Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରୋଷେଇ ଲାଗି ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରୁଥିଲେ ଖବର ଆପଣଙ୍କ ଲାଗି ଜରୁରୀ

24/11/2019 at 10:58 PM

ନୂଆଦିଲ୍ଲୀ :  ଯଦି ରୋଷେଇ ଲାଗି ଆପଣ ଗ୍ୟାସ୍ ବ୍ୟବହାର କରୁଛନ୍ତି ଓ ପ୍ରତିମାସରେ ନୂଆ ସିଲିଣ୍ଡର କିଣୁଛନ୍ତି ତେବେ ଏଥିପ୍ରତି ଧ୍ୟାନ ଦେବା ଜରୁରୀ। ନୂଆ ସିଲିଣ୍ଡର କିଣିବା ବେଳେ ଏହାର ଏକ୍ସପାରୀ ବର୍ଷ ଦେଖି ରଖନ୍ତୁ। ନଚେତ ଯଦି ଏଭଳି ସିଲିଣ୍ଡର ଯୋଗୁ କୌଣସି ଦୁର୍ଘଟଣା ଘଟେ ଓ ଏଥିଲାଗି ଧନଜୀବନ ହାନୀ ହୁଏ ତେବେ ଏଥିପାଇଁ ତୈଳ କମ୍ପାନୀମାନେ ଦାୟୀ ହେବେ ନାହିଁ।

ଭାରତରେ ତୈଳ କମ୍ପାନୀମାନେ ସେମାନଙ୍କ ବଟଲିଂ ପ୍ଲାଣ୍ଟରୁ ରିଫିଲ କରି ଗ୍ରାହକଙ୍କୁ ଗ୍ୟାସ ସିଲିଣ୍ଡର ଯୋଗାଇ ଦେଉଛନ୍ତି। ତେବେ ଏହି ସବୁ ସିଲିଣ୍ଡର ଘରକୁ ନେବା ବେଳେ ଭଲ ଭାବେ ଯାଞ୍ଚ କରି ନିଅନ୍ତୁ। ଏଥିରେ ସିଲିଣ୍ଡରର ଏକ୍ସପାରୀ ନିଶ୍ଚିତ କରିବା ପରେ ହିଁ ଏହାକୁ ନିଅନ୍ତୁ। କାରଣ ଗୋଦାମରେ ସିଲିଣ୍ଡର ନ ଦେଖି ଉପଭୋକ୍ତାଙ୍କ ଘରକୁ ପଠାଇ ଦିଆଯାଏ। 

ତେବେ ଏକ୍ସପାରୀ ଜାଣିବେ କିପରି?
ସିଲିଣ୍ଡରରେ ହିଁ ଏହାର ବିସ୍ତୃତ ବିବରଣୀ ଲେଖା ରହିଛି। ସିଲିଣ୍ଡର ଉପରକୁ ଉଠିଥିବା ୩ଟି ପ୍ଲେଟର ଭିତରପଟେ ଏ ସମ୍ପର୍କରେ ସାଙ୍କେତିକ ସୂଚନା ଥାଏ। ଯେଉଁଥିରେ ସିଲିଣ୍ଡରର ଫିଲିଂ ଡେଟ ସମେତ ଏକ୍ସପାରୀ ବି ଉଲ୍ଲେଖ ଥାଏ। ଏଥିରେ ଏ,ବି,ସି ଓ ଡି ଆଦି ଲେଖାଥାଏ। ଏ-ଅର୍ଥାତ ଜାନୁୟାରୀରୁ ମାର୍ଚ୍ଚମାସ ଦର୍ଶାଉଥିବା ବେଳେ ବି-ଏପ୍ରିଲରୁ ଜୁନ, ସି-ଜୁଲାଇରୁ ସେପ୍ଟେମ୍ବର ଓ ଡି- ଅକ୍ଟୋବରରୁ ଡିସେମ୍ବରମାସକୁ ସୂଚାଇଥାଏ।

ଏଥିରେ ଏ-୨୨, ବି-୨୪, ସି-୨୩ ଓ ଡି-୨୧ ଆଦି ଲେଖାଥାଏ। ଏଥିରେ ଏ-୨୨ ଲେଖାଥିଲେ ତାର ଅର୍ଥ ଏହାର ଏକ୍ସପାରୀ ଜାନୁୟାରୀ ୨୦୨୨। ଏଣୁ ନିକଟରେ ଏକ୍ସପାରୀ ଥିବା ସିଲିଣ୍ଡର ଘରକୁ ନେବା ଅର୍ଥାତ ବିପଦକୁ ସାଙ୍ଗରେ ନେଇ ଯିବା। ତେବେ ବଟଲିଂ ପ୍ଲାଣ୍ଟ ନିୟମିତ ସିଲିଣ୍ଡରର ଯାଞ୍ଚ କରିଥାନ୍ତି ଓ ଏଭଳି ମାର୍କିଂ କରିଥାନ୍ତି। ହେଲେ ଅନେକ ଲୋକେ ସିଲିଣ୍ଡର ଘରକୁ ନେବା ପରେ ବର୍ଷବର୍ଷ ଧରି ରିଫିଲ କରିନଥାନ୍ତି। ଘରେ ରହିଯାଇଥିବା ଏଭଳି ସିଲିଣ୍ଡର ହିଁ ବିପଦଜନକ ପରିସ୍ଥିତି ସୃଷ୍ଟି କରେ। ଏଣୁ ଏଭଳି ସିଲିଣ୍ଡର ନେବା ବେଳେ ଏକ୍ସପାରୀ ଦେଖି ନେଲେ ବିପଦର ସମ୍ଭାବନା କମ୍ ।   

   Related Posts