ପରିସ୍ରା ଝରିବା ସମସ୍ୟା ରହିଛି କି : ତେବେ ଅବଲମ୍ବନ କରନ୍ତୁ ଏହି ଟିପ୍ସ

Published By : Prameya-News7 Bureau | May 23, 2019 IST

ପ୍ରତ୍ୟେକ ବ୍ୟକ୍ତି କୈାଣସି ନା କୈାଣସି ରୋଗରେ ପୀଡ଼ିତ। କୈାଣସି ବ୍ୟକ୍ତି ପୂରାପୂରି ସୁସ୍ଥ ନୁହେଁ। କିନ୍ତୁ ଆଜି ଆମେ ଏକ ଅଦ୍ଭୁତ ରୋଗ ବିଷୟରେ ଜାଣିବା। କେତେକ ଲୋକଙ୍କର କାଶ ହେଲେ ପରିସ୍ରା ବାହାରିଯାଇଥାଏ।

କାଶ ଏବଂ ଛିଙ୍କ ସମୟରେ ପରିସ୍ରା ବାହାରିଯିବା ସାଧାରଣ ସମସ୍ୟା ହୋଇଥାଏ। କିନ୍ତୁ ମହିଳାମାନେ ଲଜ୍ଜାରେ ଏସବୁ ଲୁଚାଇଥାଆନ୍ତି। ଏହାଦ୍ବାରା ମୂତ୍ର ସଂକ୍ରମଣ ହୋଇଥାଏ।

ଏହି ସମସ୍ୟାର କାରଣ ହେଉଛି ହରମୋନରେ ପରିବର୍ତ୍ତନ,ଓଜନ ଏବଂ ବୟସ ବଢ଼ିବା ଦ୍ବାରା ଭେଜାଇନାଲ ବଲ୍ ଡ୍ୟାମେଜ ହୋଇଯାଇଥାଏ। ଏହିଭଳି ମହିଳାଙ୍କ ଭେଜାଇନାରେ ନମନୀୟତା ଆସିବାରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବାବେଳେ ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହିତ ପୋଷ୍ଟ ଡେଲିଭରି,ପୋଷ୍ଟ ମେନୋପୋଜରେ ମଧ୍ୟ ମହିଳାଙ୍କ ସମସ୍ୟା ହୋଇଥାଏ।

ଏହି ସମସ୍ୟା ପାଇଁ ଫେମିଲିଫ୍ଟ ସିଓ ଟୁ ଲେଜର ଟେକ୍ନୋଲୋଜି ସୁଫଳ ଦେଇଥାଏ। ଏହି ଟେକ୍ନୋଲୋଜି ଦ୍ବାରା ଭେଜାଇନାଲ ଟିସୁ ହିଟ୍ କରାଯାଇଥାଏ। ଏହା ଦ୍ବାରା ନୂଆ କୋଲୋଜେନ୍ ସୃଷ୍ଟି ହୋଇଥାଏ। ଭେଜାଇନାର ଷ୍ଟେଙ୍ଗ୍ଥ ବଢ଼ିଥାଏ ଏବଂ ପ୍ରତିରୋଧକ କ୍ଷମତା ବଢ଼ିଥାଏ। ଏହା ଦ୍ବାରା ଏସୟୁଆଇ ଏବଂ ଶାରିରୀକ ସମ୍ପର୍କ ସ୍ଥାପନ କରିବାରେ ହେଉଥିବା ସମସ୍ୟାର ଚିକିତ୍ସା ସର୍ଜରି ବିନା ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.