ଏହି ୫ଟି ଅଭ୍ୟାସ ରହିଛି କି ଆପଣଙ୍କ ପତ୍ନୀଙ୍କଠାରେ : ତେବେ ଆପଣ ବହୁତ ଭାଗ୍ୟଶାଳୀ ,ଜାଣନ୍ତୁ କ’ଣ
30/05/2019 at 12:40 PM

କୁହାଯାଏ ଗୋଟିଏ ପରିବାକୁ ଚଳାଇବା ପାଇଁ ସ୍ବାମୀ-ସ୍ତ୍ରୀ ଗୋଟିଏ ସାଇକେଲର ଦୁଇଟି ଚକ ସଦୃଶ ଥାଆନ୍ତି। ଯଦି ସ୍ତ୍ରୀ ସୈାଭାଗ୍ୟଶାଳୀ ହୋଇଥାଆନ୍ତି ତେବେ ସ୍ବାମୀଙ୍କ ଜୀବନ ସୈାହାର୍ଦ୍ଦ୍ୟପୂର୍ଣ୍ଣ ହୋଇଥାଏ। ସ୍ତ୍ରୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଯଦି ଆପଣଙ୍କ ପତ୍ନୀଙ୍କଠାରେ ଉତ୍ତମ ଅଭ୍ୟାସ ରହିଥିବ ତେବେ ଆପଣଙ୍କ ଘରେ ସୁଖଶାନ୍ତି ଭରିଯିବ। କିନ୍ତୁ ଯଦି ପତ୍ନୀଙ୍କଠାରେ ଖରାପ ଅଭ୍ୟାସ ଭରି ରହିଥିବ ତେବେ ସ୍ବାମୀଙ୍କ ଜୀବନ ନର୍କ ହୋଇଯାଇଥାଏ। ତେବେ ଆସନ୍ତୁ ଜାଣିବା ପତ୍ନୀଙ୍କଠାରେ ଥିବା ଏହି ୫ଟି ଉତ୍ତମ ଅଭ୍ୟାସ ବିଷୟରେ ଯାହା ଫଳରେ ସ୍ବାମୀଙ୍କ ଜୀବନ ଆନନ୍ଦମୟ ହୋଇଥାଏ।

୧.ଯଦି ଆପଣଙ୍କ ସ୍ତ୍ରୀ ଧର୍ମ ଅନୁସାରେ ନିଜ ଜୀବନକୁ ଆଗକୁ ବଢ଼ାଇବାକୁ ବିଶ୍ବାସ ରଖିଥିବେ। ଯଦି ଆପଣଙ୍କ ପତ୍ନୀ ଭଗବାନଙ୍କ ଉପରେ ବିଶ୍ବାସ ରଖିଥିବେ ତେବେ ସେ ଘରେ ସୁଖ ଆଣି ପାରିବେ। ଭଗବାନ ସବୁବେଳେ ତାଙ୍କ ସହାୟତା କରିଥାଆନ୍ତି। ଯେଉଁମାନେ ଧର୍ମ ଅନୁସାରେ ଚଳନ୍ତି ସେମାନେ ସ୍ବାମୀଙ୍କ ଜୀବନରେ ସୁଖ ଆଣିଥାଆନ୍ତି।

୨.ଯେଉଁ ମହିଳାଙ୍କ ଇଚ୍ଛା ସୀମିତ ରହିଥାଏ,ସେହି ମହିଳାମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି। ଅର୍ଥାତ୍ ମହିଳାଙ୍କ ଇଚ୍ଛା ପୁରୁଷଙ୍କୁ ଖରାପ ରାସ୍ତାକୁ ନେଇଯାଇଥାଏ। ଯଦି ସ୍ତ୍ରୀ ,ସ୍ବାମୀଙ୍କ ଆମଦାନୀ ହିସାବରେ ଚଳିଥାଏ ତେବେ ଆପଣଙ୍କ ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହିଥାଏ।

୩. ଯଦି ଆପଣଙ୍କ ପତ୍ନୀଙ୍କଠାରେ ଧୈର୍ଯ୍ୟ ରହିଛି ତେବେ ଆପଣ ବହୁତ ଭାଗ୍ୟଶାଳୀ। ମହିଳାଙ୍କଠାରେ ଧୈର୍ଯ୍ୟର ଅର୍ଥ ହେଉଛି ଯେ ସେ ସବୁ ପରିସ୍ଥିତିରେ ସ୍ବାମୀଙ୍କ ସହିତ ଛିଡ଼ା ରହିବ। ପତ୍ନୀଙ୍କଠାରେ ଏତେ ଶକ୍ତି ରହିଥାଏ ସେ ସ୍ବାମୀଙ୍କ ସବୁ ଖରାପ ପରିସ୍ଥିତିର ଅନ୍ତ କରିଥାଏ। ଅର୍ଥାତ ଖରାପ ସମୟରେ ସ୍ବାମୀଙ୍କ ସହ ରହି ତାଙ୍କୁ କଷ୍ଟ ହେବାକୁ ଦେଇନଥାଏ।

୪. ପ୍ରତ୍ୟେକ ସ୍ବାମୀ ନିଜ ପାଇଁ ଏପରି ପତ୍ନୀ ଆଶା କରିଥାଆନ୍ତି ଯିଏ କେବେ ରାଗୁନଥିବେ। ଯଦି ଆପଣଙ୍କ ପତ୍ନୀ କେବେ ଆପଣଙ୍କ ଉପରେ କେବେ ରାଗୁନାହାନ୍ତି ତେବେ ଆପଣ ବୁଝି ନିଅନ୍ତୁ ଆପଣ ସଂସାରର ଭାଗ୍ୟଶାଳୀ ସ୍ବାମୀଙ୍କ ତାଲିକାରେ ସାମିଲ ଅଛନ୍ତି।

୫. ଯଦି ଆପଣଙ୍କ ପତ୍ନୀଙ୍କ କଥା କହିବାର ଶୈଳୀ ଭଲ ଅର୍ଥାତ୍ ଯେକୈାଣସି ବ୍ୟକ୍ତିଙ୍କ ସହ ମିଠା ସ୍ବରରେ କଥା କହୁଥିବେ କିମ୍ବା ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିବେ ତେବେ ଆପଣ ବହୁତ ଭାଗ୍ୟଶାଳୀ। ଏପରି ପତ୍ନୀ ଘରକୁ ସ୍ବର୍ଗ କରିଥାନ୍ତି।
