Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ଲକଡାଉନ୍ ସମୟରେ ଦେଇଛନ୍ତି କି କିସ୍ତି ? ତାହେଲେ ଆପଣଙ୍କ ଖାତାକୁ ଆସିବ ଟଙ୍କା

26/10/2020 at 5:36 PM

ନୂଆଦିଲ୍ଲୀ ୨୬/୧୦ : ଆପଣ ଲକଡାଉନ ସମୟରେ ଲୋନ୍ ମୋରାଟୋରିୟମର ଲାଭ ଉଠାଇଛନ୍ତି କି ? ଲକଡାଉନ ସମୟରେ ଆପଣ ସବୁ କିସ୍ତି ଦେଇଛନ୍ତି କି ? ଯଦି ଲକଡାଉନ୍ ସମୟରେ ଆପଣ ସବୁ କିସ୍ତି ଦେଇଛନ୍ତି ତାହେଲେ ଦୀପାବଳି ପୂର୍ବରୁ ଆପଣଙ୍କ ଖାତାକୁ ସରକାର ଟଙ୍କା ଟ୍ରାନ୍ସଫର କରିବେ। ଲକଡାଉନ୍ ସମୟରେ ଠିକ ସମୟରେ କିସ୍ତି ଦେଇଥିବା ଗ୍ରାହକଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଅଫର ଦେଉଛନ୍ତି। ଲେନ୍ ମୋରାଟୋରିୟମ୍ ବାବଦରେ ସରକାର ଏହି ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ଯେଉଁମାନେ ସମୟରେ କିସ୍ତି ଦେଇଛନ୍ତି ସେମାନଙ୍କୁ ସୁଧ ଉପରେ ସୁଧ ହିସାବରେ କ୍ୟାସ ବ୍ୟାକ ମିଳିବ। ଯେଉଁମାନେ ସୁଧ ଉପରେ ସୁଧ ଦେଇପାରିନାହାନ୍ତି ସେମାନଙ୍କ ସୁଧ ସରକାର ଦେବେ। ସରକାର କହିଛନ୍ତି ଯେ ଲୋନ ନେଇଥିବା ଯେଉଁ ଗ୍ରାହକ ଲୋନ୍ ମୋରାଟୋରିୟମ୍ ସୁବିଧା ନେଇନାହାନ୍ତି ସେମାନଙ୍କୁ କ୍ୟାସବ୍ୟାକ ମିଳିବ। ଏହି ଯୋଜନାରେ ଗୃହ ଋଣ, ଶିକ୍ଷା ଋଣ, କ୍ରେଡିଟ୍ କାର୍ଡ ବାକି, ଗାଡି ଋଣ, MSME ଋଣ, କଂଜୟୁମର ଡ୍ୟୁରେବଲ ଋଣ ଧାରକଙ୍କୁ ଲାଭ ମିଳିବ।

କରୋନା ମହାମାରୀ ସମୟରେ ଆରବିଆଇ ତରଫରୁ ଗ୍ରାହକଙ୍କୁ ୬ ମାସ ପାଇଁ ଲୋନ ମୋରାଟୋରିୟମ ସୁବିଧା ଦିଆଯାଇଥିଲା। ମହାମାରୀ ସମୟରେ କିସ୍ତି ଦେବା ପାଇଁ ଅସମର୍ଥ ଲୋକ ଏହି ଯୋଜନାର ଲାଭ ଉଠାଇଥିଲେ। ଗ୍ରାହକଙ୍କୁ ମାର୍ଚ୍ଚ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ଯାଏଁ ଏହି ସୁବିଧା ଦିଆଯାଇଥିଲା। ଏହି ସୁବିଧା ପରେ ମୋରାଟୋରିୟମ ସମୟସୀମାରେ ସୁଧ ଉପରେ ସୁଧ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଓ ସରକାର କହିଥିଲେ ଯେ ଋଣ ଧାରକଙ୍କୁ ସୁଧ ଉପରେ ସୁଧ ଦେବାକୁ ପଡ଼ିବନି। ଏହା ଯୋଗୁଁ ସରକାରୀ ଖଜଣା ଉପରେ ପାଖାପାଖି ୭ ହଜାର କୋଟି ଟଙ୍କାର ପ୍ରଭାବ ପଡିବ। ସରକାର ୨ କୋଟି ଟଙ୍କା ଋଣ ନେଇଥିବା ଗ୍ରାହକଙ୍କୁ ଲୋନ ମୋରାଟୋରିୟମ ସୁବିଧା ଦେଇଥିଲେ। ସରକାରଙ୍କ ଅନୁଯାୟୀ, ୬ ମାସର ଲୋନ ମୋରାଟୋରିୟମ ସମୟରେ ୨ କୋଟି ଟଙ୍କା ଯାଏଁ ସୁଧ ଉପରେ ସୁଧ ରିହାତି ଦିଆଯିବ।

   Related Posts