Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ମଧୁମେହରୁ ମୁକ୍ତି ସହ ଓଜନ କମାଇବାକୁ ଚାହୁଁଛନ୍ତି କି : କରନ୍ତୁ ଲେମନ୍ ବାମ୍ ସେବନ

14/03/2019 at 1:17 PM

 ଜୟପୁର ୧୪/୩: ଆଜିର ସମୟରେ ସବୁଠୁ ଅଧିକ ବଢ଼ି ଚାଲିଥିବା ସମସ୍ୟା ହେଉଛି ମଧୁମେହ ଏବଂ ମେଦବହୁଳତା। ଏହି ଦୁଇଟି ସମସ୍ୟା ସମସ୍ତଙ୍କୁ ହଇରାଣ କରିଥାଏ ଯାହା କବଳରୁ ମୁକ୍ତି ପାଇବା ମଧ୍ୟ ଅତ୍ୟନ୍ତ କଠିନ ହୋଇଗଲାଣି। ମେଦବହୁଳତା ଯଦି ବି ଥରକରେ କମିଯାଇଥାଏ କିନ୍ତୁ ମଧୁମେହକୁ ସାରା ଜୀବନ ଭୋଗିବାକୁ ପଡ଼ିଥାଏ। ମେଦବହୁଳତା ହେଉ କିମ୍ବା ମଧୁମେହ  ଏହି ଦୁଇଟି ସମସ୍ୟାକୁ କମ୍ କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ। କେତେବେଳେ ଖାଦ୍ୟକୁ ନେଇ ପରିଶ୍ରମ କରିବାକୁ ପଡ଼ିଥାଏ ତ କେତେବେଳେ ଶରୀରକୁ ନେଇ ପରିଶ୍ରମ କରିବାକୁ ପଡ଼ିଥାଏ।

କିନ୍ତୁ ଆଜି ଆମେ କୈାଣସି ପରିଶ୍ରମ ବିନା ଏକ ଅତ୍ୟନ୍ତ ସହଜ ଉପାୟ ବିଷୟରେ କହିବା ଯାହା ଦ୍ବାରା ଆପଣଙ୍କୁ ମଧୁମେହ ଏବଂ ମେଦବହୁଳତାରୁ ମୁକ୍ତି ମିଳିବ। ଆପଣଙ୍କୁ ଏଥିପାଇଁ କେବଳ ଗୋଟିଏ ଜିନିଷ ସେବନ କରିବାକୁ ପଡ଼ିବ।

ଲେମନ ବାମ୍ ପୁଦିନା ଜାତୀୟ ଏକ ବୃକ୍ଷ ହୋଇଥାଏ ଯାହା ସେବନ କଲେ ଆମକୁ ଅନେକ ଲାଭ ମିଳିଥାଏ। ଏହା ଏକ ସୁଗନ୍ଧିତ ଜଡ଼ି ବୁଟି ହୋଇଥାଏ। ୫୦ଗ୍ରାମର ଲେମନ ବାମ୍ ପତ୍ର ନିଅନ୍ତୁ ଏବଂ ଏହାର ରସ ବାହାର କରି ଏଥିରେ ଅଧା ଚାମଚ ଜିରା ପାଉଡର ମିଶାଇ ସବୁଦିନ ସକାଳେ ପିଅନ୍ତୁ। ଏହା ଦ୍ବାରା ମେଦବହୁଳତା ନିୟନ୍ତ୍ରିତ ହେବ।

ଲେମନ ବାମର ପତ୍ରକୁ ଚୋବାଇ ଖାଇବା ଦ୍ବାରା ମାନସିକ ଅବସାଦ ଦୂର ହୋଇଥାଏ। କାରଣ ଏହାର ମହକ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ମନ ମଧ୍ୟରେ ଚାଲିଥିବା ଦ୍ବନ୍ଦ୍ବକୁ ଶାନ୍ତ କରିଥାଏ। ଲେମନ ବାମ୍ ରସ ନିୟମିତ ସେବନ କଲେ ମଧୁମେହରୁ ମୁକ୍ତି ମିଳିଥାଏ। ଏହାର ରସକୁ ଗରମ ପାଣିରେ ମିଶାଇ ପିଇଲେ ଲାଭ ମିଳିଥାଏ।  

   Related Posts