ପିଲାଙ୍କ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବାବେଳେ ୭ଟି କଥା ଆଦୌ ଭୁଲନ୍ତୁ ନାହିଁ
24/09/2019 at 2:46 PM

ନୂଆଦିଲ୍ଲୀ ୨୪/୯: ସେଭିଙ୍ଗ ଯୋଜନା ମଧ୍ୟରେ ପିପିଏଫ ଅର୍ଥାତ୍ ପ୍ରୋଭିଡେଣ୍ଟ ଫଣ୍ଡ ସବୁଠୁ ଉତ୍ତମ ଯୋଜନା ବୋଲି କୁହାଯାଏ।ଏହା ଜରିଆରେ ଆପଣଙ୍କୁ କମ୍ପାଉଣ୍ଡିଙ୍ଗ ସୁଧ ମିଳିଥାଏ ଏବଂ ଏହାର ସବୁଠୁ ଭଲ ପ୍ରଭାବ ପିପିଏଫ ଖାତାରେ ମିଳିଥାଏ। ବିନିଯୋଗ ପାଇଁ ଏହା ସବୁଠୁ ଭଲ ଯୋଜନା କାରଣ ଏଥିରେ ଏଫଡି ପୂର୍ବରୁ ଟଙ୍କା ଦୁଇଗୁଣ ହୋଇଯାଇଥାଏ। ଏଥିପାଇଁ କେବଳ ଆପଣଙ୍କୁ ବୁଦ୍ଧିମତାର ସହ ବିନିଯୋଗ କରିବାକୁ ଏବଂ ବାରମ୍ବାର ବିନିଯୋଗ କରିବାକୁ ପଡ଼ିବ ଯାହା ଫଳରେ ଆପଣଙ୍କୁ ଅଧିକ ସୁଧ ସହ ଟଙ୍କା ମିଳିବ।
ପିପିଏଫ ବିନିଯୋଗର ସବୁଠୁ ବଡ଼ ଫାଇଦା ପାଇବା ପାଇଁ ଆପଣ ନିଜ ପିଲାଙ୍କ ପିପିଏଫ ଖାତା ଖୋଲି ପାରିବେ ଏବଂ ଯେତେବେଳେ ସେମାନେ ବଡ଼ ହୋଇଯିବେ ଏହି ଆକାଉଣ୍ଟ ଜରିଆରେ ତାଙ୍କ ଭବିଷ୍ୟତ ସୁରକ୍ଷିତ କରାଯାଇପାରିବ। ଯଦି ଆପଣ ନିଜ ପିଲାଙ୍କ ପିପିଏଫ ଆକାଉଣ୍ଟ ଖୋଲୁଛନ୍ତି ତେବେ ଆପଣଙ୍କ ସନ୍ତାନ ବଡ଼ ହେବା ପରେ ଏହା ମ୍ୟାଚୁଅର ହୋଇଯିବ।
ପିପିଏଫ ଆକାଉଣ୍ଟର ସବୁଠୁ ଖାସ୍
କଥା ହେଉଛି ଯେ ଏଥିରେ ଟ୍ରିପଲ ଇ ଅର୍ଥାତ୍ ଟ୍ରିପଲ ଇ ର ଟ୍ୟାକ୍ସ ଛାଡ଼ର ଫାଇଦା ମିଳିଥାଏ।
ଏହାର ଅର୍ଥ ନା ବିନିଯୋଗର ମୂଳଧନରେ ,ଏହି ଆକାଉଣ୍ଟରେ ମିଳୁଥିବା ସୁଧ ଉପରେ ଏବଂ ମ୍ୟାଚୁରିଟି
ଟଙ୍କାରେ କୌଣସି ଟ୍ୟାକ୍ସ ଲାଗି ନଥାଏ।
ପିପିଏଫ ଖାତା ଖୋଲିବା ପାଇଁ କେତେକ ଗୁରୁତ୍ବପୂଣ୍ଣ ସୂଚନା :
- ପିପିଏଫ ଆକାଉଣ୍ଟରେ ୧୫ବର୍ଷର ଲକ୍-ଇନ୍ ପିରିୟଡ଼ ରହିଥାଏ ଏବଂ ଏହା ଯେଉଁ ବର୍ଷ ଖୋଲାଯାଇଥିବ ସେହି ବର୍ଷଠୁ ଆରମ୍ଭ କରି ୧୫ବର୍ଷ ପାଇଁ ଆପଣ ପିପିଏଫରେ ଟଙ୍କା ରଖନ୍ତୁ। ବର୍ଷକରେ ୧.୫ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଆପଣ ପିପିଏଫ ଆକାଉଣ୍ଟରେ ଜମା କରି ପାରିବେ।
- ପୋଷ୍ଟ ଅଫିସ୍ ଏବଂ ବ୍ୟାଙ୍କ ଶାଖା ବ୍ୟତୀତ କିଛି ବ୍ୟାଙ୍କ ଏପରି ରହିଛି ଯେଉଁଗୁଡ଼ିକ ଅନଲାଇନ୍ ପିପିଏଫ ଆକାଉଣ୍ଟ ଖୋଲିଥାଆନ୍ତି।
- ପିପିଏଫରେ ଅତି କମରେ ୫୦୦ଟଙ୍କାର ବିନିଯୋଗ କରିବା ଜରୁରୀ ହୋଇଥାଏ।
ପିଲାଙ୍କ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବା ସମୟରେ ଏହି ସବୁ ଜିନିଷ ପ୍ରତି ଧ୍ୟାଦ ଦିଅନ୍ତୁ।
୧. ପିଲାଙ୍କ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବା ସମୟରେ ତାଙ୍କ ପ୍ରକୃତ ବାପା ମାଆଙ୍କ ଜରିଆରେ ଖୋଲାଯାଇପାରିବ।
୨. ପିଲାଙ୍କ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବା ସମୟରେ ଜମା କରାଯାଉଥିବା ଟଙ୍କା ବର୍ଷକରେ ୧.୫ଲକ୍ଷ ଟଙ୍କାରୁ ଅଧିକ ନହେବା ଉଚିତ୍।
୩. ପିଲା ୧୮ବର୍ଷର ହୋଇଯିବା ପରେ ଏହା ତାଙ୍କ ଉପରେ ନିର୍ଭର କରିଥାଏ ଯେ ସେମାନେ ପିପିଏଫ ଆକାଉଣ୍ଟରେ ଟଙ୍କା ରଖିବା ଜାରି କରିବାକୁ ଚାହୁଁଛନ୍ତି କି ନାହିଁ। ଯଦି ସେମାନେ ୧୫ବର୍ଷ ପରେ ମଧ୍ୟ ଏହା ଜାରି ରଖୁଛନ୍ତି ତେବେ ଆକାଉଣ୍ଟଧାରୀଙ୍କୁ ଇନକମ ଟ୍ୟାକ୍ସର ସେକ୍ସନ ୮୦ସି ଜରିଆରେ ଟ୍ୟାକ୍ସ ଛାଡ଼ ମିଳିବ।
୪. ପିପିଏଫ ଆକାଉଣ୍ଟର ୧୫ବର୍ଷ ଆରମ୍ଭରେ ଲକ ଇନ୍ ପିରିୟଡ଼ରେ ୬୦ ପ୍ରତିଶତ ଟଙ୍କା ବାହାର କରାଯାଇପାରିବ।
୫. ଯଦି କୌଣସି ଅଭିଭାବକ ନିଜ ୧୮ବର୍ଷରୁ ଅଧିକ ବୟସର ସନ୍ତାନଙ୍କ ପିପିଏଫ ଆକାଉଣ୍ଟ ଖୋଲିବାକୁ ଚାହୁଁଛନ୍ତି ତେବେ ସନ୍ତାନଙ୍କ ଇନକମ ବାପା ମାଆଙ୍କ ଇନକମ୍ ସହ କ୍ଲବ ହେବ ନାହିଁ।
୬. ପିଲାଙ୍କ ପାଇଁ ପିପିଏଫ ଆକାଉଣ୍ଟ ଖୋଲିବା ପାଇଁ ବାପା କିମ୍ବା ମାଆ ପିଲାଙ୍କ ସୂଚନା ସହ ନିଜର ମଧ୍ୟ ସୂଚନା ଆକାଉଣ୍ଟ ଓପନିଙ୍ଗ ଫର୍ମରେ ଦେବାକୁ ପଡ଼ିଥାଏ।
୭. ପିଲାଙ୍କ ପାଇଁ ତାଙ୍କ ଜେଜେ ବାପା –ଜେଜେ ମାଆ ପିପିଏଫ ଆକାଉଣ୍ଟ ଖୋଲିପାରିବେ ନାହିଁ।