କ୍ବାରେଣ୍ଟାଇନ୍‌ରେ ରହିଲେ ଦିନକୁ ଦେବାକୁ ପଡିବ ୧୨୦ ଟଙ୍କା: ପଞ୍ଚାୟତ ଦାୟିତ୍ବରେ ଏହି ବାବୁଙ୍କ ନିୟମ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି, ଦେଖନ୍ତୁ

Published By : Prameya-News7 Bureau | July 26, 2020 IST

ଟାଙ୍ଗୀ୨୬/୭: ଟଙ୍କା ଦିଅ। ଯଲଦି ଦିଅ, ତା ପରେ ଯାଆ। ଇଆଡୁ-ସିଆଡୁ ଗପ ନାହିଁ। ଦିନକୁ ୧୨୦ ଟଙ୍କା ହିସାବରେ ଯେତେ ଦିନ ରହିଛ ଅର୍ଥାତ ୧୬ ଦିନକୁ ୧୯୨୦ ଟଙ୍କା ଦିଅ। ନହେଲେ ଅଢ଼େଇ ହଜାର, ନାଇଁ ୩ ହଜାର ଟଙ୍କା ଦେଇଦିଅ। ଏପରି କରି ଟଙ୍କା ମାଗୁଛନ୍ତି ଜଣେ ବାବୁ। ବାବୁ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତ ଏକ୍ୟୁଜିକେଟିଭ୍ ଅଫିସର(ପିଏଇଓ) ଅଜୟ କୁମାର ରାୟଗୁରୁ। ଯେଉଁ ପ୍ରବାସୀ ଓଡିଆ ବିଦେଶରୁ ଆସିଛନ୍ତି। ସେମାନେ ଟଙ୍କା ଦେଲେ ଏହି କ୍ବାରେଣ୍ଟାଇନ୍ ରହିବେ। ଟଙ୍କା ନ ଦେଲେ ସେମାନେ କୁଆଡ଼େ ସିଆଡ଼େ ମାନେ ଭୁବନେଶ୍ବର ହୋଇଥିବା କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିବେ । ଏମିତି କହି ବାବୁ ଜଣଙ୍କ ପ୍ରବାସୀ ଓଡିଆଙ୍କୁ  ଟଙ୍କା ମାଗୁଛନ୍ତି। ବାରମ୍ବାର ପଚାରିଲେ ବାବୁ ଜଣଙ୍କ ଗରମ ମଧ୍ୟ ହୋଇଯାଉଛନ୍ତି। କହୁଛନ୍ତି, ଆଗରୁ କହିଛି, ପୁଣି ପଚାରୁଛ, ଟଙ୍କା ଦିଅ, ଏଠୁ ଶ୍ରୀଘ୍ର ଯାଅ।  ବଚରା ପ୍ରବାସୀ ୩ ହଜାର ଟଙ୍କା ଦେବା ପରେ ତାଙ୍କୁ ସେଠାରୁ ଛଡ଼ା ଯାଇଥିଲା। କ୍ୟାମେରା ଏହି ତମାମ ଘଟଣା ରେକର୍ଡିଂ ହେଉଥିବା ବାବୁ ଜଣଙ୍କ ଜାଗା ଛାଡ଼ି ପଳାଇଯାଇଥିଲେ। ଏହା ସହିତ ମଧ୍ୟ କହିଥିଲେ, ଏହା ହେଉଛନ୍ତି ସରକାରଙ୍କ ନିର୍ଦ୍ଦେଶ ଅଛି। ଦେଖନ୍ତୁ ଏହି ଦୃଶ୍ୟ…

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.