କରୋନା ଲଢେଇ: ଦାନ କରିବାକୁ ଜନତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ୍, ଆପଣ କରିବାକୁ ଚାହୁଁଛନ୍ତି କି, ତେବେ ନିମ୍ନରେ ଅଛି ଡିଟେଲ୍

Published By : Prameya-News7 Bureau | March 28, 2020 IST

ନୂଆଦିଲ୍ଲୀ ୨୮।୦୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିରୋଧୀ ଲଢେଇ ଉପରେ ପ୍ରତି ମୁହୂର୍ତ୍ତ ନଜର ରଖିଛନ୍ତି। ଏହି ଘଡିସନ୍ଧି ସମୟରେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଜନତାଙ୍କୁ ଅପିଲ୍ କରିଛନ୍ତି। ଏଥିପାଇଁ ପିଏମ କେୟାର୍ସ(PM-CARES) ଫଣ୍ଡ ପ୍ରସ୍ତୁତ କରାଯାଇଛି। ଏଥିରେ ଯେ କେହି ବି ସ୍ଵଇଚ୍ଛାରେ ଦାନ କରି ପାରିବେ। ଯଦି ଆପଣ ମଧ୍ୟ ଏହି ଫଣ୍ଡରେ କିଛି ଦାନ କରିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଆକାଉଣ୍ଟ ନମ୍ବର ସମେତ ସମସ୍ତ ସୂଚନା ଦିଆଯାଇଛି। ଘରେ ବସି ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ, ୟୁପିଆଇ ଓ RTGS/NEFT ଜରିଆରେ ସାହାଯ୍ୟ କରି ପାରିବେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ସେମାନେ ପ୍ରଧାନମନ୍ତ୍ରୀ ଫଣ୍ଡରେ ଦାନ କରନ୍ତୁ। ସେମାନଙ୍କ ସାହାଯ୍ୟରେ ଆମେ ଏହି ଲଢେଇକୁ  ଜିତି ପାରିବୁ। ଆଗାମୀ ଦିନରେ ମଧ୍ୟ ଏମିତି ବିପର୍ଯ୍ୟୟର ମୁକାବିଲା ପାଇଁ ସରକାରଙ୍କୁ ସାହାଯ୍ୟ କରିବେ। ଯେଉଁ ଲୋକେ ଆଗକୁ ଆସି ସାହାଯ୍ୟ କରୁଛନ୍ତି ମୁଁ ସେମାନଙ୍କର ଭାବନାକୁ ସମ୍ମାନ କରୁଛି। ଆପଣଙ୍କ ସାହାଯ୍ୟରେ ଭାରତ ଅଧିକ ସୁସ୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

wp:core-embed/twitter {"url":"https://twitter.com/narendramodi/status/1243861543185305603?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Fwant-to-contribute-pm-cares-fund-to-fight-covid-19-know-details%2Farticleshow%2F74863096.cms","type":"rich","providerNameSlug":"twitter","className":""}
https://twitter.com/narendramodi/status/1243861543185305603?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fbusiness%2Fbusiness-news%2Fwant-to-contribute-pm-cares-fund-to-fight-covid-19-know-details%2Farticleshow%2F74863096.cms
/wp:core-embed/twitter

ଆଜି ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରେଡିଓ ଜୋକିଙ୍କ ସହ ଭିଡିଓ କନଫରେନ୍ସି ଜରିଆରେ ଆଲୋଚନା କରିବା ସହିତ ସେମାନଙ୍କୁ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ୍ କରିଛନ୍ତି। ରେଡିଓ ଜୋକିଙ୍କ ସାହାଯ୍ୟରେ ଆମେ ଦେଶର ପ୍ରତ୍ୟେକ ନାଗରିକଙ୍କୁ କରୋନା ନେଇ ସଚେତନ କରାଇ ପାରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.