Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

Lockdown ରେ ଯଦି ଚାକିରୀ ହରାଇଛନ୍ତି ଆପଣଙ୍କ ଲାଗି ଖାସ ଖବର, ସରକାର ଦେଉଛନ୍ତି ଏପରି ସୁବିଧା

29/05/2020 at 6:18 PM

ନୂଆଦିଲ୍ଲୀ ୨୯।୫: କରୋନା ଲକଡାଉନ୍‌ ସାରା ଦେଶକୁ ଆଣ୍ଠେଇ ଦେଇଛି। ଲୋକେ ଘରର ଚାରି କାନ୍ଥରେ ଆବଦ୍ଧ ହୋଇଯାଇଥିବା ବେଳେ ବାଣିଜ୍ୟ, ବ୍ୟବସାୟ, ପରିବହନ ସବୁ ଠପ ହୋଇଯାଇଛି। ଫଳରେ ଲୋକେ ଚାକିରୀ ବୃତ୍ତି ହରାଇଥିବା ବେଳେ କାମଦାମ ହରାଇ ଦିନ ମଜୁରିଆ ପାଦରେ ଚାଲିଚାଲି ଘରକୁ ଫେରିବାକୁ ବାଧ୍ୟ ହୋଇଛନ୍ତି। ଯଦି ଆପଣବି ଏପରି ପରିସ୍ଥିତିରେ ପଡିଛନ୍ତି ଓ ଆଗାମୀ ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି ଏବେ ନିଶ୍ଚିନ୍ତ ହୋଇଯାଆନ୍ତୁ। ଆପଣଙ୍କ ଲାଗି ଭାରତ ସରକାର ବିକଳ୍ପ ବ୍ୟବସ୍ଥାରେ ବି ଅଛନ୍ତି। ଏଥିପାଇଁ ଆପଣଙ୍କ ନିମନ୍ତେ www.ncs.gov.in  ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ଏଥିରେ ଆପଣଙ୍କ ଲାଗି ଅଛି କ’ଣ ?

କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଲକଡାଉନରେ ଜୀବିକା ହରାଇଥିବା ଲୋକଙ୍କ ଲାଗି  ନ୍ୟାସନାଲ କ୍ୟାରିୟର ସର୍ଭିସ୍ (ଏନସିଏସ୍) ୱେବସାଇଟ୍ ଆରମ୍ଭ କରିଛନ୍ତି।  ଏଥିରେ ପଞ୍ଜିକୃତ ଲୋକଙ୍କ ଲାଗି ସରକାର ସାରା ଦେଶରେ ୭୬ ଅନଲାଇନ ଜବ୍ ମେଳା କରିବେ। ଏହିସବୁ ମେଳା ଜରିଆରେ ଅନୁନ୍ୟ ୭୩ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ । ଏଥିରେ ନିଜକୁ ପଞ୍ଜିକୃତ କରୁଥିବା ଶ୍ରମିକଙ୍କୁ ଅଧିକ ଦକ୍ଷ କରିବା ଲାଗି ସରକାର ଟିସିଏସ୍ ସହ ମିସି ଅନଲାଇନ କ୍ୟାରିୟର ସ୍କିଲ ଟ୍ରେନିଂ ମଧ୍ୟ ଆରମ୍ଭ କରିବାକୁ ଯାଉଛନ୍ତି।

ସୂଚନା ଅନୁସାରେ ଦେଶରେ ଏବେ ଅନୁନ୍ୟ ୧ କୋଟି ଆକ୍ଟିଭ ଜବ୍ ସିକର ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୫୪ ହଜାର ଲୋକେ ଏନସିଏସ୍‌ରେ ନିଜର ପଞ୍ଜିକରଣ କରାଇସାରିଲେଣି। ଯଦି ଆପଣବି ଜଣେ ଜବ ସିକର ତେବେ ବିଳମ୍ବ କାହିଁକି ତୁରନ୍ତ ଏନସିଏସରେ ନିଜର ପଞ୍ଜିକରଣ କରାନ୍ତୁ।  ଏଥିରେ ଆପଣଙ୍କର ଭିଡିଓ ପ୍ରୋଫାଇଲ ମଧ୍ୟ କରାଯାଉଛି। ଯାହା ଦ୍ୱାରା କମ୍ପାନୀମାନେ ଆପଣଙ୍କୁ ଅନଲାଇନ ମନୋନୟନ ମଧ୍ୟ କରିପାରିବେ।  

   Related Posts