Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ତ୍ବଚାକୁ ଗୋରା କରିବାର ସବୁଠୁ ଚମତ୍କାର ଉପାୟ : କିଛି ମିନିଟରେ ଦେଖାଯିବ ଫରକ

29/06/2019 at 3:30 PM

ଦାଗହୀନ,ସୁନ୍ଦର,ଚମତ୍କାର ତ୍ବଚା କାହାକୁ ପସନ୍ଦ ନୁହେଁ। କାହାକୁ ବି ନିଜ ତ୍ବଚାରେ ଦାଗ,ଚିହ୍ନ କିମ୍ବା କୈାଣସି ପ୍ରକାରର ଅନିଚ୍ଛାଯୁକ୍ତ ଦାଗ ଭଲ ଲାଗିନଥାଏ। ଏଥିପାଇଁ ଆଜି ଆମେ ଜାଣିବା ଘରୋଇ ଉପାୟ ଦ୍ବାରା ତ୍ବଚାରେ ଚମକ ଆଣିବାର ଉପାୟ। ବଢ଼ୁଥିବା ବୟସ,ପ୍ରଦୂଷିତ ବାତାବରଣ,ଭୁଲ୍ ଖାଦ୍ୟପେୟ ଏବଂ ଜୀବନଶୈଳୀ କିମ୍ବା କୈାଣସି ରୋଗର କାରଣ ପାଇଁ ମଧ୍ୟ ଏହି ସମସ୍ୟା ହୋଇପାରେ। ପ୍ରବଳ ଖରା କାରଣରୁ ତ୍ବଚାରେ କୈାଣସି ହାନିକାରକ ରାସାୟନିକରେ ହୋଇଥିବା ସୁଗନ୍ଧିତ କ୍ରିମ୍ ଲଗାଇବା ଦ୍ବାରା କେତେକ ବ୍ୟକ୍ତିଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ।

ତ୍ବଚା ଆମ ସୈାନ୍ଦର୍ଯ୍ୟ ଏବଂ ତାଜାପଣକୁ ବଢ଼ାଇଥାଏ। ଯଦି ଆମ ତ୍ବଚା ସୁସ୍ଥ,ସ୍ବଚ୍ଛ,ମୁଲାୟମ,ତାଜା ଥିବ ତେବେ ଆମେ ସୁନ୍ଦର ଦେଖାଯାଇଥାଉ। ଏହା ଆମ ଆତ୍ମବିଶ୍ବାସର ସ୍ତର ଏବଂ ଆନ୍ତରିକ ଶକ୍ତିକୁ ସୁଧାରିଥାଏ ଯାହା ଆମକୁ ଖୁସି ଏବଂ ସକ୍ରିୟ ରଖିବାକୁ ସାହାଯ୍ୟ କରିଥାଏ। ଆଜିକାଲି ଲୋକଙ୍କ ପାଖରେ ଏତେ ସମୟ ନାହିଁ ଯେ ସେମାନେ ବିୟୁଟି ଟ୍ରିଟମେଣ୍ଟ ନେଇପାରିବେ। କିନ୍ତୁ ଆପଣ ଜାଣିଛନ୍ତି କି ଆପଣ ଘରେ ବସି କେତେକ ଘରୋଇ ଉପାୟ ଦ୍ବାରା ନିଜ ତ୍ବଚାରେ ପୁଣି ଥରେ ଚମକ ଫେରାଇ ଆଣିପାରିବେ।

ଲେମ୍ବୁରେ ସାଇଟ୍ରିକ୍ ଏସିଡ ରହିଥାଏ ଯାହା ଆମ ତ୍ବଚାର ମୃତ କୋଷକୁ ନଷ୍ଟ କରି ଦେଇଥାଏ। ଅଧା ଲେମ୍ବୁ ନିଅନ୍ତୁ ଏହା ପରେ ଆପଣ ଏହାର ରସ ବାହାର କରନ୍ତୁ ଏହା ପରେ ଇନୋ ନିଅନ୍ତୁ। ଇନୋକୁ ହାତରେ ଅଳ୍ପ ନେଇ ସେଥିରେ ଲେମ୍ବୁ ରସ ପକାନ୍ତୁ। ଏହାପ​ରେ ନିଜ ହାତରେ ଏହାକୁ ଘଷନ୍ତୁ। ଆପଣଙ୍କୁ ୨ମିନିଟ୍ ଯାଏଁ ଘଷିବାକୁ ପଡ଼ିବ। ନିଜ ଆଖି ବ୍ୟତୀତ ଏହାକୁ ଆପଣ ନିଜ ମୁହଁ​‌ରେ ପ୍ରୟୋଗ କରନ୍ତୁ। ଧ୍ୟାନ ରଖନ୍ତୁ ଯେ ଆପଣ ଏହାକୁ ୧୫ଦିନରେ ଥରେ ଏବଂ ମାସରେ ୨ଥରରୁ ଅଧିକ ବ୍ୟବହାର କରନ୍ତୁ ନାହିଁ।

   Related Posts