୮ଘଣ୍ଟା ବିଶ୍ରାମ ନେବାପରେ ମଧ୍ୟ ସକାଳେ ଥକ୍କା ଲାଗୁଛି କି : ହୋଇପାରେ ଏହି ୩ଟି ମାରାତ୍ମକ ରୋଗ

Published By : Prameya-News7 Bureau | March 14, 2019 IST

ବର୍ତ୍ତମାନ ମଣିଷ ନିଜ କର୍ମମୟ ଜୀବନରେ ଏତେମାତ୍ରାରେ ବ୍ୟସ୍ତ ହୋଇଯାଇଛି ଯେ ସେ ନିଜ ସ୍ବାସ୍ଥ୍ୟ ପ୍ରତି ଟିକେ ବି ଧ୍ୟାନ ଦେଉନାହିଁ। ନିଜ ବ୍ୟସ୍ତବହୁଳ ଜୀବନଶୈଳୀ କାରଣରୁ ଲୋକେ ଠିକଭାବେ ଶୋଇପାରୁନାହାନ୍ତି କି ଖାଇପାରୁନାହାନ୍ତି। ଯାହା ଫଳରେ ଶରୀରରୁ ଥକ୍କାପଣ ଯାଉନାହିଁ। ଅଧିକାଂଶ ଥର ଏହି କର୍ମମୟ ଜୀବନରେ ସମ୍ପୂର୍ଣ୍ଣ ନିଦ ଶୋଇଲେ ମଧ୍ୟ ଥକ୍କାପଣ ଶରୀରରୁ ଯାଉନାହିଁ ଏବଂ ଅଳସୁଆ ଲାଗୁଛି। ଏହା ପଛରେ ବି କାରଣ ରହିଛି। ଆସନ୍ତୁ ଜାଣିବା

{"id":93516,"width":595,"height":365}

୧.ଥାଇରଏଡ଼ : ବର୍ତ୍ତମାନ ଥାଇରଏଡ଼ ଏକ ଏପରି ରୋଗ ଯାହା ଦ୍ରୃତ ଗତିରେ ବ୍ୟାପିବାରେ ଲାଗିଛି। ଥାଇରଏଡ଼ ଗ୍ରନ୍ଥି ଯାହା ବେକର ସମ୍ମୁଖ ଭାଗରେ ରହିଥାଏ। ଏହା ଆପଣଙ୍କ ବେକରେ ଟାଇର ଗଣ୍ଠି ଆକାରର ହୋଇଥାଏ। ଏହି ଗ୍ରନ୍ଥି ହରମୋନ୍ ପରିବର୍ତ୍ତନ କରିଥାଏ। ଯେତେବେଳେ ଥାଇରଏଡ଼ ଗ୍ରନ୍ଥିର ଗତିବିଧି ଅଧିକ ହରମୋନ ସ୍ରାବ ଆରମ୍ଭ କରିଦେଇଥାଏ  ସେତେବେଳେ ଏହାକୁ ହାଇପର ଥାଇରଏଡ଼ଜିମ୍ କୁହାଯାଏ। ହାଇପର ଥାଇରଏଡ଼ଜିମ୍ ଏକ ଏପରି ସ୍ଥିତି ଯାହା ଶରୀରର ପାଚନ ପ୍ରକ୍ରିୟାକୁ ମନ୍ଥର କରିଦେଇଥାଏ। ଏଥିପାଇଁ ପର୍ଯ୍ୟାପ୍ତ ନିଦ ପରେ ମଧ୍ୟ ଥକ୍କାପଣ ଅନୁଭବ ହୋଇଥାଏ।

{"id":93517,"width":593,"height":395}

୨.ଆନିମିଆ : ବର୍ତ୍ତମାନ ସମୟରେ ଏନିମିଆ ରୋଗ ଦ୍ରୃତ ଗତିରେ ବ୍ୟାପି ଚାଲିଛି। ଖାସ୍ କରି ମହିଳା ଏନିମିଆ ରୋଗର ଶିକାର ହୋଇଥାଆନ୍ତି। ଶରୀରରେ ନିଦ ଏବଂ ଶକ୍ତିର ଅଭାବର  ମୁଖ୍ୟ କାରଣ ହେଉଛି ଏନିମିଆ। ଏନିମିଆରେ ପର୍ଯ୍ୟାପ୍ତ ଲାଲ ରକ୍ତ କୋଶିକାର ଉପସ୍ଥିତିର ଅଭାବ ଦେଖାଯାଇଥାଏ। ଏଥିପାଇଁ ଶରୀର ଦୁର୍ବଳ ଲାଗିଥାଏ ଏବଂ ନିଃଶ୍ବାସ ନେବାରେ ଅସୁବିଧା ହୋଇଥାଏ।

{"id":93521,"width":592,"height":322}

୩. ମଧୁମେହ : ମଧୁମେହ ଏକ ଏପରି ରୋଗ ଯାହା ମନୁଷ୍ୟକୁ ଧୀରେ ଧୀରେ ବଶୀଭୂତ କରିଥାଏ। ଏହା ସହିତ ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ। ମଧୁମେହ ଆପଣଙ୍କ ଦୈନନ୍ଦିନ ଜୀବନକୁ ପ୍ରତିକୂଳ ଭାବେ ପ୍ରଭାବିତ କରିଥାଏ। ଟାଇପ ଟୁ ଡାଇବେଟିସ୍ ରୋଗୀ ଏହି ରକ୍ତକୁ ନିଜ ରକ୍ତରେ ଠିକ୍ ଭାବେ ଗ୍ଲୁକୋଜର ଉପଯୋଗ କରିପାରନ୍ତି ନାହିଁ। ଏଥିପାଇଁ ଥକ୍କାପଣ ଲାଗିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.