ଘରେ ଅଛି କି ତୁଳସୀ ଗଛ : ଏସବୁ କଥା ପ୍ରତି ନିଶ୍ଚୟ ରୁହନ୍ତୁ ସତର୍କ

Published By : Prameya-News7 Bureau | August 31, 2018 IST

ସାଧାରଣତଃ ଆମେ ପ୍ରାଚୀନ ପରମ୍ପରା ସବୁକୁ ସହଜରେ ବିଶ୍ବାସ କରିପାରିନଥାଉ । ଆମକୁ ଲାଗିଥାଏ କି ଯଦି ଆମେ ଏହା କରିବା ତେବେ ସମସ୍ତେ ରୁଢିବାଦୀ ବୋଲି ଭାବିବେ । ମାତ୍ର ଯଦି ଆମେ ଗଭୀରତାର ସହ ଏହା ଉପରେ ଧ୍ୟାନ ଦେବା ତେବେ ଏହି କଥା ସବୁ ଆମ ଜୀବନରେ ଆସୁଥିବା ସମସ୍ୟାଗୁଡିକୁ ସମାଧାନ କରିବା ଦିଗରେ ବହୁତ ସହାୟକ ସାବ୍ୟସ୍ତ ହୋଇଥାଏ । ଏହି ପ୍ରାଚୀନ ପରମ୍ପରା ମଧ୍ୟରୁ ବାସ୍ତୁଶାସ୍ତ୍ର ଗୋଟିଏ । ଏହାର ଉଦ୍ଦେଶ୍ୟ ମନୁଷ୍ୟ ଜୀବନରେ ଆସୁଥିବା ସମସ୍ୟାକୁ ସମାଧାନ କରିବା । ବେଳେ ବେଳେ ଆମେ ମାନିନେଇଥାଉ ଯେ ବାସ୍ତୁଶାସ୍ତ୍ର ଅନୁସାରେ ନିଜ ଘର ସଜାସଜି କରିବା ଦ୍ବାରା ଏହା ଆମ ଜୀବନରେ ସକାରତ୍ମକ ପ୍ରଭାବ ପକାଇଥାଏ । ଘରକୁ ସୁଖଶାନ୍ତିର ଆଗମନ ହୋଇଥାଏ । ଘରେ ଗଛ ଲଗାଇବା ମଧ୍ୟ ଏଥିରେ ସାମିଲ ଅଟେ । ଦେଖିବାକୁ ଗଲେ ଘରର ସୁନ୍ଦରତା ବଢାଇବା ପାଇଁ ଆମେ ଗଛ ଲଗାଇଥାଉ । ହିନ୍ଦୁ ପରମ୍ପରା ଅନୁସାରେ ଘରେ ତୁଳସୀ ବୃକ୍ଷ ଲଗାଇବାର ପରମ୍ପରା ମଧ୍ୟ ରହିଛି । ତୁଳସୀକୁ ଧର୍ମ ସହ ମଧ୍ୟ ସଂଯୋଗ କରାଯାଇଛି । ତେଣୁ ଏହାକୁ ଲଗାଇବା ବେଳେ ଆମକୁ କେତେକ ସାବଧାନତା ଅବଲମ୍ବନ କରିବାକୁ ପଡିବ । ତୁଳସୀ ଗଛ ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆଣିଥାଏ । ଏହା ସ୍ବୟଂ ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଅଟେ । ଏହାକୁ ଘରେ ଲଗାଇବା ଦ୍ବାରା ଘରେ ଧନ ସମ୍ପତ୍ତିର ଅଭାବ ରହିନଥାଏ । ଏହା ସହ ଘରେ ସକରାତ୍ମକ ଉର୍ଜାର ମଧ୍ୟ ପ୍ରବେଶ ହୋଇଥାଏ । ତୁଳସୀ ଗଛ ଲଗାଇବା ସମୟରେ ଏଥିପ୍ରତି ଧ୍ୟାନ ଦିଅନ୍ତୁ ଯେମିତା ତୁଳସୀ ଗଛ ସହ ଅନ୍ୟ ଗଛ କିଛି ନବଢୁଥାଏ । ତୁଳସୀ ଗଛକୁ ସର୍ବଦା ଉତ୍ତର ଏବଂ ପୂର୍ବ ଦିଗରେ ଲଗାଇବା ଉଚିତ୍ । ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗକୁ ଛାଡି ତୁଳସୀ କୌଣସି ବି ସ୍ଥାନରେ ଲଗାଯାଇପାରିବ । କାରଣ ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇଲେ ଲାଭ ନୁହେଁ ବରଂ କ୍ଷତି ହୋଇଥାଏ । ପ୍ରାଚୀନ ପରମ୍ପରା ଅନୁସାରେ ଗୃହସ୍ଥ୍ୟ ଜୀବନରେ ତୁଳସୀ ଗଛକୁ ଅବଶ୍ୟ ପୂଜା କରିବା ଉଚିତ୍ । ଯେଉଁମାନଙ୍କର ପିଲାଛୁଆ ହେଉନଥାଏ ସେମାନଙ୍କ ଦ୍ବାରା ତୁଳସୀ ବିବାହ କରିବାର ବିଧି ମଧ୍ୟ ରହିଛି । ବିଭିନ୍ନ ପୂଜାରେ ମଧ୍ୟ ତୁଳସୀ ପତ୍ର ଲାଗିଥାଏ । ଯେତେବେଳେ କୌଣସି ମନୁଷ୍ୟର ପ୍ରାଣ ତା ଶରୀର ଛାଡୁଥାଏ ତାଙ୍କ ପାଟିରେ ତୁଳସୀ ପତ୍ର ଦିଆଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.