Thursday, March 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଯଦି ଆପଣ କୈାଣସି ବ୍ୟକ୍ତିଙ୍କ ଶବଯାତ୍ରା ଦେଖୁଛନ୍ତି ତେବେ କରନ୍ତୁ ନିଶ୍ଚୟ କରନ୍ତୁ ଏହି ୪ଟି ଶୁଭ କାମ : ଜାଣନ୍ତୁ କ’ଣ

ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟଙ୍କ ଶରୀର ନଶ୍ବର ଅଟେ,କେବଳ ଆତ୍ମା ଅମର। ଯେଉଁମାନେ ଜନ୍ମ ହୋଇଛନ୍ତି, ତାଙ୍କ ମୃତ୍ୟୁ ସୁନିଶ୍ଚିତ। ଯେକୈାଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବଯାତ୍ରା ବାହାରିଥାଏ। ଶବଯାତ୍ରା ସମ୍ବନ୍ଧରେ କେତେକ ପ୍ରଥା ପ୍ରଚଳିତ ହୋଇ ଆସିଛି। ଯଦି ଆମେ ରାସ୍ତାରେ ଯାଉଥିବାବେଳେ କୈାଣସି ଶବଯାତ୍ରା ଦେଖିବାକୁ ମିଳେ ତେବେ ଆମକୁ ଏହି ୪ଟି ଶୁଭ କାମ କରିବା ଉଚିତ୍।

୧. ଯଦି କୈାଣସି ବ୍ୟକ୍ତି କାହାର ଅନ୍ତିମ ଯାତ୍ରାରେ ସାମିଲ ହୋଇଥାନ୍ତି, ଶବକୁ କାନ୍ଧ ଦେଇଥାଆନ୍ତି ତେବେ ତାଙ୍କ ପୁଣ୍ୟ ବୃଦ୍ଧି ହୋଇଥାଏ। ଏହି ପୁଣ୍ୟର ପ୍ରଭାବରେ ପୁରୁଣା ପାପ ନଷ୍ଟ ହୋଇଥାଏ। ଏହି ପ୍ରଥା କାରଣରୁ ଅଧିକାଂଶ ଲୋକ ଶବଯାତ୍ରାରେ ସାମିଲ ହୋଇ ଶବକୁ କାନ୍ଧ ଦେଇଥାଆନ୍ତି।

୨.ଯଦି ଆମେ ସମୟ ଅଭାବରୁ କୈାଣସି ଅଜଣା ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ନ ହୋଇପାରିବା ତେବେ ଶବଯାତ୍ରା ଦେଖିଲେ ଆମକୁ ସେଠାରେ ରହିଯିବା ଉଚିତ୍। ପ୍ରଥମେ ଶବଯାତ୍ରାକୁ ଅତିକ୍ରମ କରିଯିବା ଉଚିତ୍। ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରିବା ଉଚିତ୍।

୩. ଆପଣ କୈାଣସି ଶବଯାତ୍ରା ଦେଖିଲେ ରାମ ନାମ ଜପ କରିବେ। ଶ୍ରୀରାମଚରିତ ମାନସ ଅନୁଯାୟୀ ରାମ ନାମ ଜପ କରିବା ଦ୍ବାରା ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି। ଶିବ ପୁରାଣରେ କୁହାଯାଇଛି ମୃତ୍ୟୁ ପରେ ଆତ୍ମା ପରମାତ୍ମା ଅର୍ଥାତ୍ ଶିବଙ୍କ ମଧ୍ୟରେ ବିଲୀନ ହୋଇଯାଇଥାଏ।

୪. ଯେତେବେଳେ କେଉଁଠାରେ ଶବଯାତ୍ରା ଦେଖିବାକୁ ମିଳେ ତେବେ ଆମକୁ ଚୁପ୍ ରହିଯିବା ଉଚିତ୍। ଯଦି ଆମେ କାର୍ କିମ୍ବା ବାଇକରେ ବସିଥିବା ତେବେ ଏହି ସମୟରେ ହର୍ଣ୍ଣ ବି ବଜାଇବା ଅନୁଚିତ୍। ଏହି କାମ ମୃତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନର ଭାବନାକୁ ପ୍ରକଟ କରିଥାଏ।

1023 Views

   ସମ୍ବନ୍ଧିତ ଖବର