ନିରାମିଶାଷୀ ଡାଏଟରେ ସାମିଲ କରିପାରିବେ ଏହି ୯ଟି ଜିନିଷ : ରହିବ ନାହିଁ ପ୍ରୋଟିନର ଅଭାବ

Published By : Prameya-News7 Bureau | November 20, 2020 IST

ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ସୁସ୍ଥ ରହିବା ପାଇଁ ଡାଏଟରେ ପ୍ରୋଟିନ୍ ଯୁକ୍ତ ଜିନିଷ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଶରୀରରେ ପ୍ରୋଟିନର ଅଭାବ ହେଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଆମେ ଜାଣିବା ନିରାମିଶାଷୀ ଲୋକେ ଡାଏଟରେ କେଉଁ ୯ଟି ଜିନିଷ ସାମିଲ କରିବା ଉଚିତ୍।

{"id":364797,"sizeSlug":"large"}

୧. ବିନ୍ସ : ନିରାମିଶାଷୀ ଲୋକଙ୍କୁ ଡାଏଟରେ ବିନ୍ସକୁ ସାମିଲ କରିବା ଉଚିତ୍। ବିନ୍ସରେ ଫାଇବର ଏବଂ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଏକ କପ୍ ବିନ୍ସରେ ପାଖାପାଖି ୨୫.୮ଗ୍ରାମ୍ ପ୍ରୋଟିନ୍ ଥାଏ। ଆପଣ ସାଲାଡ ଭାବେ ମଧ୍ୟ ବିନ୍ ଖାଇ ପାରିବେ।

{"id":364799,"sizeSlug":"large"}

୨. ଡାଲି : ଡାଲି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। ଡାଲିରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ। ସୁସ୍ଥ ରହିବା ପାଇଁ ଡାଏଟରେ ଡାଲିକୁ ସାମିଲ କରିବା ଉଚିତ୍। ଏକ କପ୍ ଡାଲି​ରେ ପାଖାପାଖି ୧୮ଗ୍ରାମ୍ ପ୍ରୋଟିନ୍ ମିଳିଥାଏ। ଆପଣ ଡାଲିକୁ ସୁପ୍ ଭାବେ ସେବନ କରିପାରିବେ।

{"id":364800,"sizeSlug":"large"}

୩.ଡ୍ରାଇ ଫ୍ରୃଟସ୍ : ଡ୍ରାଇ ଫ୍ରୃଟସ୍ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଲାଭଦାୟକ ହୋଇଥାଏ। ନିରାମିଶାଷୀ ଲୋକଙ୍କୁ ଡାଏଟରେ ଡ୍ରାଇ ଫୃଟସ୍ ସାମିଲ କରିବା ଉଚିତ୍। ପ୍ରତିଦିନ ଡ୍ରାଇ ଫୃଟସ୍ ସେବନ କରିବା ଦ୍ବାରା ଶରୀର ସୁସ୍ଥ ରହିଥାଏ।

{"id":364801,"sizeSlug":"large"}

୪. ସବୁଜ ପନିପରିବା : ନିରାମିଶାଷୀ ଲୋକଙ୍କୁ ଡାଏଟରେ ସବୁଜ ପନିପରିବାକୁ ସାମିଲ କରିବା ଉଚିତ୍। ସବୁଜ ପନିପରିବା ସବୁଜ ପରିବା ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ରହିଥାଏ।

{"id":364802,"sizeSlug":"large"}

୫. ସୋୟା ମିଲ୍କ : ସୋୟା ମିଲ୍କ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ସୋୟା ମିଲ୍କରେ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ଥାଏ।

{"id":364804,"sizeSlug":"large"}

୬. ପନିର : ନିରାମିଶାଷୀ ଲୋକଙ୍କୁ ପନିର ସେବନ କରିବା ଉଚିତ୍। ପନିର ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ପନିର ସମସ୍ତଙ୍କୁ ପସନ୍ଦ ହୋଇଥାଏ। ସ୍ବାଦ ସହ ପନିର ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

{"id":364805,"sizeSlug":"large"}

୭. ବ୍ରୋକୋଲି : ବ୍ରୋକୋଲିରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ବ୍ରୋକୋଲି ଖାଇବା ଦ୍ବାରା ଶରୀରରେ ପ୍ରୋଟିନର ଅଭାବକୁ ଦୂର କରାଯାଇ ପାରିବ। ବ୍ରୋକୋଲି ସେବନ କରିବା ଦ୍ବାରା ଓଜନ ମଧ୍ୟ ନିୟନ୍ତ୍ରିତ ରହିଥାଏ।

{"id":364806,"sizeSlug":"large"}

୮.ଓଟ୍ସ : ଓଟ୍ସର ସେବନ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଓଟ୍ସରେ ମଧ୍ୟ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ। ରୋଗମୁକ୍ତ ଏବଂ ସୁସ୍ଥ ରହିବା ପାଇଁ ଆପଣ ଜଳଖିଆରେ ଓଟ୍ସକୁ ସାମିଲ କରି ପାରିବେ।

{"id":364807,"sizeSlug":"large"}

୯. କଖାରୁ ମଞ୍ଜି : କଖାରୁ ମଞ୍ଜି ସ୍ବାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ। କଖାରୁ ମଞ୍ଜିରେ ଅଧିକ ମାତ୍ରାରେ ପ୍ରୋଟିନ୍ ରହିଥାଏ। ଆପଣ ମସଲା ସହ ଭାଜି କଖାରୁ ମଞ୍ଜି ସେବନ କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.