ଆପଣଙ୍କୁ ରାସ୍ତାରେ ଟଙ୍କା ପଡ଼ିଥିବାର ମିଳୁଛି କି : ଜାଣନ୍ତୁ ଏହା ପଛର ରହସ୍ୟ

Published By : Prameya-News7 Bureau | January 28, 2019 IST

ରାସ୍ତାରେ ଯିବାବେଳେ ଆମକୁ ବହୁତ ଜିନିଷ ଦେଖିବାକୁ ମିଳିଥାଏ। ଯେପରିକି ବିଭିନ୍ନ ପ୍ରକାରର ଲୋକ,ଗାଡ଼ି ଏବଂ ଦୋକାନ। ଏସବୁ ବ୍ୟତୀତ ଆମେ ରାସ୍ତାରେ ବିଭିନ୍ନ ପ୍ରକାରର ଜିନିଷ ପଡ଼ିଥିବାର ଦେଖିବାକୁ ପାଉ। ଏଗୁଡ଼ିକ ମଧ୍ୟରୁ ଟଙ୍କା ଅନ୍ୟତମ। ଏପରିବର ଲୋକ ଥିବେ ଯେଉଁମାନେ ନିଜ ଜୀବନରେ କେବେ ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖିନଥିବେ। କେବେ କମ୍ ଟଙ୍କା ମିଳିଥାଏ ତ ଯଦି ବ୍ୟକ୍ତିଙ୍କ ଭାଗ୍ୟ ଭଲ ହୋଇଥିବ ତାହେଲେ ବେଶୀ ଟଙ୍କା ମିଳିଥାଏ।

ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି କେତେକ ବ୍ୟକ୍ତି ଆଗକୁ ମାଡ଼ିଯାଆନ୍ତି ତ କେତେକ ବ୍ୟକ୍ତି ଟଙ୍କା ଉଠାଇଥାନ୍ତି କିନ୍ତୁ ମନରେ ଏକ ଡର ରହିଥାଏ ଯେ କେହି ନ ଦେଖନ୍ତୁ। ଆମ ପାଇଁ ଏହା ଏକ ଲଜ୍ଜାକର ବିଷୟ ହୋଇଥାଏ କିନ୍ତୁ ପୃଥିବୀରେ ଏପରି କେତେକ ଦେଶ ରହିଛି ଯେଉଁଠାରେ ଏପରି କରିବା ଶୁଭ ହୋଇଥାଏ ।

ଚାଇନାରେ ରାସ୍ତାରେ ପଇସା ପଡ଼ିଥିଲେ ଗୋଟାଇ ରଖିବାକୁ ଶୁଭ ବୋଲି ବିଶ୍ବାସ କରାଯାଏ। ଏଠାରେ ବିଶ୍ବାସ ରହିଛି ଯେ ରାସ୍ତାରେ ପଡ଼ିଥିବା ଟଙ୍କା ଆପଣଙ୍କୁ ଜୀବନରେ ଅନେକ ମାର୍ଗ ଦେଖାଇଥାଏ। ଚାଇନା ବ୍ୟତୀତ ଅନ୍ୟ କେତେକ ଦେଶମାନଙ୍କରେ ରାସ୍ତାରୁ ଟଙ୍କା ମିଳିବା ଅର୍ଥ କୈାଣସି ପରୀ ଆପଣଙ୍କୁ ରାସ୍ତା ଦେଖାଇଥାଏ କୁ ସୂଚାଇଥାଏ।

ଏପରି ବିଶ୍ବାସ ରହିଛି ଯେ ରାସ୍ତାରେ ପଡ଼ିଥିବା ଟଙ୍କା ମାଧ୍ୟମରେ କୈାଣସି ଅଦୃଶ୍ୟ ଶକ୍ତି ଆପଣଙ୍କୁ ଏହା କହିବାକୁ ଚାହୁଁଛି ଯେ ନିଜ ଭିତରେ ଥିବା ଡରକୁ ତ୍ୟାଗ କରି ଜୀବନ ମାର୍ଗରେ ଆଗକୁ ବଢ଼ନ୍ତୁ ଏବଂ ନିଜ କାମକୁ ସମ୍ପୂର୍ଣ୍ଣ କରନ୍ତୁ।

କିଛି ଦେଶରେ ଏହାକୁ ଶୁଭ କୁହାଯାଉଥିବାବେଳେ କିଛି ଦେଶରେ ଏହାକୁ ଅଶୁଭ ବୋଲି ବିଶ୍ବାସ କରାଯାଏ। କେତେକ ଦେଶରେ ଏପରି ବିଶ୍ବାସ ରହିଛି ଯେ ଯଦି ରାସ୍ତାରେ ପଡ଼ିଥିବା ଟଙ୍କା ଉପରେ କୈାଣସି ବ୍ୟକ୍ତିଙ୍କ ନଜର ପଡ଼ିଥାଏ ତେବେ ଭବିଷ୍ୟତରେ ତାଙ୍କର କେହି ନିଜ ଲୋକ ତାଙ୍କଠୁ ଦୂରେଇ ଯାଆନ୍ତି। ଯଦି ଭବିଷ୍ୟତରେ ଆପଣଙ୍କୁ ଏପରି ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖିବାକୁ ମିଳେ ତାହେଲେ ସେହି ଟଙ୍କାକୁ ଗରିବଙ୍କୁ ଦାନ କରନ୍ତୁ ଏହା ଦ୍ବାରା ଆପଣଙ୍କୁ ପୁଣ୍ୟ ପ୍ରାପ୍ତି ହେବ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.