ଦାନ୍ତରେ ତମାଖୁ ଦାଗ ଏବଂ ହଳଦିଆପଣକୁ ଦୂର କରିବାକୁ ଚାହୁଁଛନ୍ତି କି? ତେବେ କରନ୍ତୁ ଏହି ଘରୋଇ ଉପାୟ

Published By : Prameya-News7 Bureau | October 04, 2019 IST

ଦାନ୍ତ ଆମ ଶରୀରର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଦାନ୍ତର କାମ ହେଉଛି ଖାଦ୍ୟକୁ କାଟିବା ଏବଂ ଚୋବାଇବା। ଏହା ବ୍ୟତୀତ ଆମ ସୌନ୍ଦର୍ଯ୍ୟ ଏବଂ ଉତ୍ତମ ବ୍ୟକ୍ତିତ୍ବ ପାଇଁ ଦାନ୍ତ ଧଳା ହେବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ। କିନ୍ତୁ ଆଜିକାଲି ଅଧିକାଂଶ ଲୋକେ ଗୁଟଖା ଏବଂ ତମାଖୁ ଖାଉଛନ୍ତି। ଏଗୁଡ଼ିକ ଖାଇବା ଦ୍ବାରା ଦାନ୍ତରେ ହଳଦିଆ ପରସ୍ତ ଚଢ଼ିଯାଉଛି ଏବଂ ଦାନ୍ତ ଅସୁନ୍ଦର ଦେଖାଯାଉଛି। ଦାନ୍ତ ହଳଦିଆ ଏବଂ ଅସୁନ୍ଦର ଦେଖାଯିବା ଫଳରେ ସୌନ୍ଦର୍ଯ୍ୟ କମିଯାଉଛି। ଆଜି ଆମେ ଜାଣିବା ଦାନ୍ତର ହଳଦିଆପଣ ଏବଂ ତମାଖୁ ଦାଗ ସଫା କରିବାର ସହଜ ଏବଂ ଘରୋଇ ଉପାୟ ବିଷୟରେ।

{"id":166045,"width":587,"height":337}

ଏହି ଘରୋଇ ଉପାୟକୁ ପ୍ରସ୍ତୁତ କରିବା ପାଇଁ ବେକିଙ୍ଗ ସୋଡ଼ା ଅର୍ଥାତ୍ ଖାଇବା ସୋଡ଼ାର ଆବଶ୍ୟକତା ପଡ଼ିବ। ଏହା ସହଜରେ ସବୁ ଘରେ ମିଳିଯାଇଥାଏ।

{"id":166046,"width":578,"height":361}

ଏହି ଘରୋଇ ଉପାୟକୁ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ ହୋଇଥାଏ। ସର୍ବ ପ୍ରଥମେ ଟୁଥବ୍ରଶରେ ବେକିଙ୍ଗ ସୋଡ଼ା ଲଗାଇ ଦାନ୍ତ ଘଷନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାରା ଦାନ୍ତରେ ଲାଗିଥିବା ତମାଖୁର କଳା-ହଳଦିଆ ଦାଗ ପୂରା ସଫା ହୋଇଯିବ। ଦାନ୍ତ ମଧ୍ୟ କ୍ଷୀର ଭଳି ସଫା ଏବଂ ଚିକଚିକ୍ ହୋଇଯିବ। ଏହି ଉପାୟ ଦ୍ବାରା ଦାନ୍ତରେ ଥିବା ପୋକ ମଧ୍ୟ ମରିଯିବ ଏବଂ ଦାନ୍ତ ସବୁବେଳେ ସୁସ୍ଥ ଏବଂ ମଜବୁତ ରହିବ।

{"id":166047,"width":589,"height":344}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.