ଏବେ ରାଶନ କାର୍ଡଧାରୀଙ୍କୁ ମିଳିବ ଏହି ବଡ ସୁବିଧା , ଜାଣନ୍ତୁ କ'ଣ

Published By : Prameya-News7 Bureau | October 05, 2019 IST

ନୂଆଦିଲ୍ଲୀ : ସରକାର ଦେଶରେ ନୂଆ ନୂଆ ନିୟମ ଲାଗୁ କରୁଛନ୍ତି, ସାଧାରଣ ଜନତା ଯେପରି ଏହାର ଲାଭ ପାଇବେ ସେଥିଲାଗି ପ୍ରଚାର ବି କରୁଛନ୍ତି। ହେଲେ କେତେକ ସ୍ଥଳରେ ଲୋକେ ସରକାରଙ୍କ ନୂଆ ନିୟମ ଜାଣିପାରୁନାହାନ୍ତି। ଏଣୁ ସମୟ ସମୟରେ ମିଳୁଥିବା ସରକାରୀ ସୁବିଧା ସୁଯୋଗର ଫାଇଦାରୁ ସେମାନେ ବଞ୍ଚିତ ହେଉଛନ୍ତି।  ତେବେ ରାଶନ କାର୍ଡଧାରୀଙ୍କ ଲାଗି ସରକାର ଏବେ ଏକ ବଡ ଯୋଜନା ଆଣିଛନ୍ତି। ଯଦି ଆପଣଙ୍କର ରାଶନ କାର୍ଡ ଅଛି ତେବେ ଖବରକୁ ଶେଷ ପର୍ଯ୍ୟନ୍ତ ନିଶ୍ଟିତ ପଢନ୍ତୁ।

{"id":166753}

ଯଦି ଆପଣ ରାଶନକାର୍ଡଧାରୀ ଅଥବା ନୂଆ ରାଶନକାର୍ଡ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ଲାଗି ଜରୁରି ଖବର। କାର୍ଡରେ ଏବେ ଖାଉଟିଙ୍କୁ ସରକାର ମାଗଣାରେ ଏକ ବଡ ସେବା ଯୋଗାଇଦେବାକୁ ଯାଉଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଲାଗି ଏକ ନୂଆ ଆରମ୍ଭ ବୋଲି ମଧ୍ୟ କୁହାଯାଇପାରେ। ଏଣୁ ଯଦି ରାଶନ କାର୍ଡ ଅଛି ତ ତେବେ ନିଶ୍ଚିତ ଯୋଜନାର ଲାଭ ନିଅନ୍ତୁ।

{"id":166754,"width":577,"height":382}

ଭାରତ ସରକାର ରାଶକାର୍ଡରେ ଯେଉଁ ଲୋକଙ୍କ ଗ୍ୟାସ୍ କନେକ୍ସନ ନାହିଁ ସେମାନଙ୍କୁ ମାଗଣାରେ ଗ୍ୟାସ କନେକ୍ସନ ସହ ଚୁଲା ବି ଦେବେ। ମୋଦି ସରକାରଙ୍କ ନିର୍ଦ୍ଦେଶାନୁସାରେ ଏଥିଲାଗି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନିଆଯାଇଛି। ଯଦି ରାଶନ କାର୍ଡ ଅଛି ଓ ଗ୍ୟାସ୍ କନେକ୍ସନ ନାହିଁ ତେବେ କେବଳ କେୱାଇସି ଫର୍ମ ପୁରଣ କରି ମାଗଣାରେ ଗ୍ୟାସ୍ ସଂଯୋଗ ସହ ଚୁଲା ବି ପାଇବେ। ଯାହା ଏବେ ଅନେକ ନାଗରିକଙ୍କ ଜୀବନ ଧାରଣ ମାନ ପରିବର୍ତ୍ତନରେ ସହାୟକ ହେବ ବୋଲି ଆଶା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.