Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଘରେ ଫୁଲକୁଣ୍ଡ ରଖୁଛନ୍ତି କି: ତେବେ ହୁଅନ୍ତୁ ସାବଧାନ

17/04/2019 at 5:07 PM

ଫୁଲ ସକରାତ୍ମକ ଚେତନାର ପ୍ରତୀକ। ଘରେ ବା ଘର ବାହାରେ ବଗିଚାରେ ଫୁଲକୁଣ୍ଡ ରଖିଲେ ସୁଫଳ ମିଳେ। ଘର ଭିତରେ ଫୁଲକୁଣ୍ଡ ରହିବା ଦ୍ବାରା ବାତାବରଣକୁ ସତେଜ କରିଥାଏ। କେଉଁଭଳି ଘର ପାଇଁ କିଭଳି ଫୁଲକୁଣ୍ଡ ରଖିବା ଦରକାର ସେଥିପାଇଁ ବାସ୍ତୁରେ କେତେକ ପରାମର୍ଶ ରହିଛି।

 ଘରେ କୈାଣସି ନକଲି ଫୁଲ ବା​‌ ଫୁଲଖଣ୍ଡ ବାସ୍ତୁରେ ବାରଣ କରାଯାଇଛି। ଏପରିକି ଫେଙ୍ଗସୁଇରେ ମଧ୍ୟ ନକଲି ଫୁଲକୁ ବାରଣ କରାଯାଇଛି। ଫୁଲକୁଣ୍ଡ ନିକଟରେ ଛୋଟିଆ ଲାଇଟଟିଏ ଲଗାଇ ଏହାକୁ ଏହାକୁ ଆଲୋକିତ କରି ରଖିଲେ ଘର ମଧ୍ୟକୁ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ। ଫୁଲକୁଣ୍ଡ ବ୍ୟତୀତ ଘର ମଧ୍ୟରେ ମନିପ୍ଲାଣ୍ଟ,ବାଉଁଶଗଛ,କଇଁ ଆଦି ବୃକ୍ଷ ଓ ଲତା ରଖିଲେ ମଧ୍ୟ ସୁଫଳ ମିଳିଥାଏ। ଘରର ଉତ୍ତର ,ଉତ୍ତର-ପୂର୍ବ ଏବଂ ପୂର୍ବ ପଟକୁ ଫୁଲକୁଣ୍ଡ ଝୁଲାଇ ରଖିବା ଅନୁଚିତ ବୋଲି ବାସ୍ତୁରେ କୁହାଯାଇଛି। ତେବେ ଏହି ଦିଗରେ ଛୋଟ ଛୋଟ ଫୁଲକୁଣ୍ଡ ତଳେ ରଖାଯାଇପାରିବ।

 ତେବେ ଗୋଲାପକୁ ଛାଡ଼ି ଅନ୍ୟ କୈାଣସି କଣ୍ଟକିତ ପୁଷ୍ପ ଘର ଭିତରେ ବା ବାହାରେ ରଖିବା ଅଶୁଭପ୍ରଦ। ଯେଉଁ ଗଛର ଡାଳ ବା ପତ୍ରକୁ ଭାଙ୍ଗିଦେଲେ ସେଥିରୁ କ୍ଷୀର ବାହାରୁଥିବ ତାକୁ ମଧ୍ୟ ଘରେ ବା ଘର ହତା ମଧ୍ୟରେ ନରଖିବା ଭଲ। ସେହିଭଳି ଦେଖିବାକୁ ସୁନ୍ଦର ଲାଗୁଥିଲେ ମଧ୍ୟ ‘ବୋନସାଇ’ ପ୍ଲାଣ୍ଟ ଘରେ ରଖିବା ଅନୁଚିତ୍। ଘର ମଧ୍ୟରେ ଶୁଖିଯାଇଥିବା ଫୁଲକୁ ଗୋଟିଏ ଦିନରୁ ଅଧିକ ସମୟ ରଖିବା ଅନୁଚିତ୍। ଏହା ଦୁର୍ଭାଗ୍ୟ ଡାକିଆଣେ। ଶୋଇବା ଘରେ ଗୋଟିଏ ଫୁଲକୁଣ୍ଡ ରଖିବାକୁ ଚାହୁଁଥିଲେ ଦୁଇଟି ଫୁଲକୁଣ୍ଡ ରଖନ୍ତୁ। ଏହା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଉନ୍ନତି ଆଣିବା ସହ ଆର୍ଥିକ ଉନ୍ନତି କରିବ। ଲାଲ ଫୁଲ ଫୁଟୁଥିବା ଫୁଲଗଛ ମଧ୍ୟ ଘରେ ନରଖିବା ଭଲ।

ଘର ମଧ୍ୟରେ ବା ବାହାରେ ତୁଳସୀଗଛ ରଖିବା ସବୁଠୁ ଶୁଭପ୍ରଦ। ଗୃହର ପ୍ରବେଶଦ୍ବାର ନିକଟରେ ବା ପ୍ରବେଶ ଦ୍ବାରକୁ ମୁହଁ କରି ଫୁଲକୁଣ୍ଡ କିମ୍ବା ସତେଜ ଫୁଲ ଥିବା ଫୁଲ ଜାର୍ ରଖିବା ଭଲ। ଘରର ଦକ୍ଷିଣ ବା ଦକ୍ଷିଣ-ପଶ୍ଚିମ ଦିଗରେ ହଳଦିଆ ବର୍ଣ୍ଣର ଫୁଲ ଥିବା କୁଣ୍ଡ ରଖିଲେ କ୍ଷତି କମିଯିବ। ସବୁଜ,ନୀଳ ବର୍ଣ୍ଣର ଫୁଲକୁଣ୍ଡ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଏହା ଧନବୃଦ୍ଧି କରିଥାଏ। ଘର ଭିତରେ ଥିବା ଫୁଲକୁଣ୍ଡରେ ଥିବା ଫୁଲଗଛର ପତ୍ର ବା ଫୁଲ ଶୁଖିଯାଇଥିଲେ ସେଗୁଡ଼ିକୁ ତୁରନ୍ତ ବାହାର କରିବା ଦରକାର।

   Related Posts