ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡିବ ଫାଇନ୍ – ଗଞ୍ଜାମ ଜିଲ୍ଲାପାଳ
15/04/2020 at 9:05 AM

ବ୍ରହ୍ମପୁର ୧୫।୦୪: ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା । ଗଞ୍ଜାମ ଜିଲ୍ଲାରେ ଏହି ନିୟମ ଲାଗୁ ହେବାକୁ ଯାଉଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟର ଜରିଆରେ ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ ଟ୍ୱିଟ୍ କରି ଲେଖିଛନ୍ତି ଯେ, ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ । ଦୟାକରି ର୍ବସାଧାରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ । ମାସ୍କ ବ୍ୟବହାର ବାଧ୍ୟତାମୂଳକ । କିଛି ଦିନ ତଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ ଗଂଜାମ ଜିଲ୍ଲାପାଳ ।

Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021