ଋତୁସ୍ରାବ ସମୟରେ ଯଦି ଯନ୍ତ୍ରଣା ହେଉଛି, ତାହେଲେ ଆପଣାନ୍ତୁ ଏହି ଉପାୟ

Published By : Prameya-News7 Bureau | April 01, 2019 IST

ଅଧିକାଂଶ ମହିଳା ଋତୁସ୍ରାବ ସମୟରେ ପେଟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଏହି ସମୟରେ ତଳିପେଟରେ ଏତେ ଯନ୍ତ୍ରଣା ଅନୁଭବ କରନ୍ତି,ପ୍ରାଣଛାଡ଼ି ଗଲା ପରି ଲାଗିଥାଏ । ପ୍ରାୟ ଅଧିକାଂଶ ମହିଳା ଜାଣନ୍ତି ନାହିଁ ..ଏହାର ଉପଚାର କଣ ? ଯଦିଓ ଊଣାଧିକେ ସମସ୍ତେ ଏହି ଯନ୍ତ୍ରଣାରେ ପଡ଼ିଥାନ୍ତି ।

{"id":99129}

ତାହେଲେ ଆସନ୍ତୁ ଜାଣିବା କଣ ଅଛି ପ୍ରତିକାର ...

{"id":99130}

ଯନ୍ତ୍ରଣା ସମୟରେ ଗରମ ପାଣିରେ ଗାଧୋଇଲେ ଯନ୍ତ୍ରଣା  ଅଧିକ ହୋଇ ନଥାଏ । ମାସିକଧର୍ମରେ ଯଦି ନିୟମିତ ତଳିପେଟ ଯନ୍ତ୍ରଣା ହେଉଛି, ତାହେଲେ  ଅତିକମରେ ୫ଦିନ ଗରମପାଣିରେ ଗାଧାନ୍ତୁ । ଏହାଦ୍ଵାରା ଟିସୁଗୁଡ଼ିକ ରିଲାକ୍ସ ହୁଅନ୍ତି, ରକ୍ତ ସଂଚାଳନ ଠିକ ହେବା ସହିତ ଋତୁସ୍ରାବର ଯନ୍ତ୍ରଣାରୁ ଉପଶମ ମିଳିଥାଏ ।

{"id":99131}

ଜନ୍ମ ନିରୋଧକ ବଟିକା ଏହି ଯନ୍ତ୍ରଣା ସମୟରେ ଖାଇଲେ ମଧ୍ୟ ଉପଶମ ମିଳିଥାଏ । କାରଣ ପ୍ରୋଷ୍ଟାଗ୍ଲାଣ୍ଡିଆନ ନାମକ ଏକ କୋଷ ବିଶେଷକରି ଅଧିକ ପରିମାଣରେ ଗର୍ଭାଶୟରେ ଥାଏ । ପିରିଅଡ଼ ସମୟରେ ଏହି କୋଷ ଭାଙ୍ଗି ଅଧିକ ସଂଖ୍ୟାରେ ବିଭାଜିତ ହୋଇଥାଏ ଫଳରେ ରକ୍ତ ସହିତ ମିଶି ଯନ୍ତ୍ରଣା ଅଧିକ ଦେଇଥାଏ । ଗର୍ଭ ନିରୋଧକ ବଟିକା ଖାଇଲେ ପ୍ରୋଷ୍ଟାଗ୍ଲାଣ୍ଡିଆନକୁ  ନିୟନ୍ତ୍ରଣ କରି ଯନ୍ତ୍ରଣା କମ୍ କରିଥାଏ ।

{"id":99132}

ପିରିଅଡ଼ ସମୟରେ ଦୁଇ ଚାମଚ ଚା ନେଇ ବିନା କ୍ଷୀର ଆଉ ଚିନିରେ ପନ୍ଦର ମିନିଟ ପର୍ଯ୍ୟନ୍ତ ଫୁଟାଇ ଦିନକୁ ତିନିଥର ପିଅନ୍ତୁ । ଆଉ ଅନୁଭବ କରିବେ ନାହିଁ ପିରିଅଡ଼ ସମୟର କଷ୍ଟ ।

{"id":99133}

ଯଦି କିଛି ଉପାୟକୁ ସାଥି କରିପାରୁନାହାଁନ୍ତି , ଶେଷର ସବୁଠୁ ବଢ଼ିଆ ଉପାୟ ହେଲା ପେନକିଲର ଟ୍ୟାବଲେଟ..ଖାଆନ୍ତୁ ଓ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.