ଆପଣଙ୍କ ସମସ୍ତ ପ୍ରକାର ଦୁଃଖ କଷ୍ଟ ହୋଇଯିବ ଦୂର : ଦେହରେ ପିନ୍ଧନ୍ତୁ ଏହି ଜିନିଷ

Published By : Prameya-News7 Bureau | July 13, 2019 IST

 ନିଜର ସୈାନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ଏବଂ ନିଜକୁ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ମୋତିରେ ନିର୍ମିତ ହୋଇଥିବା ଆଭୂଷଣ ପିନ୍ଧିବା ପସନ୍ଦ କରନ୍ତି। ମୋତିର ଆଭୂଷଣ ଆଜିକାଲି ଖୁବ୍ ପସନ୍ଦ କରାଯାଉଛି। କିନ୍ତୁ ଆପଣ ଜାଣିଛନ୍ତି କି ମୋତିର ଆଧ୍ୟାତ୍ମିକ ରୂପରେ ମଧ୍ୟ ମହତ୍ତ୍ବ ରହିଛି। ଏହା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟାକୁ ଦୂର କରି ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିବାରେ ସାହାଯ୍ୟ କରିଥାଏ। ଆଜି ଆମେ ମୋତି ସହ ଜଡ଼ିତ କେତେକ ଉପାୟ ବିଷୟରେ ଜାଣିବା ଯାହା ଆପଣଙ୍କ ସମସ୍ତ ସମସ୍ୟାକୁ ଦୂର କରିଥାଏ।   

ଯଦି ଆପଣ ଠିକ୍ ସମୟରେ ନିଷ୍ପତ୍ତି ନେଇପାରୁନାହାନ୍ତି ତେବେ ଆପଣଙ୍କୁ ନିଜ ହାତରେ ମୋତି ଧାରଣ କରିବା ଉଚିତ୍। ଏହା ଦ୍ବାରା ଆପଣ ଠିକଭାବେ ନିଷ୍ପତ୍ତି ନେଇ ପାରିବେ। ସୋମବାର ଦିନ ଭଗବାନ ଗଣେଶଙ୍କ ପାଠ କରନ୍ତୁ ଏହା ଦ୍ବାରା ଆପଣଙ୍କୁ ତୁରନ୍ତ ଲାଭ ମିଳିବ।

ଯଦି ପରିଶ୍ରମ କରିବା ପରେ ବି ଆପଣଙ୍କ ଘରେ ସବୁବେଳେ ଧନ ଅଭାବ ରହିଥାଏ ତେବେ ଆପଣ ନିଜ ପୂଜା ସ୍ଥାନରେ ଦୁଇଟି ମୋତିକୁ ହଳଦିଆ ଲୁଗାରେ ବାନ୍ଧି ରଖି ଦିଅନ୍ତୁ। ଏହା ଦ୍ବାରା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଯିବ ନାହିଁ।

ଯଦି ଆପଣ ପରିବାରରେ କୈାଣସି ପ୍ରକାରର ସମସ୍ୟା ରହିଛି ତେବେ ଆପଣ ମୋତି ବ୍ୟବହାର କରି ନିଜ ସମସ୍ୟା ଦୂର କରିପାରିବେ। ମୋତିକୁ ପତ୍ନୀଙ୍କ ବାମ ହାତରେ ପିନ୍ଧିବାକୁ ଦିଅନ୍ତୁ ଏହା ଦ୍ବାରା ଆପଣଙ୍କ ପରିବାରରେ ସୁଖ ଶାନ୍ତି ପୁଣି ଥରେ ଫେରି ଆସିବ।

ଯଦି ଆପଣଙ୍କ ସନ୍ତାନର ସ୍ବାସ୍ଥ୍ୟ ସବୁବେଳେ ଖରାପ ରହୁଛି ତେବେ ଆପଣ ନିଜ ସନ୍ତାନଙ୍କ ଗଳାରେ ଚାନ୍ଦିର ଚନ୍ଦ୍ର ସହ ମୋତି ପିନ୍ଧାନ୍ତୁ ଯାହା ଦ୍ବାରା ଆପଣଙ୍କ ସନ୍ତାନଙ୍କ ସ୍ବାସ୍ଥ୍ୟ ଭଲ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.