ଯଦି ଆପଣଙ୍କ ପାଖରେ ଅଛି ଏଭଳି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ତେବେ ଆଜି ହିଁ ବଦଳାଇ ଦିଅନ୍ତୁ, କାଲିଠୁ ହୋଇଯିବ ବନ୍ଦ

Published By : Prameya-News7 Bureau | December 31, 2018 IST

ଯଦି ଆପଣଙ୍କ ପାଖରେ ମ୍ୟାଗନେଟିକ୍ ଷ୍ଟ୍ରିପ୍ ର ପୁରୁଣା ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ଅଛି ତେବେ ଆଜି ହିଁ ତାହାକୁ ବଦଳାଇ ଦିଅନ୍ତୁ । କାଲି ଅର୍ଥାତ୍ ୧ ଜାନୁଆରୀ ୨୦୧୯ରୁ ଏହି କାର୍ଡ କାମ କରିବା ବନ୍ଦ କରିଦେବ । ମ୍ୟାଗନେଟିକ୍ ଷ୍ଟ୍ରିପ୍ ର କାର୍ଡ ଜରିଆରେ ଆପଣଙ୍କ ବ୍ୟାଙ୍କ୍ ଡାଟା ଚୋରୀ ହେବାର ସମ୍ଭାବନା ଥାଏ । ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମ୍ୟାଗନେଟିକ୍ ଷ୍ଟ୍ରିପ୍ ର କାର୍ଡକୁ ଇଏମଭି (ୟୁରୋପ, ମାଷ୍ଟରକାର୍ଡ ଏବଂ ଭିସା) ଚିପ୍ କାର୍ଡକୁ ପରିବର୍ତ୍ତନ କରିବା ପାଇଁ ୩୧ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଆରବିଆଇ ଅନୁସାରେ ନୂଆ ଇଏମବି କାର୍ଡ ଦ୍ବାରା ଠକେଇ ହେବାର ଆଶଙ୍କା କମ୍  । ଏହାକୁ ନେଇ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ମଧ୍ୟ ଟ୍ବିଟ୍ କରିଛି । ୩୧ ଡିସେମ୍ବର ପୂର୍ବରୁ ମ୍ୟାଗନେଟିକ୍ ଷ୍ଟ୍ରିପ୍ ର କାର୍ଡ ବଦଳାଇ ଦିଅନ୍ତୁ ବୋଲି ଟ୍ବିଟ୍ ରେ ଉଲ୍ଲେଖ ରହିଛି ।

କିପରି ବଦଳାଇବେ କାର୍ଡ :

ବ୍ୟାଙ୍କ୍ ତରଫରୁ ଟ୍ବିଟ୍ କରି ଦିଆଯାଇଥିବା ସୂଚନା ଅନୁସାରେ ପୁରୁଣା ଏଟିଏମ୍ କାର୍ଡ ବଦଳାଇ ଇଭିଏମ୍ ଚିପ୍ ଡେବିଟ୍ କାର୍ଡ ଜାରି କରାଯାଇଛି । ଏଥିପାଇଁ ଗ୍ରାହକମାନଙ୍କୁ ନିଜର ପାସବୁକ୍ ନେଇ ବ୍ୟାଙ୍କ୍ ଯିବାକୁ ପଡିବ ଏବଂ ଗୋଟିଏ ଫର୍ମ ପୂରମ କରିବାକୁ ହେବ । ଏହାପରେ ନୂଆ ଏବଂ ସୁରକ୍ଷିତ କାର୍ଡ ଆପଣ ନେଇପାରିବେ । ଯେଉଁମାନେ ଇଣ୍ଟରନେଟ୍ ବ୍ୟାଙ୍କିଂ  କରୁଛନ୍ତି ସେମାନେ ଅନଲାଇନ୍ ରେ ମଧ୍ୟ ନୂଆ କାର୍ଡ ପାଇଁ ଆବେଦନ କରିପାରିବେ । ଏହା ବ୍ୟତୀତ ବ୍ୟାଙ୍କ୍ ର ବ୍ରାଞ୍ଚକୁ ଯାଇ ଅନଲାଇନ ଆବେଦନ କରିପାରିବେ ।

wp:core-embed/twitter {"url":"https://twitter.com/TheOfficialSBI/status/1078977693998231552","type":"rich","providerNameSlug":"twitter","className":""}
https://twitter.com/TheOfficialSBI/status/1078977693998231552
/wp:core-embed/twitter

କଣ ରହିଛି ଦୁଇ କାର୍ଡ ମଧ୍ୟରେ ପାର୍ଥକ୍ୟ :

ଯଦି ଆପଣଙ୍କ ଡେବିଟ୍ କାର୍ଡ ଅଥବା କ୍ରେଡିଟ୍ କାର୍ଡର ସମ୍ମୁଖ ଭାଗରେ ବାମପଟେ ମୋବାଇଲ୍ ସିମ୍ କାର୍ଡ ଭଳି ଦେଖାଯାଉଥିବା ଚିପ୍ ଲାଗିନାହିଁ ତେବେ ଏହା ପୁରୁଣା ଅଥବା ଏହା ମ୍ୟାଗନେଟିକ୍ ଷ୍ଟ୍ରିପ୍ କାର୍ଡ । ଏହି କାର୍ଡରେ କାରବାର କରିବା ପାଇଁ କାର୍ଡଧାରୀଙ୍କ ଦସ୍ତଖତ କିମ୍ବା ପିନ୍ ର ଆବଶ୍ୟକତା ରହିଥାଏ । ଏଥିରେ ଆପଣଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ରହିଥାଏ । ଏହି ମ୍ୟାଗନେଟିକ୍ ଷ୍ଟ୍ରିପ୍ ଦ୍ବାରା କାର୍ଡ ସ୍ବାଇପ୍ ସମୟରେ ମେସିନକୁ ଆପଣଙ୍କ ବ୍ୟାଙ୍କ୍ ଇଣ୍ଟରଫେସ୍ ସହ ଜଡିତ ହୁଏ ଏବଂ ପ୍ରୋସେସ ଆଗକୁ ବଢିଥାଏ । ସେହିଭଳି ଚିପ୍ କାର୍ଡରେ ଚିପ୍ ରେ ସମସ୍ତ ତଥ୍ୟ ରହିଥାଏ । ଏହି କାର୍ଡରେ ମଧ୍ୟ କାର୍ଡଧାରୀଙ୍କ ଦସ୍ତଖତ କିମ୍ବା ପିନ୍ ର ଆବଶ୍ୟକତା ପଡିଥାଏ । ମାତ୍ର ଇଏମଭି ଚିପ୍ କାର୍ଡରେ କାରବାର ସମୟରେ ବ୍ୟବହାରକାରୀଙ୍କୁ ଅଥଣ୍ଟିକେଟ୍ କରିବା ପାଇଁ ଗୋଟିଏ ସ୍ବତନ୍ତ୍ର ଟ୍ରାନଜାକ୍ସନ କୋଡ୍ ଜେନେରେଟ୍ ହୋଇଥାଏ । ଯାହା ଭେରିଫିକେସନରେ ସପୋର୍ଟ କରିଥାଏ । ଏହା ମ୍ୟାଗନେଟିକ୍ ଷ୍ଟ୍ରିପ୍ କାର୍ଡରେ ହୋଇନଥାଏ ।

କୌଣସି ଫିସ୍ ଆବଶ୍ୟକ ନାହିଁ :

ଯଦି ଆପଣ ଏସବିଆଇର ଗ୍ରାହକ ତେବେ ଆପଣ ଖୁବ୍ ଶୀଘ୍ର ଆପଣଙ୍କ କାର୍ଡ ବଦଳାଇଦିଅନ୍ତୁ । କାରଣ ଏସବିଆଇ ମ୍ୟାଗନେଟିକ୍ ଷ୍ଟ୍ରିପ୍ ଏଟିଏମକୁ ବ୍ଲକ୍ କରିବାକୁ ଯାଉଛି । ବ୍ୟାଙ୍କ୍ ତାର ଗ୍ରାହକମାନଙ୍କ ପାଇଁ ପୁରୁଣା ମ୍ୟାଗନେଟିକ୍ ଷ୍ଟ୍ରିପ୍ କାର୍ଡକୁ ଚିପ୍ କାର୍ଡରେ ପରିବର୍ତ୍ତନ କରିବା ପାଇଁ ନୋଟିଫିକେସନ ଜାରି କରିସାରିଛି । ତେବେ ଏଥିପାଇଁ ଆପଣଙ୍କୁ କୌଣସି ଫିସ୍ ଦେବାକୁ ପଡିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.