ଆପଣ ବି ଏଲଆଇସିରେ ବୀମା କରିଛନ୍ତି କି : ତେବେ ଭୁଲରେ ବି କରନ୍ତୁ ନାହିଁ ଏହି ୭ଟି ଭୁଲ୍ ,ନଚେତ୍ ପଡ଼ିବେ ଅସୁବିଧାରେ

Published By : Prameya-News7 Bureau | May 30, 2019 IST

ନୂଆଦିଲ୍ଳୀ ୩୦/୫: ଭାରତୀୟ ଜୀବନ ବୀମା ନିଗମ ଅର୍ଥାତ୍ ଦେଶସାରା ଲକ୍ଷ ଲକ୍ଷ ବୀମାଧାରୀ ରହିଛନ୍ତି। ବାସ୍ତବରେ ଅଧିକାଂଶ ଲୋକେ ନିଜ ପୁଞ୍ଜିକୁ ସୁରକ୍ଷିତ କରିବା ପାଇଁ ଏବଂ ଉତ୍ତମ ରିଟର୍ଣ୍ଣ ପାଇଁ ଏଲଆଇସିରେ ଟଙ୍କା ଲଗାଇଥାଆନ୍ତି। କିନ୍ତୁ ବୀମା ନାଁରେ ଏବେ ବିଭିନ୍ନ ପ୍ରକାରର ଠକେଇ ମାମଲା ସାମନାକୁ ଆସୁଛି। ଏଥିପାଇଁ ଏଲଆଇସି ତରଫରୁ ବେଳେବେଳେ ପରାମର୍ଶ ଜାରି କରାଯାଇଥାଏ ଏବଂ ଠକେଇରୁ ବଞ୍ଚିବା ପାଇଁ ଟିପ୍ସ ଦିଆଯାଇଥାଏ।

ପ୍ରକୃତରେ ଏହି ପରାମର୍ଶ ସେହି ବ୍ୟକ୍ତିଙ୍କ ପାଇଁ ହୋଇଥାଏ,ଯେଉଁମାନେ ଏଲଆଇସି ବୀମା କରିଥାଆନ୍ତି। ଗ୍ରାହକଙ୍କୁ ବୀମା କରିବାବେଳେ କିଛି କଥା ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ।

ପଲିସି ପ୍ରିମିୟମ୍ ଦେବାବେଳେ ଆପଣ ଯେଉଁ ଚେକ୍ ଦେଉଛନ୍ତି ଏହା କେବଳ ଲାଇଫ ଇନସ୍ୟୁରାନ୍ସ କର୍ପୋରେସନ ଅଫ ଇଣ୍ଡିଆର ଫେବରରେ ହୋଇଥିବା ଆବଶ୍ୟକ। ଯଦି କେହି ଆପଣଙ୍କୁ ଆଉ ଅନ୍ୟ ନାଁରେ ଚେକ୍ ଜାରି କରିବାକୁ କହିଥାଏ ତେବେ ଆପଣ ମନା କରି ପାରିବେ। ଏହା ସହିତ ଏହାର ସୂଚନା ତୁରନ୍ତ ଏଲଆଇସିକୁ ଦିଅନ୍ତୁ।

ସବୁବେଳେ www.licindia.inର ଓ୍ବେବସାଇଟରେ ନିଜ ପଲିସିର ଷ୍ଟାଟସକୁ ଚେକ୍ କରନ୍ତୁ। ପଲିସିକୁ ଅପଡେଟ୍ କରିବା ପାଇଁ ନୂଆ ପଲିସି ବିଷୟରେ ଅବଗତ ରୁହନ୍ତୁ।

ଏଜେଣ୍ଟଙ୍କ ତରଫରୁ ଦିଆଯାଉଥିବା ଯେକୈାଣସି କାଗଜପତ୍ରକୁ ନପଢ଼ି ହସ୍ତାକ୍ଷର କରନ୍ତୁ ନାହିଁ। ଜମା ତରତର ହୁଅନ୍ତୁ ନାହିଁ। ଯଦି ଆପଣଙ୍କୁ ଟର୍ମସ୍ ଆଣ୍ଡ କଣ୍ଡିସନ୍ କିମ୍ବା କୈାଣସି ଡକ୍ୟୁପମେଣ୍ଟ ପଢ଼ିବାକୁ ସମୟ ଦରକାର ତେବେ ସିଧା କହି ଦିଅନ୍ତୁ। କାରଣ ଏପରି କରିବା ଦ୍ବାରା ଆପଣ ଭବିଷ୍ରତରେ କୈାଣସି ଅସୁବିଧାରେ ପଡ଼ିବେ ନାହିଁ।  

ପଲିସିର ପ୍ରକୃତ ଡକ୍ୟୁପମେଣ୍ଟ କେବେ କାହାରିକୁ ଦିଅନ୍ତୁ ନାହିଁ। ଏଲଆଇସି କୈାଣସି ବ୍ୟକ୍ତିଙ୍କୁ ଏଥିପାଇଁ କ୍ଷମତା ଦେଇନଥାଏ ଯେ ସେ ବୀମାଧାରୀଠୁ ବୀମାର ପ୍ରକୃତ ପେପର କଲେକ୍ଟ କରନ୍ତୁ।

ଆପଣ ଫୋନରେ ଆସୁଥିବା ଅଫରଠୁ ସାବଧାନ ରୁହନ୍ତୁ। ଏହା ଜରୁରୀ ନୁହେଁ ଯେ କୈାଣସି ବ୍ୟକ୍ତି ଫୋନ୍ କରି ନିଜକୁ ଏଲଆଇସି ଏଜେଣ୍ଟ କହୁଥିବ ମାନେ ସେ ପ୍ରକୃତରେ ଏଲଆଇସି ଏଜେଣ୍ଟ ହୋଇଥିବ। କୈାଣସି ଧରଣର ବୀମା କରିବାବେଳେ ଏବଂ ଏହାର ପେମେଣ୍ଟ କରିବାବେଳେ ପ୍ରଥମେ ସୁନିଶ୍ଚିତ କରନ୍ତୁ ସେ ଏଲଆଇସି ଏଜେଣ୍ଟ କି ନୁହେଁ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ଯେ ଏଲଆଇସି ତରଫରୁ କେବେ ବୋନସ୍ କିମ୍ବା ବକେୟା କିସ୍ତି ପାଇ ବୀମାଧାରୀଙ୍କୁ ଫୋନରେ ସମ୍ପର୍କ କରାଯାଇନଥାଏ। ପ୍ରକୃତରେ ଏହି କଲ୍ ସ୍ପାମ୍ କଲ୍ ହୋଇଥାଏ।

ଏଲଆଇସିର ନେଫ୍ଟ ମାଧ୍ୟମରେ ପେମେଣ୍ଟ କରନ୍ତୁ,ଏହା ପେମେଣ୍ଟ କରିବାର ସୁରକ୍ଷିତ ଉପାୟ। ଏଥିରେ କୈାଣସି ପ୍ରକାରର ଠକେଇର ପ୍ରଶ୍ନ ଉଠିନଥାଏ।

ଏଲଆଇସି ନିଜ ଆଣ୍ଟି ଫ୍ରଡ ପଲିସି ଜରିଆରେ ସମସ୍ତ ବୀମାଧାରୀ ଏବଂ ଏଲଆଇସି ସହ ଜଡ଼ିତ ଲୋକଙ୍କୁ ଅପିଲ କରିଛି ଯେ ଯଦି ତାଙ୍କୁ କୈାଣସି ପ୍ରକାରର ଠକେଇ ବିଷୟରେ ସୂଚନା ମିଳୁଛି ତେବେ ତୁରନ୍ତ ଏହାର ସୂଚନା ଦିଅନ୍ତୁ।

ଏଥିପାଇଁ ଆପଣ ଯେକୈାଣସି ବ୍ରାଞ୍ଚ ଅଫିସ୍ ସହ ସମ୍ପର୍କ କରିପାରିବେ କିମ୍ବା [email protected]ରେ ଇମେଲ୍ ପଠାଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.