Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଯଦି ଏପରି ୨ଟଙ୍କିଆ ମୁଦ୍ରା ରହିଛି ଆପଣଙ୍କ ପାଖରେ ତେବେ ପାଇବେ ୩ଲକ୍ଷ ଟଙ୍କା : ଜାଣନ୍ତୁ କେମିତି

30/12/2018 at 1:55 PM

ବିଜୟୱାଡା୩୦|୧୨: ଭାରତ ନୁହେଁ ପୂରା ସଂସାରରେ ଆଜି ଆପଣ ବିନା ଟଙ୍କାରେ ପାଣି ବି କିଣି ପାରିବେନି। ଆଜିର ଯୁଗରେ ଟଙ୍କାକୁ ସବୁ ଜିନିଷ କିଣିବା ପାଇଁ ଅନିବାର୍ଯ୍ୟ କରି ଦିଆଯାଇଛି। ଯାହା ବିନା ଜୀବନ ଗୋଟିଏ ପ୍ରକାର ଅସମ୍ଭବ। ଭାରତରେ ଟଙ୍କାପଇସାକୁ ନେଇ ପରିବର୍ତ୍ତନ ଚାଲିଛି। ଯାହାର ପ୍ରଭାବ ପୂରା ଦେଶରେ ପଡ଼ୁଛି। ବିମୁଦ୍ରାକରଣ ହୋଇଥିବାବେଳେ ତ ସମଗ୍ର ଦେଶରେ ଏହାର ପ୍ରଭାବ ପଡ଼ିଥିଲା। ବିମୁଦ୍ରାକରଣ ସମୟ ଆରମ୍ଭରେ ଲୋକମାନେ ପୁରୁଣା ୧୦୦୦ଟଙ୍କା ଏବଂ ୫୦୦ଟଙ୍କା ନୋଟକୁ ବଦଳାଇବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ।

କିନ୍ତୁ କେତେକ ପୁରୁଣା ମୁଦ୍ରା ଏବଂ ନୋଟ୍ ରହିଛି ଯାହା ତାର ଆକୃତି ପାଇଁ ପ୍ରଶଂସନୀୟ ହୋଇପାରିଛି। କିନ୍ତୁ ଆପଣ ଜାଣିଛନ୍ତି କି ବିମୁଦ୍ରିକରଣ ଏବଂ ସମୟ କ୍ରମେ ବଦଳିଯାଇଥିବା  ସେହି ମୁଦ୍ରାଗୁଡିକ ମଧ୍ୟରୁ କିଛି ମୁଦ୍ରାର ମୂଲ୍ୟ ଏବେ ଲକ୍ଷ କୋଟିରେ ଗଣା ଯାଉଛି। ଆପଣ ଏପରି ବହୁତ ଖବର ପଢ଼ିଥିବେ। କିନ୍ତୁ ଆଜି ଆମେ ଜାଣିବା ଏପରି ମୁଦ୍ରା ବିଷୟରେ ଯାହାର ମୂଲ୍ୟ ଲକ୍ଷେ ଟଙ୍କାରୁ କମ୍ ହେବ ନାହିଁ। କିନ୍ତୁ ଏହି ମୁଦ୍ରା ବିଷୟରେ ବହୁତ କମ୍ ଲୋକ ଜାଣନ୍ତି।

ଆମେ ସମସ୍ତେ ଜାଣିଛୁ ଯେ କିଛି ବର୍ଷ ପୂର୍ବରୁ ଟଂକିକିଆ ଏବଂ ୨ଟଙ୍କିଆ ମୁଦ୍ରାର ମୂଲ୍ୟ ବହୁତ ଥିଲା। କିନ୍ତୁ ସମୟ ପରିବର୍ତ୍ତନ ହେବା ସହ ମୁଦ୍ରାର ମୂଲ୍ୟ ଦିନକୁ ଦିନ କମିବାକୁ ଲାଗିଲା। କେବଳ ଏତିକି ନୁହେଁ ଆଜିକାଲି କୈାଣସି ଭିକାରୀକୁ ବି ଯଦି ୧ ବା ୨ଟଙ୍କାର ମୁଦ୍ରା ଦିଆଯାଏ ତାହେଲେ ସେ ଆପଣଙ୍କ ମୁହଁକୁ ଚାହିଁ ରହିଯାଉଛି। ଆଜି ଆମେ ସେହି ମୁଦ୍ରା ବିଷୟରେ କିଛି ଏପରି କଥା ଜାଣିବା ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଯଦି ଆପଣଙ୍କ ପାଖରେ ଏହିପରି ୨ଟଙ୍କା ରହିଛି ତେବେ ଆପଣ ୩ଲକ୍ଷ ଟଙ୍କା ପାଇପାରିବେ। ଆନ୍ଧ୍ରପ୍ରଦେଶରେ ମୁଦ୍ରାର ଷ୍ଟଲ୍ କରିଥିବା ଏକ ବ୍ୟବସାୟୀଙ୍କ ପାଖରେ ଏହିପରି ମୁଦ୍ରାର ସଂଗ୍ରହ ରହିଛି ଯାହାକୁ ସେ ୩ଲକ୍ଷ ଟଙ୍କାରେ ବିକିଛନ୍ତି। ଯଦି ଆପଣଙ୍କ ପାଖରେ ମଧ୍ୟ ଏପରି ପୁରୁଣା ମୁଦ୍ରା ରହିଛି ତେବେ ଆପଣ ଏହାକୁ ଅନଲାଇନ୍ ପୋର୍ଟାଲ୍ ଦ୍ବାରା ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ଆୟ କରିପାରିବେ।

ଆନ୍ଦ୍ରପ୍ରଦେଶରେ ରହୁଥିବା ବି.ଚନ୍ଦ୍ରଶେଖର ଏଠାରେ ଏହିପରି ଏକ ମୁଦ୍ରାର ଷ୍ଟଲ୍ କରିଛନ୍ତି। ସେ ତାଙ୍କର ଏହି ଷ୍ଟଲକୁ ଓ୍ବାଲର୍ଡ୍ ତେଲୁଗୁ କନଫରେନ୍ସ୍ ସମ୍ମୁଖରେ କରିଛନ୍ତି।  ଓ୍ବାଲର୍ଡ୍ ତେଲୁଗୁ କନଫରେନ୍ସରେ ହେଉଥିବା ପ୍ରଦର୍ଶନୀ ସମୟରେ ଲୋକମାନେ ତାଙ୍କ ଷ୍ଟଲକୁ ପୁରୁଣା ମୁଦ୍ରା କିଣିବାକୁ ଯାଇଥାଆନ୍ତି। ସେଠାରେ ମୁଦ୍ରାଗୁଡ଼ିକ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ।   

   Related Posts