Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ଘରେ ଝିଅ ଅଛି ତ ଏସ୍‌ବିଆଇର ଏହି ଜବରଦସ୍ତ ସ୍କିମ୍‌ର ଲାଭ ଉଠାନ୍ତୁ

ନୂଆଦିଲ୍ଲୀ୧୫|୧୦: କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ସୁକନ୍ୟା ସମୃଦ୍ଧି ଯୋଜନା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇ ପାରିଛି। ୧୦ ବର୍ଷରୁ କମ୍‌ ବୟସର ଝିଅମାନେ ସୁକନ୍ୟା ଯୋଜନାରେ ସାମିଲ ହୋଇପାରିବେ । ଝିଅମାନେ ଭବିଷ୍ୟତରେ ଉଚ୍ଚ ଶିକ୍ଷା ଓ ସାବାଳିକା ହେବା ପରେ ବିବାହ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ ସହାୟତା ମିଳିଥାଏ। ସବୁ ଯୋଜନାଠାରୁ ଏହି ଯୋଜନାରେ ଝିଅମାନଙ୍କୁ ଅଧିକ ସୁବିଧା ମିଳିଥାଏ।

ବର୍ତ୍ତମାନର ଯୋଜନା ଅନୁସାରେ ୮.୪ ପ୍ରତିଶତ ସୁଧ ମିଳୁଛି। ଏହି ସଂପର୍କରେ ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆ ବ୍ୟାଙ୍କର ଓ୍ବେବସାଇଟ୍‌ରେ ସୂଚନା ଦିଆଯାଇଛି। ଏସବିଆଇର ସୂଚନା ଅନୁସାରେ ଧାରା ୮୦ସି(section 80c) ଆଧାରରେ ପୁଞ୍ଜି ନିବେଶ କଲେ ଆପଣଙ୍କୁ ଆୟକର ରିହାତି ମିଳିଥାଏ। ଅର୍ଥାତ ବାର୍ଷିକ ୧.୫ ଲକ୍ଷ ଟଙ୍କା ପୁଞ୍ଜି ନିବେଶ କଲେ ଆପଣଙ୍କୁ ଆୟକର ରିହାତି ମିଳିବ। ଏପରିକି ସ୍କିମ୍‌ରେ ରିଟର୍ଣ୍ଣ ବି ମିଳୁଥିବା ଟଙ୍କା ମଧ୍ୟ ଟ୍ୟାକ୍ସ ଫ୍ରି ହୋଇଥାଏ।

ଆଇନଗତ ଅଭିଭାବକ କିମ୍ବା ବାପା-ମାଆଙ୍କ ନାଁ ଅନୁସାରେ ସୁକନ୍ୟା ଯୋଜନାରେ ଏସବିଆଇ ବ୍ୟାଙ୍କରେ ଖାତା ଖୋଲି ପାରିବ। ପିଲାର ଜନ୍ମରୁ ୧୦ ବର୍ଷ ମଧ୍ୟରେ ବ୍ୟାଙ୍କରେ ତାଙ୍କ ନାଁ ଖାତା ଖୋଲି ପାରିବେ। ନିୟମ ଅନୁସାରେ ଗୋଟିଏ ପିଲା ପାଇଁ ଗୋଟିଏ ଖାତା ବ୍ୟାଙ୍କରେ ଖୋଲି ପାରିବ।

ଏହି ଯୋଜନାରେ ଝିଅମାନେ ଅଧିକ ସୁବିଧା ପାଇ ପାରିବେ। ଏପରିକି ଝିଅ ସାବାଳିକା ହେବା ପରେ ବିବାହ ପାଇଁ ଆବଶ୍ୟକ ଅର୍ଥ ବୋଝ ମଧ୍ୟ କମ କରିଦେବ। ଅନ୍ୟ ଅର୍ଥ ଲଗାଣ ସଂସ୍ଥାରେ ଝିଅଙ୍କ ପାଇଁ ଟଙ୍କା ସଞ୍ଚୟ କରିବା ଅପେକ୍ଷା ସୁକନ୍ୟା ଯୋଜନାରେ ଝିଅଙ୍କ ନାଁରେ ଖାତା ଖୋଲିବା ଆବଶ୍ୟକ।

1948 Views

   ସମ୍ବନ୍ଧିତ ଖବର