Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗୋରା ଏବଂ ତ୍ବଚାରେ ଚମକ ଆଣିବାକୁ ଚାହୁଁଛନ୍ତି କି : ତେବେ ମୁଲତାନି ମିଟ୍ଟି ସହ ମିଶାଇ ଲଗାନ୍ତୁ ଏହି ଜିନିଷ

10/05/2019 at 12:09 PM

ଆଜି ଆମେ ଏପରି ଏକ ଜିନିଷ ବିଷୟରେ ଜାଣିବା ଯାହାକୁ ମୁଲତାନି ମିଟ୍ଟି ସହ ମିଶାଇ ଆପଣଙ୍କ ତ୍ବଚା ଅତ୍ୟନ୍ତ ଗୋରା ହେବା ସହ ତ୍ବଚାରେ ଚମକ ଆସିଥାଏ।

ସର୍ବ ପ୍ରଥମେ ଆପଣ ନିଜ ଘରେ ଏକ ବାଉଲରେ ଦୁଇ ଚାମଚ ମୁଲତାନି ମିଟ୍ଟି,ଅଧା ଲେମ୍ବୁ ରସ,ଏକ ଚାମଚ ଏଲୋବେରା ଜେଲ ଏବଂ ଗୋଲାପ ଜଳର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବଂ ଏକ ଚିମୁଟା ହଳଦୀ ଏହି ପେଷ୍ଟରେ ମିଶାଇ ଦିଅନ୍ତୁ। ହଳଦୀ ଆଣ୍ଟିସେପ୍ଟିକ୍ ହୋଇଥିବା କାରଣରୁ ଆପଣଙ୍କ ବ୍ରଣ ସମସ୍ୟା ଅତି ଶୀଘ୍ର ଦୂର ହୋଇଯିବ। ଏବେ ଆପଣ ନିଜ ଆଙ୍ଗୁଠି ସାହାଯ୍ୟରେ କିମ୍ବା ବ୍ରଶରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ଲଗାନ୍ତୁ। କେବଳ ମାସେ ଯାଏଁ ଏହି ଉପଚାର କରିବା ଦ୍ବାରା ଆପଣଙ୍କ ସମସ୍ତ ତ୍ବଚା ଜନିତ ସମସ୍ୟା ଦୂର ହୋଇଯିବ। ଏବଂ ଆପଣଙ୍କ ତ୍ବଚା ଏତେ ମାତ୍ରାରେ ଗୋରା ହୋଇଯିବ ଯେ ଆପଣ ଭାବିପାରିବେ ନାହିଁ। ଆପଣ ଚାହିଁଲେ ଏହାକୁ ବରଫ ଟ୍ରେରେ ରଖି ଥଣ୍ଡା କରି ପାରିବେ।

ଏହି ଉତ୍ତପ୍ତ ଗରମ ପାଇଁ ସମସ୍ତେ ହଇରାଣ ହେଉଛନ୍ତି। ପ୍ରତିଦିନ ବୃଦ୍ଧି ପାଉଥିବା ତାପମାତ୍ରା ଯୋଗୁଁ ବଞ୍ଚିବା ମୁସ୍କିଲ ହୋଇଗଲାଣି। ଏହି ଗରମରେ କେବଳ ପାଣି ପିଇଲେ ଶୋଷ ମେଣ୍ଟିବ ନାହିଁ ବରଂ ଆପଣଙ୍କୁ ଶୀତଳତା ମିଳିବ। ଗରମରେ ଘର ଭିତରେ ମଧ୍ୟ ଗରମରୁ ମୁକ୍ତି ମିଳିନଥାଏ। ଏପରି ପରିସ୍ଥିତିରେ ଆପଣଙ୍କ ରୋଷେଇ ଘରେ ଥିବା କେତେକ ଜିନିଷ ଦ୍ବାରା ଏହି ସମସ୍ୟାକୁ ଦୂର କରାଯାଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ

 ପୋଦିନା ଗ୍ରୀଷ୍ମ ଦିନେ ଆମ ପାଇଁ ଲାଭଦାୟକ ହୋଇଥାଏ। ପୋଦିନା ଆମକୁ ଗରମରେ ଶୀତଳତା ପ୍ରଦାନ କରିଥାଏ। ଗ୍ରୀଷ୍ମଦିନେ ଏହା ବିଭିନ୍ନ ପ୍ରକାର ପାନୀୟରେ ବ୍ୟବହାର କରାଯାଇଥାଏ। ଏହାକୁ ଆପଣ ପାଣି ସହ ମଧ୍ୟ ବ୍ୟବହାର କରି ପାରିବେ। ଏଥିପାଇଁ ପୋଦିନାର ଏକ ବିଡ଼ା ପାଣି ବୋତଲରେ ପକାଇ ଦିଅନ୍ତୁ। ଏବେ ଏହି ପାଣି ପିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଉତ୍ତପ୍ତ ଗରମରୁ ରକ୍ଷା ମିଳିବ।

ଏହା ବ୍ୟତୀତ ତୁଳସୀଦଳ ଆମ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଗରମରୁ ରକ୍ଷା ପାଇବା ପାଇଁ ଏହାର ବ୍ୟବହାର କରାଯାଇଥାଏ। ତୁଳସୀଦଳ ଶରୀରର ତାପମାତ୍ରାକୁ କମ୍ ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ତୁଳସୀଦଳକୁ ପାଣିରେ ବତୁରାଇ ଦିଅନ୍ତୁ । ଆପଣ ଚାହିଁଲେ ଏହାର ମଞ୍ଜିକୁ ବାହାରକୁ ବାହାର କରି ପାରିବେ। ଗରମ ଦିନେ ଯେକୈାଣସି ପାନୀୟ ସହ ଏହାକୁ ବ୍ୟବହାର କରି ପାରିବେ।

   Related Posts