Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ନୂଆଦିଲ୍ଲୀ : ଦୁଇ ସରକାରୀ ବ୍ୟାଙ୍କର ଘରୋଇକରଣ ପ୍ରସ୍ତାବକୁ ବିରୋଧ, ଆସନ୍ତା ୧୬ରୁ ଦୁଇ ଦିନିଆ ହରତାଳ ଚେତାବନୀ ଦେଲା ୟୁଏଫବିୟୁ
  • ||
  • କଟକ : ସମ୍ଭାବ୍ୟ ବାତ୍ୟାକୁ ନେଇ ଅଗ୍ନିଶମ ଓ ଓଡ୍ରାଫ ଟିମ୍‌ର ପ୍ରସ୍ତୁତି, ମୁକାବିଲା ପାଇଁ ଏନଫୋର୍ସମେଣ୍ଟ ଟିମ୍ ଗଠନ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ଜି.ଉଦୟଗିରି : କନ୍ଧମାଳରେ ଶୀତ ପ୍ରକୋପ, ରାତିରେ ୮ରୁ ୯ଡିଗ୍ରୀ ରହୁଛି ତାପମାତ୍ରା
  • ||
  • ଚଣ୍ଡିଖୋଲ : ବାଇକ୍‌ରେ ଯିବାବେଳେ ମହିଳାଙ୍କ ବେକରୁ ସୁନା ହାର ଓ ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ, ଗାଡିରୁ ଖସିପଡି ମହିଳା ଆହତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||

ସରକାରୀ ହସ୍ପିଟାଲରେ ମରିଗଲା ମାନବିକତା : ଆଧାର କାର୍ଡ ନଥିଲେ ରୋଗୀକୁ ମିଳୁନି ଷ୍ଟ୍ରେଚର, ସ୍ୱାସ୍ଥ୍ୟସେବାର ଏ ଦାରୁଣ ଚିତ୍ର

6/06/2021 at 1:04 PM

ନୂଆଦିଲ୍ଲୀ ୬/୬ : ନୋଏଡାର ସେକ୍ଟର-୩୦ରେ ଥିବା ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବାର ଦାରୁଣ ଚିତ୍ର । ରୋଗୀଙ୍କୁ ଯିବା ପାଇଁ ମିଳୁନି ହ୍ୱିଲ ଚେୟାର କିମ୍ୱା ଷ୍ଟ୍ରେଚର । ଯଦି କୌଣସି ରୋଗୀକୁ ହ୍ୱିଲ ଚେୟାର କିମ୍ବା ଷ୍ଟ୍ରେଚର ଆବଶ୍ୟକ ପଡେ ତାହେଲେ ଏଠାରେ ଆଧାର କାର୍ଡ ଥିବା ବାଧ୍ୟତାମୂଳକ । ଅର୍ଥାତ୍ ଆଧାର କାର୍ଡ ନଥିଲେ ରୋଗୀ କାନ୍ଧରେ ବୁହା ହୋଇ ଯିବେ । ପ୍ରଥମେ ପରିବାର ଲୋକଙ୍କ ଆଧାର କାର୍ଡକୁ ହସ୍ପିଟାଲରେ ଦାଖଲ କଲେ ଯାଇ ରୋଗୀଙ୍କ ମିଳିବ ଷ୍ଟ୍ରେଟଚ କିମ୍ୱା ହ୍ୱିଲ ଚେୟାର ।

ଏମିତି ଘଟଣାର ଶିକାର ହୋଇଛନ୍ତି ଏଠାରେ ଅନେକ ରୋଗୀ । ସେମାନଙ୍କ ସମ୍ପର୍କୀୟମାନେ ଯେତେ ନିବେଦନ କରିଥିଲେ ସୁଦ୍ଧା କେହି ଶୁଣିନଥିଲେ ସେମାନଙ୍କ କଥା । ରୋଗୀର ଅବସ୍ଥା ଗୁରୁତର ଥିବାରୁ ପରିବାର ଲୋକେ କର୍ତ୍ତୃପକ୍ଷଙ୍କୁ ନେହୁରା ବି ହୋଇଥିଲେ । ତେବେ ଆଧାର କାର୍ଡ ନ ଥିବାରୁ ଷ୍ଟ୍ରେଚର ପାଇନଥିଲେ ରୋଗୀ । ଅନ୍ୟ ଉପାୟ ନପାଇ ପରିବାର ସଦସ୍ୟ କାନ୍ଧ ସହାୟତାରେ ଡାକ୍ତରଖାନାରୁ ରୋଗୀଙ୍କୁ ନେବାର ନଜର ଆସିଥିଲା ।

ତେବେ ଆଶ୍ଚର୍ଯ୍ୟର କଥା ସିଏମଓ ଡକ୍ଟର ଦୀପକ ଓହରୀ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲେ । ସେକ୍ଟର -୧୧୭ ରୁ ଆସିଥିବା ବ୍ରହ୍ମପାଲ କହିଛନ୍ତି ଯେ ସେ ଷ୍ଟ୍ରେଚର ପାଇଁ ଦୀର୍ଘ ସମୟ ବୁଲିଥିଲେ, କିନ୍ତୁ ପାଇଲେ ନାହିଁ । ଯେତେବେଳେ ସେ ଜରୁରୀକାଳୀନ ୱାର୍ଡ ଭିତରେ ରୋଗୀ ପାଖରେ ପହଞ୍ଚି ଦେଖିବାକୁ ପାଇଥିଲେ କି, ସେଠାରେ ଅନେକ ଷ୍ଟ୍ରେଚର ରଖାଯାଇଥିଲା ।

ଏଥିସହିତ ସୁମନ ନାମକ ଜଣେ ମହିଳା କହିଥିଲେ ଯେ ସେ ଷ୍ଟ୍ରେଚର ପାଇଁ ଦୀର୍ଘ ସମୟ ବୁଲୁଥିଲେ । ଯେତେବେଳେ ତାଙ୍କ ରୋଗୀ ଆଦୌ ଚାଲିବା ଅବସ୍ଥାରେ ବି ନଥିଲେ । ତଥାପି ଆଧାର କାର୍ଡ ନଥିବାରୁ ରୋଗୀ କାନ୍ଧରେ ବୁହାହୋଇ ଯାଇଥିଲେ ।

   Related Posts