି ସାର ଦର ଅନ୍ୟ ସାର କମ୍ପାନୀମାନେ ପୂର୍ବରୁ ବୃଦ୍ଧି କରିସାରିଛନ୍ତି। ଏହି ସାର ପ୍ରସ୍ତୁତ କରୁଥିବା ପାରାଦ୍ୱୀପ ଫସଫେଟସ୍‌  ଲିମିଟେଡ (ପିପିଏଲ) ଓ ଗୁଜରାଟ ଷ୍ଟେଟ୍‌ ଫର୍ଟିଲାଇଜର କର୍ପୋରେସନ (ଜିଏସଏଫସି) ପ୍ୟାକେଟ୍‌ ପିଛା ୩୦୦ ଟଙ୍କା ବଢାଇ ୧୫ଶହ ଟଙ୍କା ଦରରେ ବିକ୍ରି କରୁଥିଲେ। ଏବେବ ସମବାୟ କ୍ଷେତ୍ରର ଇଫକୋ ନୂଆ ଦର ଲାଗୁ କରିଥିବାରୁ ହୁଏତ  ସେମାନେ ମଧ୍ୟ ନିଜ ସାର ଉତ୍ପାଦକୁ ସେହି ଦରରେ ବିକ୍ରି କରିବେ ବୋଲି ଆସଙ୍କା କରାଗଲାଣି।

{"id":435222,"width":840,"height":473,"sizeSlug":"large","linkDestination":"none"}

ତେବେ ଦେଶରେ ସାର ମୂଲ୍ୟ ଏପରି ଏକ ସମୟରେ  ବଢିଛି ଯେତେବେଳେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଚାଷୀ ଦିଲ୍ଲୀକୁ ଘେରି ବସିଛନ୍ତି। ନୂଆ ସାର ଦର ଗତ ୭୫ ବର୍ଷରେ ସର୍ବାଧିକ ବୋଲି କଂଗ୍ରେସ ମୁଖପାତ୍ର ରନ୍ଦୀପ ସୂରଜେୱାଲା କହିଛନ୍ତି। ସାରର ଏପରି ମୂଲ୍ୟ ବୃଦ୍ଧି ଦେଶରେ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେବ ବୋଲି ଦିଲ୍ଲୀରେ ଆନ୍ଦୋଳନରତ ଭାରତୀୟ କିଷାନ ୟୁନିୟନ (ରାଜେୱାଲ)ର ସଭାପତି ବଲବୀର ସିଂହ ରାଜେୱାଲ କହିଛନ୍ତି। ତେବେ ଡିଏପି ସାର ଦର ବୃଦ୍ଧି ଲାଗି ଇଫକୋ ଅଧିକାରୀ ଅନ୍ତର୍ଜାତୀୟ ସ୍ତରରେ ରସାୟନିକର ଦରବୃଦ୍ଧିକୁ ଦାୟି କରିଛନ୍ତି।

wp:embed {"url":"https://twitter.com/rssurjewala/status/1379872235419144192","type":"rich","providerNameSlug":"twitter","responsive":true,"className":""}
https://twitter.com/rssurjewala/status/1379872235419144192
/wp:embed

ସେ କହିଛନ୍ତି ଯେ ଡିଏପି ସାର ପ୍ରସ୍ତୁତି ଲାଗି ବ୍ୟବହାର ହେଉଥିବା ଫସଫରିକ ଏସିଡ ଓ ରକଫସଫେଟ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ଖୁବ ବଢିଯାଇଛି। ଦେଶରେ ଏହାର ଉପଲବ୍ଧତା ନଥିବାରୁ ବିଦେଶ ଉପରେ ନିର୍ଭର କରିବାକୁ ପଡୁଛି। ତେବେ ଦେଶରେ ଜୁନ-ଜୁଲାଇରୁ ଆରମ୍ଭ ହେବାକୁ ଯାଉଥିବା ଖରିଫ ଋତୁରେ ଏହି ସାରର ଆବଶ୍ୟକତା ରହୁଥିବା ବେଳେ ଏହା ସ୍ୱଳ୍ପମାତ୍ରାରେ ବ୍ୟବହୃତ ହୋଇଥାଏ। ଚାଷୀ ଆଖୁ, ମୁଗ ଓ ପନିପରିବା ଚାଷରେ ଏହି ସାରର ପ୍ରାୟତଃ ଉପଯୋଗ କରନ୍ତି। ହେଲେ ଧାନ ଚାଷ ଲାଗି ଏହାର ପ୍ରଚୁର ଆବଶ୍ୟକତା କିନ୍ତୁ ଚିନ୍ତାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.