Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରତ୍ନ ଧାରଣ କରୁଥିଲେ ଧ୍ୟାନ ରଖନ୍ତୁ ଏକଥା, ନଚେତ ହୋଇପାରେ କ୍ଷତି

18/05/2019 at 7:07 PM

ରତ୍ନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ଅନେକ ବର୍ଣ୍ଣନା ରହିଛି। ଏଭଳି ରତ୍ନ ଲାଭଦାୟକ ହୋଇଥାଏ। ହୁଏତ ଜାଣିନଥିବେ  ସେମାନଙ୍କ ସମ୍ପର୍କରେ ଉଚିତ ଜ୍ଞାନ ନଥିଲେ ଆପଣ କ୍ଷତିରେ ବି ପଡିପାରନ୍ତି । ତେବେ ଆପଣ ଯଦି ରତ୍ନ ଧାରଣ କରୁଥାନ୍ତି ଆପଣଙ୍କ ମନରେ ସ୍ବତଃ ପ୍ରଶ୍ନ ଉଠୁଥିବ ଏପରି କ’ଣ କରାଯିବା ଦରକାର ଯାହାଦ୍ବାରା ରତ୍ନଙ୍କ ଶୁଭ ଫଳ ମିଳିପାରିବ। ତେବେ ରତ୍ନର ଶୁଭାଶୁଭ ଫଳ ଆପଣ ଧାରଣ କରୁଥିବା ସମୟ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ। ଏମିତିରେ ଆମେ ୯ଟି ରତ୍ନ ଧାରଣ କରିଥାଉ। ତେବେ ସେଗୁଡିକର ଆପଣଙ୍କ ଜୀବନ ଉପରେ ପଡୁଥିବା ପ୍ରଭାବ ଦିନ ଓ ସମୟରୁ ନିର୍ଦ୍ଧାରିତ ହୁଏ। ଏଣୁ ରତ୍ନ ଧାରଣର କିଛି ବିଧି ଏଠାରେ ଉଲ୍ଲେଖ କରୁଛୁ, ହୁଏତ ଏହା ଆପଣଙ୍କ ପାଇଁ ସହାୟକ ହୋଇପାରେ।

 ଯଦି ଆପଣ ରତ୍ନ ଧାରଣ କରିବାକୁ ଚାହୁଁଛନ୍ତି, ସେ ଯେଉଁ ରତ୍ନ ହୋଇଥାଉ ନା କାହିଁକି ତାକୁ ଖୀରରେ ପକାଇ ରଖିବାର କୌଣସି ଆବଶ୍ୟକତା ନାହିଁ । ଯେଉଁ ଆଙ୍ଗୁଠିରେ ଧାରଣ କରିବା କଥା କେବଳ ସେହି ଆଙ୍ଗୁଠିକୁ ପାଣିରେ ଧୋଇ ଦେଇ ରତ୍ନ ଧାରଣ କରନ୍ତୁ। ହଁ ଧାରଣ କରିବା ପୂର୍ବରୁ ନିଜର ଇଷ୍ଟ ଦେବା ଦେବୀଙ୍କୁ ଛୁଆଁଇଦେଲେ ଭଲ। ଖୀରରେ ରତ୍ନକୁ ବୁଡାଇ ରଖିବା ଦ୍ବାରା କେବେ କେବେ ଏହା ବିକୃତ ହୋଇଯାଏ। ଏଣୁ ଏଭଳି କରନ୍ତୁନି।

ସେହିପରି ରତ୍ନ ଧାରଣର ଦିନ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ପ୍ରଥମେ ଧାରଣ କରିବାର ତାରିଖ ନିଶ୍ଚିତ କରିନିଅନ୍ତୁ। ଯେପରି ଆପଣ ମାସର  ୪, ୯ ଓ ୧୪ ତାରିଖରେ ରତ୍ନ ଧାରଣ ନକରନ୍ତି। କାରଣ ଏହି ତାରିଖରେ ରତ୍ନ ଧାରଣ କରାଯାଏନି। ସେହିପରି ଆପଣ ଯେଉଁଦିନ ରତ୍ନ ଧାରଣ କରିବେ ସେଦିନ ଯେପରି ଚନ୍ଦ୍ରମା ଆପଣଙ୍କ ଗୋଚର ରାଶିର ୪, ୮ ଓ  ୧୨ ଘରେ ନଥାଏ। ସେହିପରି ଅମାବାସ୍ୟା, ଗ୍ରହଣ ଓ ପୂର୍ଣ୍ଣିମାରେ ରତ୍ନ ଧାରଣ କରନ୍ତୁ ନାହିଁ।

ରତ୍ନ ଧାରଣ କରିବାର ବେଳା ସର୍ବଦା ପୂର୍ବାହ୍ନ ଓ ସୂର୍ଯ୍ୟଙ୍କ ଆଡକୁ ମୁଖ କରି ଧାରଣ କରାଯିବା ଦରକାର। ମଧ୍ୟାହ୍ନରେ ରତ୍ନ ଧାରଣ କରାଯାଏନି। ସମୁଦ୍ରରୁ ଉତ୍ପନ୍ନ ରତ୍ନ ଯେପରି ମୋତି ଓ ମୁଙ୍ଗାକୁ ରେବତୀ, ଅଶ୍ବିନୀ, ରୋହିଣୀ, ଚିତ୍ରା, ଶ୍ବାତୀ ଓ ବିଶାଖା ନକ୍ଷତ୍ରରେ ପିନ୍ଧିଲେ ଶୁଭ ଫଳ ମିଳେ। ବିବାହିତା ମହିଳାମାନେ ରୋହିଣୀ, ପୁନର୍ବସୁ ଓ ପୁଷ୍ୟାନକ୍ଷତ୍ରରେ ରତ୍ନ ଧାରଣ କରିବା ଉଚିତ ନୁହେଁ। ତେବେ ରେବତୀ. ଅଶ୍ବିନୀ, ହସ୍ତା, ଚିତ୍ରା ଓ ଅନୁରାଧା ନକ୍ଷତ୍ରରେ ରତ୍ନ ଧାରଣ କଲେ ବିଶେଷ ଲାଭ ମିଳିଥାଏ।  

   Related Posts