Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଟେନ୍‌ ପରେ ଆଉ ଗୋଟିଏ ଦେଶ କଲା ବଡ଼ ଘୋଷଣା, ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଟିକାକରଣ
  • ||
  • କମୁଛି ସଂକ୍ରମଣ, ଲୋକଙ୍କ ମନରୁ ଦୂର ହେଉଛି କରୋନା ଭୟ, ଆଉ ୬୬୦ ସଂକ୍ରମିତ ହେଲେ ଆରୋଗ୍ୟ
  • ||
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||

ସ୍ବାମୀଙ୍କୁ ବନ୍ଧୁକ ଦେଖାଇ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ : ସ୍ବାମୀ ବିରୋଧ କରିବାରୁ ସ୍ବାମୀଙ୍କୁ ଗୁଳିମାଡ଼

8/09/2019 at 11:42 AM

ଅମରୋହା ୮/୯: ସ୍ବାମୀଙ୍କ ସହ ଔଷଧ ନେଇ ଫେରୁଥିବା ବିବାହିତା ଯୁବତୀଙ୍କୁ ୪ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ପଡ଼ିଆରେ ଗଣଦୁଷ୍କର୍ମ କରିଛନ୍ତି। ଘଟଣାଟି ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଅମରୋହାରେ ଘଟିଛି। ଅଭିଯୁକ୍ତମାନେ ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରିଥିଲେ। ଯେତେବେଳେ ତାଙ୍କ ସ୍ବାମୀ ବିରୋଧ କରିଥିଲେ ସେମାନେ ତାଙ୍କ ହାତକୁ ଗୁଳି ମାରିଥିଲେ। ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଧମକାଇ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କର ଚିକିତ୍ସା ପାଇଁ ସିଏଚସିରେ ଭର୍ତ୍ତି କରାଇଥିଲା। ଏହା ସହିତ ପୋଲିସ୍ ଦୁର୍ବୃତ୍ତଙ୍କୁ ଖୋଜିବାରେ ଲାଗି ପଡ଼ିଥିଲା।

ବଛରାୟୁଁ ଥାନା ଅଞ୍ଚଳର ଏକ ଗାଁରେ ରହୁଥିବା ଯୁବତୀଙ୍କ ବିବାହ ମିରଟରେ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ସେ ଚାନ୍ଦପୁରରୁ ଔଷଧ ନେଇ ସ୍ବାମୀଙ୍କ ସହ ବାପଘରକୁ ଯାଉଥିଲେ। ଧନୌରାରେ ଗଢ଼ଓ୍ବାଲ ଏକ୍ସପ୍ରେସ ଟ୍ରେନରୁ ଓହ୍ଲାଇବା ପରେ ଇ- ରିକ୍ସା ଯୋଗେ ସ୍ବାମୀ ସ୍ତ୍ରୀ କୁଆଖେଡ଼ା ଗାଁକୁ ଫେରୁଥିଲେ।

ପୀଡ଼ିତାଙ୍କ କହିବାନୁସାରେ ମିଳକ ଗାଁ ନିକଟରେ ପହଞ୍ଚିବା କ୍ଷଣି ପଛରୁ ଆସୁଥିବା ଦୁଇଟି ବାଇକରେ ଆସୁଥିବା ୪ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଲୁଟ କରିବା ପରେ ଇ-ରିକ୍ସା ଡ୍ରାଇଭରକୁ ସେଠାରୁ ତଡ଼ି ଦେଇଥିଲେ ଏବଂ ସେମାନଙ୍କୁ ରାସ୍ତାକଡ଼ରେ ଥିବା ପଡ଼ିଆକୁ ନେଇ ଯାଇଥିଲେ। ପଡ଼ିଆରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା। ସ୍ବାମୀ ବିରୋଧ କରିବାରୁ ତାଙ୍କ ହାତକୁ ଗୁଳି ମାରିଥିଲେ।

   Related Posts