Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବଳବାନ ପୁରୁଷ ହେବାକୁ ଚାହୁଁଛନ୍ତି କି? ନିୟମିତ ଖାଆନ୍ତୁ ଏହି ୩ଟି ଜିନିଷ, ପିଲାମାନେ ନିଶ୍ଚିତ ପଢନ୍ତୁ

15/09/2019 at 6:43 PM

ବଳ ଓ ବପୁ ଆଜିର ସମୟରେ ସବୁଠାରୁ ବଡ ଆହ୍ୱାନ। ଯଦି ଆପଣ ବଳ ହୀନ ଓ ଦୁର୍ବଳ ଶରୀରର ଅଧିକାରୀ ଏଥିଲାଗି ଅନେକ ସମୟରେ ହିନମନ୍ୟତା ଅନୁଭବ କରୁଥିବେ ନିଶ୍ଚିତ। ତେବେ ଏଥିରୁ ବେଶ ସହଜରେ ମୁକ୍ତିମିଳିପାରେ। ଆପଣ ଖୁବ୍ ଅଳ୍ପ ଦିନରେ ସୁଗଠିତ ଶରୀର ସାଙ୍ଗକୁ ଦେହରେ ସ୍ଫୁର୍ତ୍ତି ମଧ୍ୟ ଅନୁଭବ କରିବେ। ଏଣୁ ପୁରୁଷଙ୍କ ଭଳି ଦେଖାଯିବାକୁ ହେଲେ କିଛି ଖାଦ୍ୟଋଚି ପରିବର୍ତ୍ତନ କରିବାକୁ ପଡିବ। ଏଥିଲାଗି ଯଦି ଆପଣ ପ୍ରସ୍ତୁତ ତେବେ ଜାଣନ୍ତୁ କଣ ଖାଇବେ ।

ଆପଣଙ୍କୁ ପ୍ରତିଦିନ ଅଶ୍ୱଗନ୍ଧା ସେବନ କରିବାକୁ ପଡିବ। ଅଶ୍ୱଗନ୍ଧା ଏକ ଆୟୁର୍ବେଦୀୟ ଔଷଧି। ଏଥିରେ ଗଲନୋଇଡସ୍ ଥାଏ। ଯାହା ପୁରୁଷଙ୍କ ଶରୀରରେ ପରିବର୍ତ୍ତନ ଆଣିବାରେ ସହାୟକ ହୁଏ। ଏହାକୁ ଖାଇବା ଦ୍ୱାରା ଶରୀରୁ ଚର୍ବି ହ୍ରାସ ହେବାକୁ ଲାଗିଥାଏ ସାଙ୍ଗକୁ ମାଂସ ବଢିବା ସହ ହାଡ ମଧ୍ୟ ଚୌଡା ହୁଏ। ଏହାକୁ ସେବନ କରିବା ଦ୍ୱାରା ଅଳ୍ପବୟସର ବାଳକ ବି ପୁରୁଷ ଭଳି ଶରୀର ପ୍ରାପ୍ତ କରିପାରେ। ଏହାର ସେବନ ସହ ପୌରୁଷତ୍ୱ ବୃଦ୍ଧି ହେବା ଯୋଗୁ ଆପଣ ନିଜକୁ ଜଣେ ପୁରୁଷ ଭଳି ଅନୁଭବ କରିପାରିବେ।

ତେବେ ଔଷଧ ସବୁ କିଛି ନୁହେଁ ଏଥିଲାଗି କିଛି ଖାଦ୍ୟ ବି ଦରକାର । ଶରୀର ଆବଶ୍ୟକ କରୁଥିବା ଖାଦ୍ୟ ଓ ପୋଷକ ନ ମିଳିଲେ ଶରୀରର ବିକାଶ ଅସମ୍ଭବ। ଏଣୁ ପ୍ରତ୍ୟହ ଖାଦ୍ୟରେ ଅଣ୍ଡା ଖାଇବାକୁ ହେବ। ଅଣ୍ଡାରେ ପ୍ରଚୁର ପରିମାଣରେ ପ୍ରୋଟିନ ଭରି ରହିଛି। ଏଥି ସହ କ୍ୟାଲସିୟମ ଓ ଭିଟାମିନ ଡି ବି ରହିଛି। ଅଣ୍ଡା ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ। ପୁରୁଷ ଶରୀରର ହାଡ ଚୌଡା ହେବା ଦରକାର । ତେବେ ଯାଇ ପୁରୁଷ ଭଳି ଦେଖାଯିବେ। ଏଣୁ ଦୈନିକ ଜଳଖିଆରେ ୩ରୁ ୪ଟି ଅଣ୍ଡା ଖାଇବା ଆବଶ୍ୟକ।

କେବଳ ଅଣ୍ଡା ନୁହେଁ ଖାଦ୍ୟରେ ଗାଇ ଘିଅ ବି ଖାଇବାକୁ ପଡିବ। ଆୟୁର୍ବେଦ ଅନୁସାରେ ଯଦି ନିୟମିତ ଦେଢ ଚାମଚ ଘିଅ ଖିଆ ଯାଏ ତେବେ ବ୍ୟକ୍ତି ଦେହରେ କେବେ ଚର୍ବି ହୋଇନଥାଏ। ମାଂସପେଷି ମଧ୍ୟ ମଜଭୁତ ହୋଇଥାଏ। ଘୃତ ଖାଇବା ଦ୍ୱାରା ଆୟୁଷ ବୃଦ୍ଧି ମଧ୍ୟ ହୋଇଥାଏ। ଏଣୁ ନିୟମିତ ଖାଦ୍ୟରେ ଘୃତ ଖାଇବାକୁ ପଡିବ। ଖୁବ୍ କମ ଦିନରେ ଶାରୀରିକ ଦୁର୍ବଳତା ଦୂର ହେବା ସହ ଆପଣ ନିଜକୁ ଜଣେ ପୁରୁଷ ଭଳି ଅନୁଭବ କରିପାରିବେ।

   Related Posts