Thursday, August 22, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସବୁ ଜିନିଷ କରୁଛନ୍ତି କି : କେବେ ହୋଇପାରିବେ ନାହିଁ ବାପା

ପୁରୁଷମାନେ ପ୍ରତିଦିନ କିଛି ନା କିଛି ଏପରି କାମ କରିଥାଆନ୍ତି ଯାହା ଦ୍ବାରା ତାଙ୍କୁ ବିବାହ ପରେ ବାପା ହେବାର ସୁଖ କେବେ ମିଳିନଥାଏ। ସେମାନଙ୍କ ଭୁଲ୍ ପାଇଁ ସ୍ପର୍ମ ସଂଖ୍ୟା କମିଯିବା ସହ ତାଙ୍କ ସକ୍ରିୟତା ମଧ୍ୟ କମିଯାଇଥାଏ। ଅନୁଧ୍ୟାନରୁ ଜଣା ପଡ଼ିଛି ଯେ ୫୦ପ୍ରତିଶତ ଦମ୍ପତ୍ତି ମାଆ ବାପା ହୋଇପାରନ୍ତି ନାହିଁ।

ମାର୍କେଟରେ ମିଳୁଥିବା ଫାଷ୍ଟଫୁଡ ଜମା ଖାଆନ୍ତୁ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ବାପା ମାଆ ନ ହୋଇପାରିବାର ଦୁଃଖ ଦେଇପାରେ। ବିଭିନ୍ନ ପ୍ରକାରର ରାସାୟନିକ ତେଲ ଯେଉଁଥିରେ ଫାଷ୍ଟଫୁଡ ପ୍ରସ୍ତୁତ କରାଯାଇଥାଏ ଏହା ଆପଣଙ୍କ ସ୍ବାସ୍ଥ୍ୟ ପ୍ରତି ଅନେକ ଖରାପ ପ୍ରଭାବ ପକାଇଥାଏ। ଏହା ପୁରୁଷଙ୍କ ସ୍ପର୍ମ ସଂଖ୍ୟାକୁ କମ୍ କରି ଦେଇଥାଏ ଯାହା ଦ୍ବାରା ପୁରୁଷ ମାନେ ବାପା ହେବାର ସୁଖ ପାଇ ପାରନ୍ତି ନାହିଁ।

ଟାଇଟ୍ ଜିନ୍ସ ପିନ୍ଧିବା ଯୋଗୁଁ ସ୍କୃଟମର ତାପ ବଢ଼ିବା କାରଣରୁ ସ୍ପର୍ମର ସଂଖ୍ୟା କମି ଯାଇଥାଏ।

ସିଗାରେଟ ଏବଂ ବିଭିନ୍ନ  ନିଶାଜାତୀୟ ପଦାର୍ଥ ସେବନ କରିବା ଫଳରେ ହରମୋନ ସ୍ତର ବଢ଼ି ଯାଇଥାଏ ଯାହା ଦ୍ବାରା ସ୍ପର୍ମ ସଂଖ୍ୟା କମି ଯାଇଥାଏ।

ଆପଣ ସବୁବେଳେ ଚିନ୍ତାମୁକ୍ତ ରୁହନ୍ତୁ। ଅଧିକ ଚିନ୍ତା କଲେ ହରମୋନର ସନ୍ତୁଳନ ବିଗିଡ଼ିବା ସହ ରକ୍ତ ସଞ୍ଚାରଣ ବିଗିଡ଼ିଯାଇଥାଏ।

ଗୋଡ଼ରେ ଅଧିକ ସମୟ ଲାପଟପ୍ ରଖିବା ଅନୁଚିତ୍ କାରଣ ଏହା ଦ୍ବାରା ସ୍କୃଟମର ତାପ ବଢ଼ିଥାଏ ଏବଂ ସ୍ପର୍ମର ସଂଖ୍ୟା କମି ଯାଇଥାଏ।

ସୋୟା ଜିନିଷ ବେଶୀ ଖାଇଲେ  ଏହା ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ। କାରଣ ଏଥିରେ ଥିବା ଆଇସୋଫ୍ଲୋବୋନ୍ ସ୍ପର୍ମର ସଂଖ୍ୟାକୁ କମ୍ କରିଥାଏ।   

638 Views

   ସମ୍ବନ୍ଧିତ ଖବର