Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଲକ୍‌ଡାଉନ୍‌ ନିୟମ ଭାଙ୍ଗିଲେ ୧୪ ଦିନ କ୍ଵାରେଣ୍ଟାଇନ୍, କେନ୍ଦ୍ର ସରକାର ଦେଲେ ଚେତାବନୀ

29/03/2020 at 4:42 PM

 ନୂଆଦିଲ୍ଲୀ  ୨୯.୦୩- କରୋନା ସଂକ୍ରମଣକୁ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭୟଙ୍କର ଭାଇରସ୍  କୋଭିଡ୍-୧୯ ଅତି କ୍ଷିପ୍ର ବେଗରେ ତାର କାୟା ବିସ୍ତାର କରିଛି ।ରବିବାର ମଧ୍ୟାହ୍ନ ସୁଦ୍ଧା ସାରା ଦେଶରେ  କରୋନା ସଂକ୍ରମିତ ବା କୋଭିଡ୍ ୧୯ ପଜିଟିଭ୍‌ଙ୍କ ସଂଖ୍ୟା ୯୭୯ ରେ ପହଞ୍ଚିଛି । ତା ସହ ମୃତ୍ୟୁ ସଂଖ୍ୟାରେ ଆଉ ୬ ଯୋଡି ହୋଇଛି ଏବଂ ତାହା ୨୫ ଛୁଇଁଛି ।ଏପରି ସ୍ଥିତିରେ ଲକ୍‌ଡାଉନ ନିୟମ ମାନିବାକୁ ବାରମ୍ବାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ସରକାର ।  ତଥାପି ନିୟମ ମାନୁନାହାନ୍ତି ଲୋକେ, ବିନା ଜରୁରି ଆବଶ୍ୟକତାରେ ଘରୁ ବାହାରୁଛନ୍ତି । ତେଣୁ ସେଥିରେ ରୋକ୍‌ ଲଗାଇବାକୁ କଠୋର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।ଲକ୍‌ଡାଉନ ଉଲଂଘନକାରୀ  ୧୪ ଦିନ କ୍ବାରେଣ୍ଟାଇନ୍‌ରେ ରହିବେ । ଏପରି ଚେତାବନୀ ଜାରି ହୋଇଛି ।

 ଲକ୍‌ଡାଉନ୍‌ରେ ଏବେ ନିୟମ ଆହୁରି କଡା ।  ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର, ରାଜପଥରେ ଲୋକଙ୍କ ଯାତାୟତ ମନା । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏପରି ନିର୍ଦ୍ଦେଶ ସହ ବିଭିନ୍ନ ସ୍ଥାନରେ ଅଟକିଥିବା ଶ୍ରମଜୀବୀଙ୍କ ଲାଗି ପର୍ଯ୍ୟାପ୍ତ ଖାଦ୍ୟ ଏବଂ ପିଇବା ପାଣିର  ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିଲାଗି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଅର୍ଥ ଦେଇଛି କେନ୍ଦ୍ର ।ଏହା ସହ କରୋନା ମୁକାବିଲା ଜନୀତ ସ୍ବାସ୍ଥ୍ୟ ସେବାର ତଦାରଖ ଲାଗି କେନ୍ଦ୍ର ସରକାର ୧୦ଟି ଗୋଷ୍ଠୀ ଗଠନ କରିଛନ୍ତି । ଏହା ଜରୁରି  ଚିକିତ୍ସା ପରିଚାଳନା,ଆଇସୋଲେସନ ଶଯ୍ୟା ଏବଂ କ୍ବାରେଣ୍ଟାଇନ ବ୍ୟବସ୍ଥାର ତଦାରଖ କରିବେ ।ଏହା ସହ ଆଇସିଏମଆର ନେଟୱାର୍କ ଥିବା ୧୧୩ ଲ୍ୟାବ ଏବଂ ୪୭ ଘରୋଇ ଲ୍ୟାବ୍‌ରେ  କୋଭିଡ୍ ୧୯ ନମୁନା ପରୀକ୍ଷଣ କରାଯାଉଛି । ରେଲବାଇ ଡାକ୍ତରଖାନା ସହ ବ୍ଲକ ଏବଂ ଜିଲ୍ଲା ସଦର ମହକୁମାରେ କୋଭିଡ୍-୧୯ ଶଯ୍ୟା ଲାଗି ନିର୍ଦ୍ଦେଶର କାର୍ଯ୍ୟାକାରିତାକୁ ଗୁରୁତ୍ବ ଦିଆଯାଇଛି । ସେପଟେ ରେଲବାଇ ଦ୍ବାରା ଗତ ୫ ଦିନ ଧରି ଆତ୍ୟାବଶ୍ୟକୀୟ ସାମଗ୍ରୀର ପରିବହନ ଜାରି ରହିଛି ।

 ଘରେ ରହିବାକୁ ବାରମ୍ବାର ଅପିଲ ସତ୍ତ୍ବେ ଲୋକେ ରାସ୍ତାକୁ ଆସୁଥିବାରୁ ସରକାର ଏବେ ନିୟମ ଉଲଂଘନକାରୀଙ୍କ ବିରୋଧରେ କଟକଣାକୁ ଅଧିକ କଠୋର କରି, ଲକ୍‌ଡାଉନ ଉଲଂଘନକାରୀଙ୍କୁ ୧୪ ଦିନ କ୍ବାରେଣ୍ଟାଇନରେ ଜବରଦସ୍ତ ରଖାଯିବ ବୋଲି ସ୍ପଷ୍ଟ କରିଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ସାରା ବିଶ୍ବରେ କରୋନା ସ୍ଥିତି ଏବେ ଭୟାବହ । ଚୀନ୍‌ର ସ୍ଛିତି ଠାରୁ ଇଟାଲୀ, ସ୍ପେନ୍‌ ଏବଂ ଆମେରିକାର ଅବସ୍ଥା ବଳିଗଲେଣି ।ସାରା ବିଶ୍ବରେ ମୃତ୍ୟୁ ସଂଖ୍ୟା ୩୦ ହଜାର ଟପିସାରିଲାଣି ।

   Related Posts