ସଫଳତା ଏବଂ ସୁନାମ ପାଇବାକୁ ଚାହୁଁଛନ୍ତି କି: ତେବେ ଅଫିସ୍ ଟେବୁଲରେ ରଖନ୍ତୁ ଏହି ୪ଟି ଜିନିଷ

Published By : Prameya-News7 Bureau | April 06, 2019 IST

ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଚାହୁଁଛି ତା’ ଜୀବନରେ ସବୁ ପ୍ରକାରର ସୁଖ ସୁବିଧା ଆସୁ। ତାକୁ କ୍ରୋଣସି କାର୍ଯ୍ୟ ପାଇଁ ପରିଶ୍ରମ କରିବାକୁ ନପଡ଼ୁ। କେତେକ ଲୋକ ଜୀବନରେ ସଫଳତା ହାସଲ କରିବା ପାଇଁ ଦିନରାତି ପରିଶ୍ରମ କରିଥାଆନ୍ତି। ସଫଳତା ଏବଂ ଧନଲାଭ ପ୍ରତ୍ୟେକ ମନୁଷ୍ୟର ଲକ୍ଷ୍ୟ। କିନ୍ତୁ ଆପଣ ଦେଖିଥିବେ କେତେକ ବ୍ୟକ୍ତି ଦିନରାତି ପରିଶ୍ରମ କରି ମଧ୍ୟ ସଫଳତା ପାଇନଥାନ୍ତି କିନ୍ତୁ ଆଉ କେତେକ ବ୍ୟକ୍ତି ଏପରି ମଧ୍ୟ ଅଛନ୍ତି ଯେଉଁମାନେ ପରିଶ୍ରମ ନକରି ସଫଳତା ପାଇଥାଆନ୍ତି। ଯଦି ଆପଣଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି ,ଆପଣ ଯେତେ ପରିଶ୍ରମ କଲେ ମଧ୍ୟ ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଆଜି ଆମେ ଜାଣିବା ପେଙ୍ଗସୁଇ ଏବଂ ଜ୍ୟୋତିଷଶାସ୍ତ୍ର ସାହାଯ୍ୟରେ ସଫଳତା ଲାଭ କରିବାର ଉପାୟ।

ଆପଣଙ୍କ ପରିଶ୍ରମ ସବୁ କିଛି ହୋଇନଥାଏ ବେଳେବେଳେ ଭାଗ୍ୟ ମଧ୍ୟ ଖେଳ କରିଥାଏ। ଯଦି ଆପଣ କର୍ମ କରିବା ସହ ନିଜ କାର୍ଯ୍ୟସ୍ଥଳରେ କିଛି ଆବଶ୍ୟକ ବାସ୍ତୁ ଉପାୟ ତେବେ ଏହା ଦ୍ବାରା ଆପଣଙ୍କ ଜୀବନରେ କିଛିଟା ପରିବର୍ତ୍ତନ ହୋଇଥାଏ। ଏବଂ ଆପଣଙ୍କୁ ଜବରଦସ୍ତ ସଫଳତା ମିଳିଥାଏ। ଏହି ଉପାୟ ମାଧ୍ୟମରେ ଆପଣ ନିଜ ଘର କିମ୍ବା ଅଫିସର ପରିବେଶକୁ ସକରାତ୍ମକ କରିପାରିବେ। ପେଙ୍ଗସୁଇର କେତେକ ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ଆପଣଙ୍କ ଘର କିମ୍ବା କାର୍ଯ୍ୟସ୍ଥଳରେ ରଖିଲେ ଅଫିସର ସାଜସଜ୍ଜାରେ ମଧ୍ୟ ବୃଦ୍ଧି ଘଟିବ ଏବଂ ଆପଣଙ୍କ ବ୍ୟବସାୟ ଏବଂ କାର୍ଯ୍ୟରେ ମଧ୍ୟ ପ୍ରଗତି ହେବ। ପେଙ୍ଗସୁଇ ଅନୁସାରେ କେତେକ ଖାସ୍ ଧରଣର ଟିପ୍ସ ରହିଛି ଯାହା ବ୍ୟବହାର କରିବା ଦ୍ବାରା ଆପଣ ନିଜର କାର୍ଯ୍ୟସ୍ଥଳର ପରିବେଶରେ ନକରାତ୍ମକତା ଦୂର କରି ସକରାତ୍ମକତା ଆଣିଥାଏ ଯାହା ଦ୍ବାରା ଆପଣଙ୍କ ଜୀବନରେ ସଫଳତା,ଧନ ଏବଂ ସନ୍ତୁଷ୍ଟି ପ୍ରାପ୍ତ ହୋଇଥାଏ।

{"id":100689,"width":592,"height":451}

୧.ଲାଫିଙ୍ଗ୍ ବୁଦ୍ଧା : ପୁରାଣ ଅନୁସାରେ ମହାତ୍ମା ବୁଦ୍ଧଙ୍କ ଅନେକ ଶିଷ୍ୟ ଥିଲେ,ସେହି ଶିଷ୍ୟଙ୍କ ମଧ୍ୟରୁ ଜଣେ ଜାପାନରୁ ଥିଲେ। ତାଙ୍କ ନାଁ ଥିଲା ହୋତେଇ। ହୋତେଇ ଯେତେବେଳେ ଜ୍ଞାନ ପ୍ରାପ୍ତି କରିଥିଲେ ସେତେବେଳେ ସେ ସେ ଜୋର ଜୋରରେ ହସିବାକୁ ଲାଗିଥିଲେ। ସେଦିନଠୁ ତାଙ୍କ ଏକମାତ୍ର ଉଦ୍ଦେଶ୍ୟ ଥିଲା ଲୋକଙ୍କୁ ହସାଇବା ଏବଂ ଖୁସି ରଖିବା। ଲାଫିଙ୍ଗ ବୁଦ୍ଧ କାର୍ଯ୍ୟସ୍ଥଳରେ ରଖିବା ଦ୍ବାରା ପରିବେଶରେ ସୈାହାର୍ଦ୍ଦମୟ ରହିଥାଏ ଏବଂ କର୍ମତତ୍ପର ରହିଥାଏ।

{"id":100690,"width":592,"height":296}

୨.ବାଉଁଶ ଗଛ: ଏପରି କୁହାଯାଏ ଯେ ବାଉଁଶ ଗଛକୁ ଘରେ କିମ୍ବା ଅଫିସରେ ରଖିଲେ ସାଜସଜ୍ଜା ଦୃଷ୍ଟିରୁ ମଧ୍ୟ ଏହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥାଏ। ଏହା ଯଦି ଆପଣଙ୍କ ପାଇଁ ଉପଯୋଗର ରହିଲା ତେବେ ଏହା ଆପଣଙ୍କ ଭାଗ୍ୟ ମଧ୍ୟ ପରିବର୍ତ୍ତନ କରିଥାଏ। ବାଉଁଶ ଗଛକୁ କାର୍ଯ୍ୟସ୍ଥଳରେ ସିଧା କରି ରଖିଲେ ଏହା ଲାଭପ୍ରଦ ହୋଇଥାଏ। ଏହା ପ୍ରଭାବରେ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ। ଯଦି ଆପଣଙ୍କୁ କେହି ବାଉଁଶ ଗଛ ଉପହାର ସ୍ବରୂପ ଦେଇଥାଏ ତେବେ ଏହା ଅଧିକ ଫଳପ୍ରଦ ହୋଇଥାଏ।

{"id":100691,"width":591,"height":531}

୩.ପେଙ୍ଗସୁଇ କଇଁଛ: ଘରେ କିମ୍ବା କାର୍ଯ୍ୟସ୍ଥଳରେ କଇଁଛ ଉପରେ ଛୋଟ କଇଁଛ ଏବଂ ତଳ ଭାଗରେ ମୁଦ୍ରା ଥିବା ପେଙ୍ଗସୁଇ ଆପଣ ରଖିପାରିବେ। ଏହା ଅର୍ଥ ଆପଣ ଦିନକୁ ଦିନ ପ୍ରତିଷ୍ଠା ଅର୍ଜନ କରିବେ। ଆପଣ ଧନଶଭ ସମୃଦ୍ଧି ଲାଭ କରିବେ। ଏହା ସହ ଆପଣ ପେଙ୍ଗସୁଇ କଇଁଛକୁ ଆଙ୍ଗୁଠିରେ ମଧ୍ୟ ପିନ୍ଧି ପାରିବେ ଯାହା ଦ୍ବାରା ଆପଣଙ୍କ ନେତୃତ୍ବ କ୍ଷମତା ବୃଦ୍ଧି ପାଇବ ଏବଂ ଆପଣ ନିଜ ସହକର୍ମୀଙ୍କୁ ସାଙ୍ଗରେ ନେଇ ଚଳିବେ।

{"id":100692,"width":595,"height":361}

୪.ଡ୍ରାଗନ: ଡ୍ରାଗନ ଚୀନର ପୈାରାଣିକ ବିଶ୍ବାସ ଅନୁସାରେ ଅତ୍ୟଧିକ ପବିତ୍ର ଏବଂ ପୂଜନୀୟ ହୋଇଥାଏ। ଏହା ସହିତ ପେଙ୍ଗସୁଇ ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଆପଣ ଡ୍ରାଗନୁ ଅଫିସ ଟେବୁଲରେ ରଖିଲେ ଆପଣଙ୍କ ଶରୀରରୁ ଆଳସ୍ୟ ଦୂର ହୋଇଥାଏ ଏବଂ ଶରୀରରେ ଶକ୍ତି ସଞ୍ଚାର କରିଥାଏ। ଏହା ଦ୍ବାରା ଆପଣଙ୍କ ରଚନାତ୍ମକ ବିଷୟରେ ରୁଚି ବଢ଼ିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.