Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସ୍‌ବିଆଇରେ ଆପଣଙ୍କର ଆକାଉଣ୍ଟ ଅଛି କି ? ଏହି ଆପ୍ଲିକେସନ ମାଧ୍ୟମରେ କ’ଣ ଲାଭ ଉଠାଇପାରିବେ ଜାଣନ୍ତୁ

ନୂଆଦିଲ୍ଲୀ ୨୩|୧୨: ଭାରତରେ ବହୁତ ସଂଖ୍ୟାରେ ବ୍ୟାଙ୍କ୍ ରହିଛି । ସେମାନଙ୍କ ମଧ୍ୟରୁ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ସରକାରୀ ବ୍ୟାଙ୍କ ଚଳାଉଛି । ଏହି ବ୍ୟାଙ୍କର ଅଧିକ ବ୍ୟବସାୟ ରହିଥିବାବେଳେ କୋଟି କୋଟି ଲୋକଙ୍କର ଆକାଉଣ୍ଟ ମଧ୍ୟ ଏଥିରେ ରହିଛି । ଷ୍ଟେଟ୍ ବ୍ୟାଙ୍କ୍ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ କିଛି ବିଶେଷ ଲାଭଦାୟକ ଯୋଜନା ଆପଣଙ୍କ ପାଇଁ ଆଣିଛି ।

ଷ୍ଟେଟ୍ ବ୍ୟାଙ୍କ୍‌ର YONO ଆପ୍ଲିକେସନ ବିଷୟରେ ତ ଆପଣମାନେ ଶୁଣିଥିବେ । ଏହି ଆପ୍ଲିକେସନ ମାଧ୍ୟମରେ ଆପଣ ନା କେବଳ ଅନଲାଇନ୍ ବ୍ୟାକିଂର ଲାଭ ଉଠାଇପାରିବେ ବରଂ ଆପଣ ଅନଲାଇନ୍‌ରେ ଶପିଂ ମଧ୍ୟ କରିପାରିବେ । YONO ଆପ୍ଲିକେସନ ସହ ବହୁତ ବଡ ବଡ ଅନଲାଇନ ଶପିଂ ସେଣ୍ଟର ମଧ୍ୟ ଯୋଡିହୋଇଛନ୍ତି । ଯେମିତିକି ଆମାଜନ, ମିନ୍ତ୍ରା, ଟାଟାର ସପିଂ ଷ୍ଟୋର ଆଦିରୁ ଅନଲାଇନ୍ କିଛି ଅର୍ଡର କରିପାରିବେ । YONO ଆପ୍ ଦ୍ବାରା ଆପଣ ଯଦି କୌଣସି ସ୍ଥାନରୁ ସପିଂ କରନ୍ତି ତେବେ ଆପଣଙ୍କୁ କୌଣସି ଜିନିଷ କିଣିବା ଉପରେ ଅଧିକ ରିହାତି ଏବଂ କ୍ୟାସବ୍ୟାକ୍ ମଧ୍ୟ ଦିଆଯିବ । ସବୁଠୁ ବଡ କଥା ହେଲା ଆପଣ କୌଣସି ଜିନିଷ କିଣିଲେ ଆପଣଙ୍କୁ ରିହାତିରେ ମଧ୍ୟ ସେହି ଜିନିଷ ମିଳିଯାଇପାରିବ । ଏହାସହ ଆପଣଙ୍କୁ ଷ୍ଟେଟ୍ ବ୍ୟାଙ୍କ୍‌ର କ୍ରେଡିଟ୍ ଅଥବା ଡେବିଟ୍ କାର୍ଡରୁ ପେମେଣ୍ଟ କରିବା ଉପରେ ୧୦ପ୍ରତିଶତ ଅଲଗା ଭାବେ କ୍ୟାସ୍ ବ୍ୟାକ୍ ମଧ୍ୟ ଦିଆଯିବ ।

ଆପଣଙ୍କୁ ଯଦି ଲୋନ୍‌ର ଆବଶ୍ୟକତା ଅଛି ତେବେ ମଧ୍ୟ ଆପଣ ଏହି ଆପ୍ଲିକେସନ ସାହାଯ୍ୟରେ ଲୋନ୍ ପାଇପାରିବେ । ଏଥିପାଇଁ ଆପଣଙ୍କୁ ବ୍ରାଞ୍ଚକୁ ଯିବାର ଆବଶ୍ୟକତା ନାହିଁ । YONO ଆପଣଙ୍କୁ ଅନଲାଇନ୍ ରେ ହିଁ ଲୋନ୍ ଦେଇଦେବ । ଆପଣଙ୍କୁ କେବଳ ସମସ୍ତ ଜରୁରୀ କାଗଜପତ୍ର ଦେବାକୁ ହେବ । ଏ ସମସ୍ତ ଫାଇଦା ଆପଣଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ପକ୍ଷରୁ ମିଳୁଛି । ଯଦି ଆପଣ ଏ ସମସ୍ତ ଫାଇଦା ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆକାଉଣ୍ଟ ଖୋଲିବାକୁ ପଡିବ । ଏହି YONO ଆପ୍ଲିକେସନ ଡାଉନଲୋଡ୍ କରି ଆପଣଙ୍କ ଏହାର ଲାଭ ଉଠାଇପାରିବେ । ଆପଣଙ୍କୁ ଏହି ଆପ୍ଲିକେସନ ଗୁଗଲ ପ୍ଲେ ଷ୍ଟୋରରେ ମିଳିପାରିବ ।

ଆପଣ ଯଦି ଏହି ଆପ୍ଲିକେସନର ବ୍ୟବହାର କରିନାହାନ୍ତି ତେବେ ବର୍ତ୍ତମାନ ଏହାକୁ ଡାଉନଲୋଡ୍ କରନ୍ତୁ ଏବଂ କ୍ୟାସବ୍ୟାକ୍‌ର ଲାଭ ଉଠାନ୍ତୁ ।

711 Views

   ସମ୍ବନ୍ଧିତ ଖବର