ନୋଟିସ୍ ପିରିୟଡ ସରିବା ପୂର୍ବରୁ ଚାକିରୀ ଛାଡିଲେ ବେତନରୁ ଦେବାକୁ ହେବା ୧୮% GST, ଜାଣନ୍ତୁ କାହିଁକି ?

Published By : Prameya-News7 Bureau | December 04, 2021 IST

ନୂଆଦିଲ୍ଲୀ ୪।୧୨:  ବୃତ୍ତିଜୀବିଙ୍କ ଲାଗି ଜରୁରୀ ଖବର। ଯଦି କୌଣସି ସଂସ୍ଥାରୁ ଚାକିରୀ ଛାଡିବା ଲାଗି ନୋଟିସ୍‌ କରିଛନ୍ତି ତେବେ ନୋଟିସ ଅବଧି ପୂରଣ ହେବା ପର୍ଯ୍ୟନ୍ତ ନିଯୁକ୍ତିଦାତାଙ୍କ ସହ ରହନ୍ତୁ। ନଚେତ ବେତନ ଓ ଅନ୍ୟ ବକେୟା ବାବଦ ଦେୟରୁ ନିଯୁକ୍ତିଦାତା ୧୮ ପ୍ରତିଶତ ସାମଗ୍ରୀ ଓ ସେବା କର (ଜିଏସଟି) କାଟି ରଖିବେ। ଅଥରିଟି ଅଫ ଆଡଭାନ୍ସ ରୁଲିଂ ଏକ ନିଷ୍ପତ୍ତିରେ ଏହା କହିଛନ୍ତି।

ନିଯୁକ୍ତି ଦାତା ବିନା ନୋଟିସ୍ ଅଥବା ନୋଟିସ ଅବଧି ପୂରଣ ପୂର୍ବରୁ ପଦବୀ ଛାଡି ପଳାଉଥିବା କର୍ମଚାରୀଙ୍କ ସାମୂହିକ ବୀମା ଓ ଟେଲିଫୋନ ବିଲ ବାବଦ ଦେୟ ଓ ସଂସ୍ଥା ପ୍ରଦତ୍ତ ଅନ୍ୟ ସୁବିଧା ସୁଯୋଗ ବାବଦେ ମଧ୍ୟ ଜିଏସଟି ଅସୁଲ କରିବେ। ଏହା ଉପରେ ମଧ୍ୟ କର୍ମଚାରୀଙ୍କୁ ଜିଏସଟି ପୈଠ କରିବାକୁ ହେବ। ତେବେ କର ବିଶେଷଜ୍ଞଙ୍କ ଅନୁସାରେ ଏହା ସମ୍ପୂର୍ଣ୍ଣ ନିଯୁକ୍ତିଦାତାଙ୍କ ବିବେକ ଅନୁମୋଦିତ କାର୍ଯ୍ୟ। ସେ ହୁଏତ କର୍ମଚାରୀଙ୍କଠାରୁ ଜିଏସଟି ଆଦାୟ କରି ସରକାରୀ ତହବିଲରେ ଜମା କରିପାରନ୍ତି ନଚେତ ଦେୟ ଚୁକ୍ତା କରି କର୍ମଚାରୀଙ୍କୁ ଛାଡି ଦେଇପାରନ୍ତି।

ଏହି ଶୁଳ୍କ କର୍ମଚାରୀଙ୍କୁ ନୋଟିସ ପିରିୟଡରେ ମିଳୁଥିବା ବେତନ ଅନ୍ୟ ସବୁ ପ୍ରକାର ପୈଠ ଉପରେ ପ୍ରଜୁଯ୍ୟ। ତେବେ କର ଅଧିକାରୀଙ୍କ ଅନୁସାରେ ନିଯୁକ୍ତିଦାତା କର୍ମଚାରୀଙ୍କ ଲାଗି ଜିଏସଟି ଦାଖଲ କରିଥାନ୍ତି। ତେବେ ଚାକିରୀ ଛାଡିବା ବେଳେ ନୋଟିସ୍ ପିରିୟଡ ସମ୍ପର୍କିତ ସୂଚନା ନିଯୁକ୍ତି ପତ୍ର ପୂର୍ବରୁ ଅଫର ଲେଟରରେ ସୂଚିତ କରାଇଦିଆଯାଇଥାଏ। ସେହି ଅନୁସାରେ କର୍ମଚାରୀ ଚାକିରୀ ଛାଡିବାର ନିର୍ଦ୍ଧାରିତ ଅବଧି ପୂର୍ବରୁ ନୋଟିସ୍ ଦେଇଥାନ୍ତି।

{"id":554224,"width":839,"height":559,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.