ଆପଣଙ୍କର ଏସବିଆଇ ଆକାଉଣ୍ଟ ଅଛି କି ? ଡିସେମ୍ବରରୁ ଆକାଉଣ୍ଟ ବ୍ଲକ ହୋଇପାରେ ! ଜାଣନ୍ତୁ କଣ କରିବେ...

Published By : Prameya-News7 Bureau | November 19, 2018 IST

ଭୁବନେସ୍ଵଶ୍ୱର ୧୯/୧୧ : ନଭେମ୍ବର ୩୦ ତାରିଖ ପୂର୍ବରୁ ନିଜ ନିଜ ମୋବାଇଲ ନମ୍ବର ରେଜିଷ୍ଟର କରିବା ପାଇଁ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ କଷ୍ଟମରମାନଙ୍କୁ ନିବେଦନ କରିଛି | ମୋବାଇଲ ନମ୍ବର ରେଜିଷ୍ଟାର ନକଲେ କଷ୍ଟମର ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ପାଇବେ ନାହିଁ ଏବଂ ତାଙ୍କ ଆକାଉଣ୍ଟ ବ୍ଲକ ହୋଇଯିବ ବୋଲି ଷ୍ଟେଟ ବ୍ୟାଙ୍କ ଅ ଇଣ୍ଡିଆ ନିଜ ୱେବସାଇଟ ଜରିଆରେରେ ଜଣେଇଛି | ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ପାଇବାକୁ ହେଲେ ୨୦୧୮ ମସିହା ନଭେମ୍ବର ୩୦ ତାରିଖ ସୁଦ୍ଧା କଷ୍ଟମର ନିଜ ମୋବାଇଲ ନମ୍ବର ରେଜିଷ୍ଟର କରିବାକୁ ହେବ | ଯଦି ନଭେମ୍ବର ସୁଦ୍ଧା ମୋବାଇଲ ନମ୍ବର ରେଜିଷ୍ଟର କରିବାରେ ଅସମର୍ଥ ହୁଅନ୍ତି ତାହେଲେ ଡିସେମ୍ବର ୧ ତାରିଖ ଠାରୁ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସୁବିଧା ପାଇବେନାହିଁ, ଫଳରେ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ସେବା ବ୍ଲକ ହୋଇପାରେ | ସୂଚନାଯୋଗ୍ୟ ଯେ, ନିଜ ନିଜ ବ୍ୟାଙ୍କ ଆକାଉଣ୍ଟରେ ନଭେମ୍ବର ୩୦ ତାରିଖ ସୁଦ୍ଧା ମୋବାଇଲ ନମ୍ବର ରେଜିଷ୍ଟର କରିବାକୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତାର ସମସ୍ତ ବ୍ୟାଙ୍କଗୁଡିକୁ ନିର୍ଦେଶ ଦେଇଛି | ଫୋନରେ ଏସଏମଏସ ସେବା ଏବଂ ଇଲେକ୍ଟ୍ରୋନିକ ବ୍ୟାଙ୍କିଙ୍ଗ ଟ୍ରାଞ୍ଜାକ୍ସନ ପାଇଁ ଏହା ବାଧ୍ୟତାମୂଳକ ବୋଲି ଅରବିଆଇ ନିର୍ଦେଶନାମା ଜାରି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.