ବିଡ଼ି ଏବଂ ଗୁଟଖା ସେବନ ଛାଡ଼ିବାକୁ ଚାହୁଁଛନ୍ତି କି : ତେବେ ଅବଲମ୍ବନ କରନ୍ତୁ ଏହି ଘରୋଇ ଉପାୟ

Published By : Prameya-News7 Bureau | August 03, 2019 IST

ବିଡ଼ି,ସିଗାରେଟ,ଗୁଟଖା ଆଦିର ସେବନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ବ୍ୟାପିବାର ସମ୍ଭାବନା ରହିଥାଏ। ଆଜି ଆମେ ଜାଣିବା ଏପରି ଏକ ଘରୋଇ ଉପାୟ ବିଷୟରେ ଯାହା ଦ୍ବାରା ଆପଣ ବିଡ଼ି,ସିଗାରେଟ ଆଦି ସେବନରୁ ନିବୃତ୍ତ ହେବେ।

{"id":140256,"width":588,"height":420}

ପ୍ରାୟତଃ ଆପଣ ଦେଖିଥିବେ ଆଜିକାଲିର ପୀଢ଼ି ବିଡ଼ି ଏବଂ ସିଗାରେଟ ଅତ୍ୟଧିକ ମାତ୍ରାରେ ସେବନ କରିବା ସହ ମଦ ପିଇବା ଭଳି କୁଅଭ୍ୟାସ ରଖୁଛନ୍ତି। କିନ୍ତୁ ଆମେ ଆପଣଙ୍କୁ ମଦ ପାଇଁ ନୁହେଁ ବରଂ ବିଡ଼ି,ଗୁଟଖା ଏବଂ ତମାଖୁ ଛାଡ଼ିବା ପାଇଁ ଏକ ସହଜ ଉପାୟ କହିବା।

{"id":140257}

ଯଦି ଆପଣ ବିଡ଼ି,ଗୁଟଖା,ସିଗାରେଟ ଏବଂ ତମାଖୁ ଛାଡ଼ିବାକୁ ଚାହୁଁଛନ୍ତି ତେବେ ଆପଣ ଘରେ ବ୍ୟବହାର ହେଉଥିବା ଅଦା ନିଅନ୍ତୁ। ଏହାକୁ ଛୋଟ ଛୋଟ ଟୁକୁରା କରନ୍ତୁ ଏବଂ ଏହାକୁ ଶୁଖାଇ ଗୋଟିଏ ପାଉଚରେ ରଖି ଦିଅନ୍ତୁ। ଯଦି ଚାହିଁବେ ତେବେ ସେଥିରେ ଅଳ୍ପ ଟିକେ ମିଠା ମଧ୍ୟ ମିଶାଇ ପାରିବେ।

{"id":140258}

ଏହିଭଳି ଆପଣ ଅଦାକୁ ଶୁଖାଇ ପାଉଚ କରି ନିଜ ପାଖରେ ରଖିବେ ଏବଂ ଯେତେବେଳେ ଆପଣଙ୍କୁ ଗୁଟଖା,ତମାଖୁ,ବିଡ଼ି,ସିଗାରେଟ ସେବନ କରିବାକୁ ଇଚ୍ଛା ହେବ ସେତେବେଳେ ଆପଣ ଏହି ଅଦାକୁ ଖାଇ​ବେ।

{"id":140259}

ଅଦାରେ ସଲ୍ଫର ନାମକ କ୍ୟାଲସିୟମ୍ ରହିଥାଏ ଯାହା ଫଳରେ ଆପଣଙ୍କୁ ବିଡ଼ି,ସିଗାରେଟ ଛାଡ଼ିବା ଦିଗରେ ସହାୟକ ହୋଇଥାଏ।

{"id":140260}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.